ଆଇପିଏଲ ୨୦୨୩: ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ରନର ଟାର୍ଗେଟ ଦେଲା ଚେନ୍ନାଇ ସୁପରକିଙ୍ଗ୍‌ସ

The Sakala Picture
Published On

ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ର ରନର ଆବଶ୍ୟକତା […]

ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ର ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ମ୍ୟାଚ ଆରମ୍ଭରୁ ଲକ୍ଷ୍ନୌ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଚେନ୍ନାଇର ଓପନିଂ ଯୋଡି ଋତୁରାଜ ଗାୟକ୍ବାଡ ଓ ଡେଭୋନ କୋନଓ୍ବେ । ପ୍ରଥମ ଓ୍ବିକେଟ୍‌ ପାର୍ଟନରସିପ୍‌ରେ ଉଭୟ ୯.୧ ଓଭରରେ ୧୧୦ ରନ୍‌ ଯୋଗ କରିଥିଲେ । ଯାହା କି ଚେନ୍ନାଇ ସୁପର କିଙ୍ଗସ୍‌କୁ ଦେଇଥିଲା ବଡ ଷ୍ଟାର୍ଟ । ଋତୁରାଜ ବ୍ୟକ୍ତିଗତ ଭାବେ ୩୧ ବଲ ଖେଳି ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୭ ରନ୍‌ କରି ଆଉଟ ହୋଇଥିବା ବେଳେ କୋନଓ୍ବେ ୨୯ ବଲରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୪୭ ରନ୍‌ କରି ଆଉଟ ହୋଇଥିଲେ । ପରେ ଶିବମ ଦୁବେ ୧୬ ବଲରୁ ୨୭ରନ, ମୋଇନ ଅଲୀ ୧୯ରନ୍, ବେନ୍‌ ଷ୍ଟୋକସ୍‌ ୮ରନ, ରବିନ୍ଦ୍ର ଜାଡେଜା ୩ରନ୍, ମହେନ୍ଦ୍ର ସିଂହ ଧୋନୀ ୩ ବଲରୁ ୧୨ ରନ୍ କରି ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ବଲରୁ ୧୪ ବଲରୁ ୨୭ ରନ୍‌ ଓ ମିଚେଲ୍‌ ସାଣ୍ଟନର୍‌ ୧ ରନ୍‌ କରି ଅପରାଜିତ ଥିଲେ ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ପକ୍ଷରୁ ରବି ବିଷ୍ଣୋଇ ଏକ ମାତ୍ର ବୋଲର ଯିଏକି ଚେନ୍ନାଇ ବ୍ୟାଟରଙ୍କୁ ବାନ୍ଧି ରଖିବା ସହିତ ୪ ଓଭରରେ ମାତ୍ର ୨୮ ରନ ଦେଇ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

03 Apr 2023 By The Sakala

ଆଇପିଏଲ ୨୦୨୩: ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ରନର ଟାର୍ଗେଟ ଦେଲା ଚେନ୍ନାଇ ସୁପରକିଙ୍ଗ୍‌ସ

ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ର ରନର ଆବଶ୍ୟକତା ରହିଛି।

ମ୍ୟାଚ ଆରମ୍ଭରୁ ଲକ୍ଷ୍ନୌ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଚେନ୍ନାଇର ଓପନିଂ ଯୋଡି ଋତୁରାଜ ଗାୟକ୍ବାଡ ଓ ଡେଭୋନ କୋନଓ୍ବେ । ପ୍ରଥମ ଓ୍ବିକେଟ୍‌ ପାର୍ଟନରସିପ୍‌ରେ ଉଭୟ ୯.୧ ଓଭରରେ ୧୧୦ ରନ୍‌ ଯୋଗ କରିଥିଲେ । ଯାହା କି ଚେନ୍ନାଇ ସୁପର କିଙ୍ଗସ୍‌କୁ ଦେଇଥିଲା ବଡ ଷ୍ଟାର୍ଟ । ଋତୁରାଜ ବ୍ୟକ୍ତିଗତ ଭାବେ ୩୧ ବଲ ଖେଳି ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୭ ରନ୍‌ କରି ଆଉଟ ହୋଇଥିବା ବେଳେ କୋନଓ୍ବେ ୨୯ ବଲରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୪୭ ରନ୍‌ କରି ଆଉଟ ହୋଇଥିଲେ । ପରେ ଶିବମ ଦୁବେ ୧୬ ବଲରୁ ୨୭ରନ, ମୋଇନ ଅଲୀ ୧୯ରନ୍, ବେନ୍‌ ଷ୍ଟୋକସ୍‌ ୮ରନ, ରବିନ୍ଦ୍ର ଜାଡେଜା ୩ରନ୍, ମହେନ୍ଦ୍ର ସିଂହ ଧୋନୀ ୩ ବଲରୁ ୧୨ ରନ୍ କରି ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ବଲରୁ ୧୪ ବଲରୁ ୨୭ ରନ୍‌ ଓ ମିଚେଲ୍‌ ସାଣ୍ଟନର୍‌ ୧ ରନ୍‌ କରି ଅପରାଜିତ ଥିଲେ ।

ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ପକ୍ଷରୁ ରବି ବିଷ୍ଣୋଇ ଏକ ମାତ୍ର ବୋଲର ଯିଏକି ଚେନ୍ନାଇ ବ୍ୟାଟରଙ୍କୁ ବାନ୍ଧି ରଖିବା ସହିତ ୪ ଓଭରରେ ମାତ୍ର ୨୮ ରନ ଦେଇ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର