ଆଇପିଏଲ୍‌ ୨୦୨୧ : ଟସ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ରାହୁଲଙ୍କ ପଞ୍ଜାବ

The Sakala Picture
Published On

ମୁମ୍ବାଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚତୁର୍ଥ ଲିଗ୍‍ ମ୍ୟାଚ୍‍ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‍ସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ସାମ୍ନାସାମ୍ନି ହେବେ । ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କେ. ଏଲ. ରାହୁଲଙ୍କ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ରାଜସ୍ଥାନର ନେତୃତ୍ୱ ପ୍ରଥମଥର ୱିକେଟକିପର ବ୍ୟାଟ୍ସମାନ୍‍ ସଞ୍ଜୁ ସାମସନ ନେଉଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟରେ […]

ମୁମ୍ବାଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚତୁର୍ଥ ଲିଗ୍‍ ମ୍ୟାଚ୍‍ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‍ସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ସାମ୍ନାସାମ୍ନି ହେବେ । ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କେ. ଏଲ. ରାହୁଲଙ୍କ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ରାଜସ୍ଥାନର ନେତୃତ୍ୱ ପ୍ରଥମଥର ୱିକେଟକିପର ବ୍ୟାଟ୍ସମାନ୍‍ ସଞ୍ଜୁ ସାମସନ ନେଉଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟରେ ସେ ତାଙ୍କ ଉପସ୍ଥିତି ଜାହିର କରିବାକୁ ଚାହିଁବେ। ସେହିପରି ଲୋକେଶ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‍ସ ଏଥର ଟାଇଟଲ ଦୌଡ଼ରେ ରହିଛି। ଏଭଳି ସ୍ଥିତିରେ ଉଭୟ ଦଳ ଚଳିତ ସିଜନର ପ୍ରଥମ ମୁକାବିଲାରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ଉଦ୍ୟମ କରିବେ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଜି ମ୍ୟାଚରେ ପଞ୍ଜାବ ଟିମ୍ ପକ୍ଷରୁ ତିନି ଖେଳାଳି ଡେବ୍ୟୁ କରିଛନ୍ତି। ତାମିଲନାଡୁର ଶାହରୁଖ୍ ଖାନ୍, ହୋବାର୍ଟ ହରିକେନ୍ସର ରିଲେ ମେରେଡିଥ୍ ଓ ପର୍ଥ ସ୍କଚର୍ସର ଝାଇ ରିଚାର୍ଡସନ୍ ପଦାର୍ପଣ କରିଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ବାଂଲାଦେଶର ଷ୍ଟାର୍ ପେସର ମୁସ୍ତାଫିଜୁର ରେହମାନ୍ ଓ ଶିବମ୍ ଦୁବେ ପଦାର୍ପଣ କରିଛନ୍ତି। ସେହିପରି ଆଉ ଦୁଇ ଖେଳାଳି ଚେତନ ସାକାରିୟା ଓ ମନନ୍ ବୋହରା ମଧ୍ୟ ରୟାଲ୍ସ ପକ୍ଷରୁ ଡେବ୍ୟୁ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଏ ପର୍ଯ୍ୟନ୍ତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ପଂଜାବ (ପୂର୍ବର କିଙ୍ଗ୍ସ ଏକାଦାଶ ପଂଜାବ) ମଧ୍ୟରେ ୨୧ଟି ମ୍ୟାଚ ଖେଳାଯାଇଥିବାବେଳେ ସେଥିରୁ ରାଜସ୍ଥାନ ୧୨ଟିରେ ଓ ପଂଜାବ ୯ଟିରେ ବିଜୟ ହାସଲ କରିଛି । ଏଣୁ ରେକର୍ଡ ରାଜସ୍ଥାନ ସପକ୍ଷରେ ରହିଛି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଜୋସ ବଟଲର୍, ଶିବମ୍ ଦୁବେ, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ୍ ଗୋପାଳ, ଚେତନ ସାକାରିୟା ଓ ମୁସ୍ତାଫିଜୁର ରେହମାନ୍।

କିଙ୍ଗସ୍ ପଞ୍ଜାବ: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ଶାହରୁଖ୍ ଖାନ୍, ଝାଇ ରିଚାର୍ଡସନ୍, ମୁରୁଗାନ୍ ଅଶ୍ୱିନ୍, ମହମ୍ମଦ ଶାମି, ରିଲେ ମେରେଡିଥ୍, ଅର୍ଶଦୀପ ସିଂହ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର