ଆଜି ଆଇପିଏଲ୍‌‌ ଗ୍ରାଣ୍ଡ୍‌ ଫାଇନାଲ: ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଗୁଜରାଟ ଓ ଚେନ୍ନାଇ

The Sakala Picture
Published On

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନିଙ୍କୁ […]

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ଭାବ୍ୟ ଅନ୍ତିମ ଆଇପିଏଲ ଟ୍ରଫି ଉପହାର ସ୍ୱରୂପ ପ୍ରଦାନ କରିବା ଲକ୍ଷ୍ୟରେ ରହିଛି। ପାଖାପାଖି ଦୁଇମାସ ଅର୍ଥାତ ୫୮ ଦିନ ପରେ ୭୪ଟି ମ୍ୟାଚ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ନିଶ୍ଚିତ ହେବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଟାଇଟଲ ମୁକାବିଲାର ବେଶ୍‌‌ ଗୁରୁତ୍ୱ ରହିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପୂର୍ବରୁ ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ଭେଟିଥିଲେ ଓ ଏଥିରେ ଚେନ୍ନାଇ ୧୫ ରନରେ ଗୁଜରାଟକୁ ପରାସ୍ତ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଏହାପରେ ଗୁଜରାଟ ଏଲିମିନେଟର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଚାମ୍ପିଅନ ହୋଇଥିବା ବେଳେ ଗୁଜରାଟ ଗତ ସଂସ୍କରଣରେ ପଦାର୍ପଣ କରି ଟାଇଟଲ ହାସଲ କରିଥିଲା। ତେଣୁ ଚେନ୍ନାଇର ଆଇପିଏଲ୍‌‌ ଇତିହାସ ପୁରୁଣା ହୋଇଥିବା ବେଳେ ଗୁଜରାଟ ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରହିଛି। ଚେନ୍ନାଇ ପଞ୍ଚମଥର ପାଇଁ ଓ ଗୁଜରାଟ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଫୋକସ୍‌‌ରେ ଗିଲ୍‌‌, ଋତୁରାଜ, ରସିଦ
ସବୁ ଦୃଷ୍ଟିକୋଣରୁ ଉଭୟ ଦଳ ବେଶ୍‌‌ ସନ୍ତୁଳିତ ମନେ ହେଉଛି। ଦୁଇ ଦଳର ମୁଖ୍ୟତଃ ୪ଜଣ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୪ଟି ମ୍ୟାଚ୍‌‌ରେ ୩ଟି ଶତକ ହାସଲ କରିଥିବା ଗୁଜରାଟଟ ଯୁବ ଓପନର ଶୁବମାନ ଗିଲ ଓ ଅଧିନାୟକ ପାଣ୍ଡ୍ୟା ଫାଇନାଲ ମ୍ୟାଚ୍‌‌ରେ ଦଳ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅଲରାଣ୍ଡର ଭୂମିକା ସହିତ ନେତୃତ୍ୱରେ ପାଣ୍ଡ୍ୟା ଚ୍ୟାଲେଞ୍ଜ ଓ ଚାପର ସମ୍ମୁଖୀନ ହେବେ। ଗିଲ ଏପର୍ଯ୍ୟନ୍ତ ୧୬ ମ୍ୟାଚ୍‌‌ ଖେଳି ୩ ଶତକ, ୪ ଅର୍ଦ୍ଧଶତକ ସହ ୬୦.୭୯ ହାରରେ ସର୍ବାଧିକ ୮୫୧ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍‌‌ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ସେହିପରି ବୋଲିଂରେ ସର୍ବାଧିକ ୨୮ ୱିକେଟ ନେଇ ପର୍ପଲ କ୍ୟାପ ଦୌଡ଼ରେ ସବୁଠାରୁ ଆଗରେ ଥିବା ଗୁଜରାଟ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି, ୨୭ଟି ୱିକେଟ ନେଇଥିବା ତାରକା ସ୍ପିନର ରସିଦ ଖାନ୍‌ ଓ ୨୪ଟି ୱିକେଟ ନେଇଥିବା ଦ୍ରୁତ ବୋଲ ମୋହିତ ଶର୍ମା ପୁଣି ଥରେ ଏହି ମ୍ୟାଚ୍‌‌ରେ କମାଲ କରିବେ ବୋଲି ଆଶା କରାଯାଉଛି।

ସେହିପରି ଚେନ୍ନାଇ ପାଇଁ ବ୍ୟାଟିଂରେ ଓପର ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ବୋଲିଂରେ ଯୁବ ଦ୍ରୁତ ବୋଲର ମଥିସା ପତିରାଣା ଓ ସ୍ପିନର ରବୀନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଚାମ୍ପିଅନ ହେବାର ସୁଯୋଗ ସୃଷ୍ଟି କରିବେ। ଉଭୟ ଦଳରେ ଏକାଧିକ ମ୍ୟାଚ୍‌‌ ବିଜେତା ରହିଛନ୍ତି। ତେଣୁ ଯେକୌଣସି ଖେଳାଳି ଦମ୍‌‌ଦାର ପ୍ରଦର୍ଶନ କରି ଦଳ ପାଇଁ ସୁଯୋଗ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଧୋନି ପୁଣିଥରେ ଫିନିସର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ପ୍ରଥମ କ୍ୱାଲିଫାୟରର ତ୍ରୁଟି ସୁଧାରି ଗୁଜରାଟ ଚେନ୍ନାଇକୁ ଚକ୍‌‌ମା ଦେବା ଲକ୍ଷ୍ୟରେ ରହିଛି। ପାଣ୍ଡ୍ୟାଙ୍କ ତୁଳନାରେ ଅଭିଜ୍ଞତା ଦୃଷ୍ଟିକୋଣରୁ ଧୋନି ଦୁଇପାଦ ଆଗରେ ରହିଛନ୍ତି। ତେଣୁ ସେ ଚାପକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ।

ମ୍ୟାଚ୍‌‌ ହେବ ହାଇସ୍କୋରିଂ: ଟସ୍‌‌ ଜିତିବା ଦଳ ବ୍ୟାଟିଂ କରିବ
ଆଇପିଏଲ ଫାଇନାଲ ଏଥର ହାଇ ସ୍କୋରିଂ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏଠାରେ ଖେଳାଯାଇଥିବା ମ୍ୟାଚ୍‌‌ଗୁଡିକରେ ଛକା ଓ ଚୌକା ବର୍ଷା ହୋଇଛି। ପ୍ରଥମ ଇନିଂସର ହାରିହାରି ସ୍କୋର ରହିଛି ୧୯୩। ଏଥିମଧ୍ୟରୁ ୫ଟି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଚଳିତ ଆଇପିଏଲ୍‌‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୦ଟିରେ ବିଜୟୀ ହୋଇଥିବା ବେଳେ ୩୨ଟିରେ ପରାସ୍ତ ହୋଇଛି। ଏଠାରେ କାକର ସମସ୍ୟା ସୃଷ୍ଟି କରିବ ନାହିଁ। ତେଣୁ ଟସ୍‌‌ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ପାଗ ମେଘୁଆ ହେବ ବୋଲି ଅନୁମାନ କରାଯାଉଛି। ତେବେ ବର୍ଷା ବାଧକ ହେବ ନାହିଁ। ମୋଟ ଉପରେ ରବିବାର ଏକ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚ୍‌‌ ସାରା ବିଶ୍ୱ ଦେଖିବ। ସୁପର ସଣ୍ଡେରେ ଏକ ସୁପର ମ୍ୟାଚ୍‌‌ କ୍ରିକେଟ ପ୍ରଶଂସକଙ୍କୁ ମନୋରଞ୍ଜରନ ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।

ଚେନ୍ନାଇ ସୁପର କିଙ୍ଗସ
ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଆକାଶ ସିଂ, ମୋଇନ ଅଲି, ଭଗତ ବର୍ମା, ଦୀପକ ଚହର, ଡେଭନ କନୱେ, ତୁଷାର ଦେଶପାଣ୍ଡେ, ଶିବମ ଦୁବେ, ଋତୁରାଜ ଗାଏକ୍ୱାଡ, ରାଜବର୍ଦ୍ଧନ ହଙ୍ଗରଗେକର, ରବୀନ୍ଦ୍ର ଜାଡେଜା, ସିସାନ୍ଦା ମାଗାଲା, ଅଜୟ ମଣ୍ଡଲ, ମାଥିସା ପତିରାଣା, ଡ୍ୱେନ ପ୍ରିଟୋରିୟସ, ଆଜିଙ୍କ୍ୟ ରାହାଣେ, ସେଖ ରସିଦ, ଅମ୍ବାତି ରାୟୁଡୁ, ମିଚେଲ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରନଜିତ ସିଂ, ନିଶାନ୍ତ ସିନ୍ଧୁ, ପ୍ରଶାନ୍ତ ସୋଲାଙ୍କି ଓ ମହିଶା ଥିକସାନା।

ଗୁଜରାଟ ଟାଇଟନ୍ସ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ, ଡେଭିଡ ମିଲର, ଅଭିନବ ମନୋହର, ସାଇ ସୁଦର୍ଶନ, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌‌, ରସିଦ ଖାନ, ରାହୁଲ ତେୱାତିଆ, ବିଜୟ ଶଙ୍କର, ମହମ୍ମଦ ସାମି, ଅଲଜାରି ଜୋଶେଫ୍‌‌, ୟଶ ଦୟାଲ, ପ୍ରଦୀପ ସାଙ୍ଗୱାନ, ଦର୍ଶନ ନାଲକନ୍ଦେ, ଜୟନ୍ତ ଯାଦବ, ଆର ସାଇ କିଶୋର, ନୁର ଅହମ୍ମଦ, ଦସୁନ ସନକା, ଓଡେନ ସ୍ମିଥ୍‌‌, କେଏସ୍‌‌ ଭରତ, ଶିବମ ମାଭି, ଉର୍ଭିଲ ପଟେଲ, ଜୋଶୁଆ ଲିଟଲ ଓ ମୋହିତ ଶର୍ମା।

28 May 2023 By The Sakala

https://www.thesakala.in/sports/ipl-2023-final-chennai-super-kings-vs-gujarat-titans/article-22056
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର