ଆଇପିଏଲ୍-୧୭ ପାଇଁ ଆଜି ଦୁବାଇରେ ହେବ ନିଲାମି, ନଜରରେ ଦୁଇ ଓଡ଼ିଆ ଖେଳାଳି

The Sakala Picture
Published On

ଦୁବାଇ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୭ତମ ସଂସ୍କରଣ ଲାଗି ଖେଳାଳି ନିଲାମି ପ୍ରକ୍ରିୟା ମଙ୍ଗଳବାର ଦୁବାଇର କୋକା କୋଲା ଏରେନାରେ ଅନୁଷ୍ଠିତ ହେବ। ଅପରାହ୍ଣ ୧ଟାରୁ ଖେଳାଳି ନିଲାମ ପ୍ରକ୍ରିୟା ଚାଲିବ। ଯେଉଁଥିରେ ଉପଲବ୍ଧ ଥିବା ୭୭ଟି ସ୍ଥାନ ପାଇଁ ୩୩୩ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ। ନିଲାମରେ ସ୍ଥାନ ପାଇଥିବା ୩୩୩ ଖେଳାଳିଙ୍କ ମଧ୍ୟରୁ ୨୧୪ଜଣ ଭାରତୀୟ ଓ ୧୧୯ଜଣ ବିଦେଶୀ ରହିଛନ୍ତି। ସେହିଭଳି […]

ଦୁବାଇ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୭ତମ ସଂସ୍କରଣ ଲାଗି ଖେଳାଳି ନିଲାମି ପ୍ରକ୍ରିୟା ମଙ୍ଗଳବାର ଦୁବାଇର କୋକା କୋଲା ଏରେନାରେ ଅନୁଷ୍ଠିତ ହେବ। ଅପରାହ୍ଣ ୧ଟାରୁ ଖେଳାଳି ନିଲାମ ପ୍ରକ୍ରିୟା ଚାଲିବ। ଯେଉଁଥିରେ ଉପଲବ୍ଧ ଥିବା ୭୭ଟି ସ୍ଥାନ ପାଇଁ ୩୩୩ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ। ନିଲାମରେ ସ୍ଥାନ ପାଇଥିବା ୩୩୩ ଖେଳାଳିଙ୍କ ମଧ୍ୟରୁ ୨୧୪ଜଣ ଭାରତୀୟ ଓ ୧୧୯ଜଣ ବିଦେଶୀ ରହିଛନ୍ତି। ସେହିଭଳି ଏମାନଙ୍କ ମଧ୍ୟରୁ ୧୧୬ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିସାରିଥିବାବେଳେ ୨୧୫ଜଣ ଅନ୍‌କ୍ୟାପଡ୍‌ ଖେଳାଳି ସ୍ଥାନ ପାଇଛନ୍ତି। ଉପଲବ୍ଧ ଥିବା ୭୭ଟି ସ୍ଥାନ ମଧ୍ୟରୁ ୩୦ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ତାରକା ଖେଳାଳିଙ୍କ ନିଜ ଦଳରେ ସାମିଲ କରିବା ପାଇଁ ଜୋର୍‌ଦାର୍‌ ମୁକାବିଲା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଗୁଜରାଟ ପାଖରେ ସର୍ବାଧିକ ୩୮.୧୫ କୋଟି ରହିଛି:
ଆଇପିଏଲ୍‌ର ୧୭ତମ ସଂସ୍କରଣ ଖେଳାଳି ନିଲାମି ଲାଗି ଅଂଶଗ୍ରହଣକାରୀ ୧୦ ଦଳ ମଧ୍ୟରୁ ଗୁଜରାଟ ଟାଇଟନ୍ସ ପାଖରେ ସର୍ବାଧିକ ୩୮.୧୫ କୋଟି ଟଙ୍କା ବଳକା ରହିଛି। ନିଲାମି ଲାଗି ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଦଳ ପାଖରେ କେତେ ଟଙ୍କା ଉପଲବ୍ଧ ରହିଛି ତାହା ନିକଟରେ ସ୍ପଷ୍ଟ ହୋଇଥିଲା। ଏହିକ୍ରମରେ ଗୁଜରାଟ ପଛକୁ ସନରାଇଜର୍ସ ହାଇଦ୍ରାବାଦ୍‌ ନିକଟରେ ୩୪ କୋଟି, କୋଲକାତା ନାଇଟ ରାଇଡର୍ସ ୩୨.୭ କୋଟି, ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ନିକଟରେ ୩୧.୪ କୋଟି ଟଙ୍କା ବଳକା ରହିଛି। ଏହା ପଛକୁ ପଞ୍ଜାବ କିଙ୍ଗ୍‌ସ (୨୯.୧ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୯.୯୫ କୋଟି), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୨୩.୨୫ କୋଟି), ମୁମ୍ବାଇ ଇଣ୍ଡିଆନ୍ସ (୧୭.୭୫ କୋଟି), ରାଜସ୍ଥାନ ରୟାଲ୍ସ (୧୪.୫ କୋଟି) ଓ ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୧୩.୧୫ କୋଟି) ରହିଛନ୍ତି।

ନିଲାମି ପ୍ରକ୍ରିୟା
ନିଲାମି ପ୍ରକ୍ରିୟାରେ ସାମିଲ ହୋଇଥିବା ୩୩୩ଜଣ ଖେଳାଳିଙ୍କୁ ସେମାନଙ୍କ ବିଶେଷତା ଆଧାରରେ ୧୯ଟି ବର୍ଗରେ ଭାଗ କରାଯାଇଛି। ଯେପରି ବ୍ୟାଟର୍‌, ବୋଲର୍‌, ଦ୍ରୁତ ବୋଲର, ସ୍ପିନର, ୱିକେଟ୍‌ରକ୍ଷକ ଇତ୍ୟାଦି। ସେହିଭଳି ଅନ୍ତର୍ଜାତୀୟ ଖେଳିଥିବା ଓ ଖେଳି ନ ଥିବା ଖେଳାଳିଙ୍କୁ ମଧ୍ୟ ଅଲଗା ଅଲଗା ଭାବେ ସ୍ଥାନିତ କରାଯାଇଛି।

୨ କୋଟି ମୂଳଦରରେ ୨୩ ଖେଳାଳି
ନିଲାମ ପ୍ରକ୍ରିୟା ଲାଗି ୩୩୩ଜଣ ଖେଳାଳିଙ୍କ ମୂଳଦର ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ଧାର୍ଯ୍ୟ କରାଯାଇଥିବା ସର୍ବାଧିକ ମୂଳଦର ୨ କୋଟି ବର୍ଗରେ ୨୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ମିଚେଲ ଷ୍ଟାର୍କ, ଟ୍ରାଭିସ୍‌ ହେଡ୍‌ଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ସେହିଭଳି ଦ୍ୱିତୀୟ ସର୍ବୋଚ୍ଚ ମୂଳଦର ୧.୫ କୋଟି ତାଲିକାରେ ୧୩ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

ନଜରରେ ଦୁଇ ଓଡ଼ିଆ
ଚଳିତ ବର୍ଷ ଖେଳାଳି ନିଲାମିର ଚୂଡ଼ାନ୍ତ ତାଲିକାରେ ୨ଜଣ ଖେଳାଳି ରହିଛନ୍ତି। ସେମାନେ ହେଲେ ବ୍ୟାଟର୍‌ ଶୁଭ୍ରାଂଶୁ ସେନାପତି ଓ ଲେଗ୍‌-ସ୍ପିନର ମୁସ୍ତାକ ବେଗ୍‌। ଉଭୟଙ୍କ ମୂଳଦର ୨୦ ଲକ୍ଷ ଟଙ୍କା ରହିଛି। ଶୁଭ୍ରାଂଶୁ ଗତ ୨ଟି ସଂସ୍କରଣ ଧରି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଦଳ ପକ୍ଷରୁ ଖେଳି ଆସୁଥିଲେ। ତାଙ୍କୁ ଚେନ୍ନାଇ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। କିନ୍ତୁ ସେ ୨ଟି ଯାକ ସଂସ୍କରଣରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଅପରପକ୍ଷରେ ମୁସ୍ତାକ ଚଳିତ ସିଜନରେ ବିଭିନ୍ନ ସୀମିତ ଓଭର ଫର୍ମାଟ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି କେଉଁ ଫ୍ରାଞ୍ଚାଇଜକୁ ଆକୃଷ୍ଟ କରିପାରୁଛନ୍ତି ତାହା ମଙ୍ଗଳବାର ସନ୍ଧ୍ୟାରେ ସ୍ପଷ୍ଟ ହୋଇଯିବ। ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କର ନିଲାମିର ସିଧା ପ୍ରସାରଣ ହେବ।

ଆଇପିଏଲ୍‌ ଇତିହାସରେ ପ୍ରଥମ ମହିଳା ନିଲାମକାରୀ
ଆଇପିଏଲ୍‌ର ୧୬ ବର୍ଷ ଇତିହାସରେ ପ୍ରଥମଥର ଲାଗି ଜଣେ ମହିଳା ନିଲାମକାରୀଙ୍କୁ ଦେଖିବାକୁ ମିଳିବ। ମଙ୍ଗଳବାର ଖେଳାଳି ନିଲାମିରେ ଅଭିନେତ୍ରୀ ମଲିକା ସାଗର ନିଲାମକାରୀ ଭୂମିକାରେ ଓହ୍ଲାଇବେ। ସେ ପୂର୍ବ ସଂସ୍କରଣର ନିଲାମଧାରୀ ହ୍ୟୁଗ୍‌ ଏଡ୍‌ମେଡେସ୍‌ଙ୍କ ସ୍ଥାନ ନେବେ। ମଲିକା ନିକଟରେ ଡିସେମ୍ବର ୯ରେ ଅନୁଷ୍ଠିତ ମହିଳା ପ୍ରିମିଅର୍‌ ଲିଗ୍‌ରେ ନିଲାମଧାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସୂଚାରୁରୂପେ ତୁଲାଇଥିଲେ।

19 Dec 2023 By The Sakala

https://www.thesakala.in/sports/ipl-2024-auction-two-odisha-players-in-this-auction-process/article-28376
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର