ଆଇପିଏଲ ୨୦୨୨: ହାଇଦ୍ରାବାଦର ବୋଲିଂ ଆଗରେ ବେଙ୍ଗାଲୁରୁ ଧରାଶାୟୀ, ମାତ୍ର ୬୮ରନରେ ହେଲା ଅଲଆଉଟ୍

The Sakala Picture
Published On

ମୁମ୍ବାଇ: ହାଇଦ୍ରାବାଦର ଦମଦାର ବୋଲିଂ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି ବେଙ୍ଗାଲୁରୁ ଟିମ । ହାଇଦ୍ରାବାଦ ବୋଲରଙ୍କ ଶାଣିତ ବୋଲିଂର ସାମ୍ନା କରିନପାରି ବେଙ୍ଗାଲୁରୁ ଦଳ ୧୬.୧ ଓଭରରେ ମାତ୍ର ୬୮ରନ କରି ଅଲଆଉଟ୍ ହୋଇଯାଇଛି । ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ବ୍ୟାଟିଂ ଆରମ୍ଭ କରିଥିବା ବା‌ଙ୍ଗଲୋରର […]

ମୁମ୍ବାଇ: ହାଇଦ୍ରାବାଦର ଦମଦାର ବୋଲିଂ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି ବେଙ୍ଗାଲୁରୁ ଟିମ । ହାଇଦ୍ରାବାଦ ବୋଲରଙ୍କ ଶାଣିତ ବୋଲିଂର ସାମ୍ନା କରିନପାରି ବେଙ୍ଗାଲୁରୁ ଦଳ ୧୬.୧ ଓଭରରେ ମାତ୍ର ୬୮ରନ କରି ଅଲଆଉଟ୍ ହୋଇଯାଇଛି । ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ବ୍ୟାଟିଂ ଆରମ୍ଭ କରିଥିବା ବା‌ଙ୍ଗଲୋରର ବ୍ୟାଟର୍‌ମାନେ ହାଇଦ୍ରାବାଦ ଦଳ ଆଗରେ ଧରାଶୟୀ ହୋଇଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓଭରରେ ୩ଟି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କୋ ଜନସେନ ଫାଫ ଡୁପ୍ଲେସିସ୍‌(୫), ବିରାଟ କୋହଲି(୦) ଏବଂ ଅନୁଜ ରାଓ୍ଵତ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ବିରାଟ କୋହଲି କ୍ରମାଗତ ଦ୍ଵିତୀୟ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧୨) ଏବଂ ପ୍ରଭୁ୍‌ଦେଶାଇ(୧୫) ଦୁଇ ଅଙ୍କ ଛୁଇଁ ପାରିଥିଲେ। ତେବେ ଫର୍ମରେ ଥିବା ଦିନେଶ କାର୍ତ୍ତିକ ଆଜି ଖାତା ଖୋଲି ପାରିନଥିଲେ। ପୁଣି ଶାହବାଜ ଅହମ୍ମଦ(୭), ହର୍ଷଲ ପଟେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଓ୍ଵାନିନ୍ଦୁ ହସରଙ୍ଗା ୮ ଓ ମହମ୍ମଦ ସିରାଜ ୨ ରନ କରିଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଭୁବେନେଶ୍ବର କୁମାର ୨.୧ ଓଭରରେ ୮ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଉମ୍ରାନ ମଲ୍ଲିକ ୪ ଓଭରରେ ୧୩ ରନ ଦେଇ ୧ ଓ୍ବିକେଟ୍, ଜଗଦୀଶା ସୁଚିଥ୍‌ ୪ ଓଭରରେ ୧୨ରନ ଦେଇ ୨ ଓ୍ବିକେଟ୍, ଟି. ନଟରାଜନ୍‌ ୩ ଓଭରରେ ୧୦ରନ ଦେଇ ୩ ଓ୍ବିକେଟ୍‌ ଏବଂ ମାର୍କୋ ଜନସେନ୍‌ ୪ ଓଭରରେ ୨୫ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

23 Apr 2022 By The Sakala

ଆଇପିଏଲ ୨୦୨୨: ହାଇଦ୍ରାବାଦର ବୋଲିଂ ଆଗରେ ବେଙ୍ଗାଲୁରୁ ଧରାଶାୟୀ, ମାତ୍ର ୬୮ରନରେ ହେଲା ଅଲଆଉଟ୍

ମୁମ୍ବାଇ: ହାଇଦ୍ରାବାଦର ଦମଦାର ବୋଲିଂ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି ବେଙ୍ଗାଲୁରୁ ଟିମ । ହାଇଦ୍ରାବାଦ ବୋଲରଙ୍କ ଶାଣିତ ବୋଲିଂର ସାମ୍ନା କରିନପାରି ବେଙ୍ଗାଲୁରୁ ଦଳ ୧୬.୧ ଓଭରରେ ମାତ୍ର ୬୮ରନ କରି ଅଲଆଉଟ୍ ହୋଇଯାଇଛି । ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ବ୍ୟାଟିଂ ଆରମ୍ଭ କରିଥିବା ବା‌ଙ୍ଗଲୋରର ବ୍ୟାଟର୍‌ମାନେ ହାଇଦ୍ରାବାଦ ଦଳ ଆଗରେ ଧରାଶୟୀ ହୋଇଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓଭରରେ ୩ଟି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କୋ ଜନସେନ ଫାଫ ଡୁପ୍ଲେସିସ୍‌(୫), ବିରାଟ କୋହଲି(୦) ଏବଂ ଅନୁଜ ରାଓ୍ଵତ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ବିରାଟ କୋହଲି କ୍ରମାଗତ ଦ୍ଵିତୀୟ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧୨) ଏବଂ ପ୍ରଭୁ୍‌ଦେଶାଇ(୧୫) ଦୁଇ ଅଙ୍କ ଛୁଇଁ ପାରିଥିଲେ। ତେବେ ଫର୍ମରେ ଥିବା ଦିନେଶ କାର୍ତ୍ତିକ ଆଜି ଖାତା ଖୋଲି ପାରିନଥିଲେ। ପୁଣି ଶାହବାଜ ଅହମ୍ମଦ(୭), ହର୍ଷଲ ପଟେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଓ୍ଵାନିନ୍ଦୁ ହସରଙ୍ଗା ୮ ଓ ମହମ୍ମଦ ସିରାଜ ୨ ରନ କରିଥିଲେ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଭୁବେନେଶ୍ବର କୁମାର ୨.୧ ଓଭରରେ ୮ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଉମ୍ରାନ ମଲ୍ଲିକ ୪ ଓଭରରେ ୧୩ ରନ ଦେଇ ୧ ଓ୍ବିକେଟ୍, ଜଗଦୀଶା ସୁଚିଥ୍‌ ୪ ଓଭରରେ ୧୨ରନ ଦେଇ ୨ ଓ୍ବିକେଟ୍, ଟି. ନଟରାଜନ୍‌ ୩ ଓଭରରେ ୧୦ରନ ଦେଇ ୩ ଓ୍ବିକେଟ୍‌ ଏବଂ ମାର୍କୋ ଜନସେନ୍‌ ୪ ଓଭରରେ ୨୫ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର