ଆଇପିଏଲ ୨୦୨୧ ପାଇଁ ପୁଣି କରୋନା ସାଜୁଛି ବାଧକ, ବଦଳିପାରେ ଖେଳସୂଚୀ !

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ବର୍ତ୍ତମାନ ଦ୍ୱିତୀୟ ସିରିଜ୍ ଖେଳାଯାଉଛି। କେବଳ ଏତିକି ନୁହେଁ ଦେଶରେ ଆନ୍ତର୍ଜାତୀୟ କ୍ରିକେଟ୍ ମଧ୍ୟ ଆୟୋଜିତ ହେଉଛି। ଏଭଳି ପରିସ୍ଥିତିରେ ଦେଶର ପ୍ରସିଦ୍ଧ ଟି -୨୦ ଲିଗ୍ ’ଆଇପିଏଲ୍’ ମଧ୍ୟ ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ଯକ୍ରମ ରହିଛି। ହେଲେ ପୁଣି କରୋନା ସକ୍ରମଣ ବୃଦ୍ଧି ଘଟିଥିବାରୁ ବିିସିସିଆଇ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ଲିଗ୍‌ର ୧୪ ତମ ସିଜନ୍ ପାଇଁ ଚେନ୍ନାଇରେ […]

ନୂଆଦିଲ୍ଲୀ: ଭାରତରେ ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ବର୍ତ୍ତମାନ ଦ୍ୱିତୀୟ ସିରିଜ୍ ଖେଳାଯାଉଛି। କେବଳ ଏତିକି ନୁହେଁ ଦେଶରେ ଆନ୍ତର୍ଜାତୀୟ କ୍ରିକେଟ୍ ମଧ୍ୟ ଆୟୋଜିତ ହେଉଛି। ଏଭଳି ପରିସ୍ଥିତିରେ ଦେଶର ପ୍ରସିଦ୍ଧ ଟି -୨୦ ଲିଗ୍ ’ଆଇପିଏଲ୍’ ମଧ୍ୟ ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ଯକ୍ରମ ରହିଛି। ହେଲେ ପୁଣି କରୋନା ସକ୍ରମଣ ବୃଦ୍ଧି ଘଟିଥିବାରୁ ବିିସିସିଆଇ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଲିଗ୍‌ର ୧୪ ତମ ସିଜନ୍ ପାଇଁ ଚେନ୍ନାଇରେ ନିଲାମ ପ୍ରକ୍ରିୟା ଶେଷ ହୋଇଛି ଏବଂ ଟୁର୍ଣ୍ଣାମେଣ୍ଟର ସ୍ଥାନ ଏବଂ କାର୍ଯ୍ଯସୂଚୀ ପାଇଁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହେଉଛି ଟି -୨୦ ଲିଗ୍ ପାଇଁ ସ୍ଥାନ ଚୟନ। ପୂର୍ବରୁ ଖବର ଆସିଥିଲା ​​ଯେ ମହାରାଷ୍ଟ୍ରର ଚାରୋଟି ଷ୍ଟାଡିୟମରେ ସମସ୍ତ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। କିନ୍ତୁ ମହାରାଷ୍ଟ୍ରରେ କରୋନା ବୃଦ୍ଧି ବିସିସିଆଇର ମୁଣ୍ଡ ବ୍ୟଥା ପାଲଟିଛି। ଏବେ ବିସିସିଆଇ ଦ୍ୱିତୀୟ ବିକଳ୍ପ ବିଷୟରେ ଚିନ୍ତା କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ ନୂତନ ଯୋଜନା ଅନ୍ତର୍ଗତ ଦେଶର ଚାରି-ପାଞ୍ଚଟି ସ୍ଥାନରେ ଆଇପିଏଲ୍ ୨୦୨୧ ମ୍ୟାଚ୍ ଆୟୋଜନ କରିପାରିବ। ଯଦି କରୋନାର ଦ୍ୱିତୀୟ ଲହରୀ ଜାରି ରୁହେ ତେବେ ଆୟୋଜକମାନଙ୍କ ପାଇଁ ମହାରାଷ୍ଟ୍ରରେ ଲିଗ୍ ଆୟୋଜନ କରିବା କଷ୍ଟସାଧ୍ୟ ହେବ। ଏଭଳି ପରିସ୍ଥିତିରେ କଲକାତା, ବାଙ୍ଗାଲୋର, ଚେନ୍ନାଇ ଏବଂ ହାଇଦ୍ରାବାଦରେ ସମସ୍ତ ମ୍ୟଚ ଖେଳିବା ପାଇଁ ବିକଳ୍ପ ଦେଖିବାକୁ ମିଳିପାରେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ପ୍ଲାନ୍-ବି ଅନୁଯାୟୀ, ଲିଗ୍ ମ୍ୟାଚ୍ ପାଇଁ ଉପରୋକ୍ତ ଚାରିଟି ସହରରେ ଏବଂ ଅହମ୍ମଦାବାଦର ନୂତନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନକ୍ଆଉଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇପାରିବ। ଏଥିରେ ବିସିସିଆଇ ମନୋନୀତ ସ୍ଥାନଗୁଡିକୁ ବାୟୋ ବବୁଲରେ ପରିଣତ କରିପାରିବ।

ସୂଚନା ଅନୁଯାୟୀ, ଆଇପିଏଲର ୧୩ ତମ ସିଜିନ୍ ମହାମାରୀ ଏବଂ ଲକଡାଉନ୍ କାରଣରୁ ୟୁଏଇରେ ଖେଳାଯାଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଛି ଏବଂ ଟୀକାକରଣ ମଧ୍ୟ ଆରମ୍ଭ ହୋଇଛି। ଏହି ଲିଗ୍ ଏବେ ଭାରତେ ଆୟୋଜିତ ହେବ। ଆଇପିଏଲ୍ ନୂତନ ନିଲାମୀରେ ଦଳଗୁଡିକ ୧୪୫ କୋଟି ଟଙ୍କା ଖର୍ଚ୍ଚ କରି ୫୭ଟିଖେଳାଳି ଚୟନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର