ଆଜି କଲକାତା-ହାଇଦରାବାଦ୍‍ ମୁକାବିଲା

The Sakala Picture
Published On

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ କରିବେ। ଏଥିଲାଗି ଉଭୟ ଦଳ ମଧ୍ୟ ଭଲ ପ୍ରସ୍ତୁତି କରିଛନ୍ତି ଓ ପଡ଼ିଆରେ ସେମାନଙ୍କ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଭୟ ଦଳର ନେତୃତ୍ୱ ବିଦେଶୀ ଖେଳାଳିଙ୍କ ହାତରେ […]

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ କରିବେ। ଏଥିଲାଗି ଉଭୟ ଦଳ ମଧ୍ୟ ଭଲ ପ୍ରସ୍ତୁତି କରିଛନ୍ତି ଓ ପଡ଼ିଆରେ ସେମାନଙ୍କ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଭୟ ଦଳର ନେତୃତ୍ୱ ବିଦେଶୀ ଖେଳାଳିଙ୍କ ହାତରେ ରହିଛି। କଲକାତାର ନେତୃତ୍ୱ ବିଶ୍ୱବିଜୟୀ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନଙ୍କ ହାତରେ ରହିଛି। ଜଣେ ବିଚକ୍ଷଣ ଅଧିନାୟକ ଓ ଧୂଆଁଧାର ବ୍ୟାଟ୍ସମ୍ୟାନ୍‍ ଭାବେ ସେ ବେଶ ଜଣାଶୁଣା। ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‍ ଭାବେ ନିଜ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ହାଇଦରାବାଦ୍‍ର ନେତୃତ୍ୱ ନେଇ ଏହି ଦଳକୁ ଚାମ୍ପିଅନ୍‍ କରାଇଥିଲେ। ମୋର୍ଗାନଙ୍କ ଅପେକ୍ଷା ନିଜ ଟିମ୍‍ର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ତାଙ୍କର ବେଶ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟର ଏହି ଦୁଇ ବିରଳ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ହେବାକୁ ଥିବା ଆଇପିଏଲ ମୁକାବିଲା ଚେନ୍ନଇର ସ୍ଲୋ ଓ ଟର୍ଣ୍ଣିଂ ପିଚ୍‍ରେ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଇପାରେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

କଲକାତା ନାଇଟ୍‍ ରାଇଡର୍ସ ଦଳ ଦୁଇ ଥର ଚାମ୍ପିଅନ୍‍ ଓ ଭଲ ଟିମ୍‍ ହୋଇଥିଲେ ମଧ୍ୟ ଗତ ସିଜନରେ ଆଦୌ ଭଲ ଖେଳି ପାରି ନଥିଲା। ଏହାର ଅନେକ କାରଣ ରହିଥିଲେ ମଧ୍ୟ ସଠିକ୍‍ ଟିମ୍‍ କମ୍ବିନେସନ ଓ ଅସ୍ଥିର ପ୍ରଦର୍ଶନ ବିଫଳତା ପାଇବାରେ ଥିଲା ମୁଖ୍ୟ କାରଣ। ଓପନିଂରେ ଶୁବମାନ ଗିଲ ସ୍ଥିର ରହିଥିଲେ ମଧ୍ୟ ତାଙ୍କ ପାର୍ଟନର ବାରମ୍ବାର ବିଫଳ ହୋଇଥିଲେ। ସ୍ପିନ୍‍ ବୋଲର ସୁନୀଲ ନାରିନଙ୍କୁ ନେଇ ଅସ୍ଥିରତା ମଧ୍ୟ ଅନ୍ୟ ଏକ କାରଣ ବୋଲି ଧରାଯାଇ ପାରେ। ଫଳରେ ଦିନେଶ କାର୍ତ୍ତିକ ଅଧାରୁ ଅଧିନାୟକ ପଦ ଛାଡ଼ିଥିଲେ। ଆନ୍ଦ୍ରେ ରସେଲ ଆଘାତ ଜନିତ କାରଣରୁ ଖେଳି ନପାରିବା ମଧ୍ୟ ଦଳର ବିଫଳତାରେ ଆଉ ଏକ କାରଣ ବୋଲି ଧରାଯାଇପାରେ। ଏଥର କିନ୍ତୁ ଏସବୁକୁ ଦୂରେଇଯାଇ କେକେଆର ୬ ବର୍ଷ ପରେ ତୃତୀୟ ଟାଇଟଲ ଜିତିବ ବୋଲି ଆଶା କରୁଛନ୍ତି। ସ୍ପିନର ଭାବେ ହରଭଜନ ସିଂ ଓ ବରୁଣ ଚକ୍ରବର୍ତ୍ତି ଫିଟ ହୋଇଯାଇଥିବାରୁ ନାରିନ୍‍ଙ୍କ ଅନୁପସ୍ଥିତି ଉପଲବ୍ଧି କରିହେବ ନାହିଁ। ଏହା ସତ୍ତ୍ବେ ଦଳ ୩ ପେସ୍‍ ବୋଲର ଶିଭମ ମାଭି, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ଲକି ଫର୍ଗୁସନ କିମ୍ବା ପ୍ୟାଟ କମିନ୍ସଙ୍କଠାରୁ ଅନେକ କିଛି ଆଶା ରଖିଛି। ସାକିବଙ୍କ ଉପସ୍ଥିତି ଦଳ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଅନ୍ୟପକ୍ଷରେ ହାଇଦରାବାଦ୍‍ର ସଫଳତା ପଛରେ ରହିଛି ବିଦେଶୀ ଖେଳାଳିଙ୍କ ହାତ। ୱାର୍ଣ୍ଣରଙ୍କ ନେତୃତ୍ୱକୁ ବାଦ୍‍ ଦେଲେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‍ କେନ୍‍ ୱିଲିୟମସନ, ଶ୍ରେଷ୍ଠ ଅଲରାଉଣ୍ଡର ଜେସନ ହୋଲ୍ଡର ଓ ରଶିଦ୍‍ ଖାନ୍‍ ଅନ୍ୟତମ। ଗତ ସିଜନରେ ଦଳ ଖରାପରୁ ଆରମ୍ଭ କରିଥିଲେ ମଧ୍ୟ ଶେଷଭାଗରେ ସଫଳ ଦଳ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା। ସନ୍ଦୀପ ଶର୍ମା ଓ ଭୁବନେଶ୍ୱର କୁମାରଙ୍କ ପେସ୍‍ ବୋଲିଂରେ ସାମିଲ ହୋଇଯାଇଥିଲେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ। ସେ ଓ ଯୁବ ଖେଳାଳି ଅବ୍‍ଦୁଲ ସମଦଙ୍କ ଆବିଷ୍କାର ଫଳରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। କିନ୍ତୁ ୨୦୧୮ରେ ଚାମ୍ପିଅନ୍‍, ୨୦୧୯ରେ ଚତୁର୍ଥ ଓ ୨୦୨୦ରେ ତୃତୀୟ ସ୍ଥାନ ଅଧିକାର କରିଥିବା ସନ୍‍ରାଇଜର୍ସ ହାଇଦରାବାଦ୍‍ ଏଥର ଟାଇଟଲ ଦାବିଦାର ହୋଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସମ୍ଭାବ୍ୟ ଦଳ

ହାଇଦରାବାଦ୍‍: ଡେଭିଡ୍‍ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ ଶାହ, ମନୀଷ ପାଣ୍ଡେ, କେନ୍‍ ୱିଲିୟମସନ, ବିଜୟ ଶଙ୍କର/କେଦାର ଯାଦବ, ଜେସନ ହୋଲ୍ଡର/ମହମ୍ମଦ୍‍ ନବି, ଅବ୍‍ଦୁଲ ସମଦ, ରଶିଦ୍‍ ଖାନ୍‍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ଟି ନଟରାଜନ।

କଲକାତା: ଇଓନ ମୋର୍ଗାନ (ଅଧିନାୟକ), ଶୁବମାନ ଗିଲ୍‍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦିନେଶ କାର୍ତ୍ତିକ (ୱିକେଟକିପର), ଆନ୍ଦ୍ରେ ରସେଲ, ସାକିବ ଅଲ ହାସନ, ପ୍ୟାଟ କମିନ୍ସ/ଲକି ଫର୍ଗୁସନ, ହରଭଜନ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ବରୁଣ ଚକ୍ରବର୍ତ୍ତି।

11 Apr 2021 By The Sakala

ଆଜି କଲକାତା-ହାଇଦରାବାଦ୍‍ ମୁକାବିଲା

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ କରିବେ। ଏଥିଲାଗି ଉଭୟ ଦଳ ମଧ୍ୟ ଭଲ ପ୍ରସ୍ତୁତି କରିଛନ୍ତି ଓ ପଡ଼ିଆରେ ସେମାନଙ୍କ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଭୟ ଦଳର ନେତୃତ୍ୱ ବିଦେଶୀ ଖେଳାଳିଙ୍କ ହାତରେ ରହିଛି। କଲକାତାର ନେତୃତ୍ୱ ବିଶ୍ୱବିଜୟୀ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନଙ୍କ ହାତରେ ରହିଛି। ଜଣେ ବିଚକ୍ଷଣ ଅଧିନାୟକ ଓ ଧୂଆଁଧାର ବ୍ୟାଟ୍ସମ୍ୟାନ୍‍ ଭାବେ ସେ ବେଶ ଜଣାଶୁଣା। ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‍ ଭାବେ ନିଜ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ହାଇଦରାବାଦ୍‍ର ନେତୃତ୍ୱ ନେଇ ଏହି ଦଳକୁ ଚାମ୍ପିଅନ୍‍ କରାଇଥିଲେ। ମୋର୍ଗାନଙ୍କ ଅପେକ୍ଷା ନିଜ ଟିମ୍‍ର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ତାଙ୍କର ବେଶ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟର ଏହି ଦୁଇ ବିରଳ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ହେବାକୁ ଥିବା ଆଇପିଏଲ ମୁକାବିଲା ଚେନ୍ନଇର ସ୍ଲୋ ଓ ଟର୍ଣ୍ଣିଂ ପିଚ୍‍ରେ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଇପାରେ।

କଲକାତା ନାଇଟ୍‍ ରାଇଡର୍ସ ଦଳ ଦୁଇ ଥର ଚାମ୍ପିଅନ୍‍ ଓ ଭଲ ଟିମ୍‍ ହୋଇଥିଲେ ମଧ୍ୟ ଗତ ସିଜନରେ ଆଦୌ ଭଲ ଖେଳି ପାରି ନଥିଲା। ଏହାର ଅନେକ କାରଣ ରହିଥିଲେ ମଧ୍ୟ ସଠିକ୍‍ ଟିମ୍‍ କମ୍ବିନେସନ ଓ ଅସ୍ଥିର ପ୍ରଦର୍ଶନ ବିଫଳତା ପାଇବାରେ ଥିଲା ମୁଖ୍ୟ କାରଣ। ଓପନିଂରେ ଶୁବମାନ ଗିଲ ସ୍ଥିର ରହିଥିଲେ ମଧ୍ୟ ତାଙ୍କ ପାର୍ଟନର ବାରମ୍ବାର ବିଫଳ ହୋଇଥିଲେ। ସ୍ପିନ୍‍ ବୋଲର ସୁନୀଲ ନାରିନଙ୍କୁ ନେଇ ଅସ୍ଥିରତା ମଧ୍ୟ ଅନ୍ୟ ଏକ କାରଣ ବୋଲି ଧରାଯାଇ ପାରେ। ଫଳରେ ଦିନେଶ କାର୍ତ୍ତିକ ଅଧାରୁ ଅଧିନାୟକ ପଦ ଛାଡ଼ିଥିଲେ। ଆନ୍ଦ୍ରେ ରସେଲ ଆଘାତ ଜନିତ କାରଣରୁ ଖେଳି ନପାରିବା ମଧ୍ୟ ଦଳର ବିଫଳତାରେ ଆଉ ଏକ କାରଣ ବୋଲି ଧରାଯାଇପାରେ। ଏଥର କିନ୍ତୁ ଏସବୁକୁ ଦୂରେଇଯାଇ କେକେଆର ୬ ବର୍ଷ ପରେ ତୃତୀୟ ଟାଇଟଲ ଜିତିବ ବୋଲି ଆଶା କରୁଛନ୍ତି। ସ୍ପିନର ଭାବେ ହରଭଜନ ସିଂ ଓ ବରୁଣ ଚକ୍ରବର୍ତ୍ତି ଫିଟ ହୋଇଯାଇଥିବାରୁ ନାରିନ୍‍ଙ୍କ ଅନୁପସ୍ଥିତି ଉପଲବ୍ଧି କରିହେବ ନାହିଁ। ଏହା ସତ୍ତ୍ବେ ଦଳ ୩ ପେସ୍‍ ବୋଲର ଶିଭମ ମାଭି, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ଲକି ଫର୍ଗୁସନ କିମ୍ବା ପ୍ୟାଟ କମିନ୍ସଙ୍କଠାରୁ ଅନେକ କିଛି ଆଶା ରଖିଛି। ସାକିବଙ୍କ ଉପସ୍ଥିତି ଦଳ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଅନ୍ୟପକ୍ଷରେ ହାଇଦରାବାଦ୍‍ର ସଫଳତା ପଛରେ ରହିଛି ବିଦେଶୀ ଖେଳାଳିଙ୍କ ହାତ। ୱାର୍ଣ୍ଣରଙ୍କ ନେତୃତ୍ୱକୁ ବାଦ୍‍ ଦେଲେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‍ କେନ୍‍ ୱିଲିୟମସନ, ଶ୍ରେଷ୍ଠ ଅଲରାଉଣ୍ଡର ଜେସନ ହୋଲ୍ଡର ଓ ରଶିଦ୍‍ ଖାନ୍‍ ଅନ୍ୟତମ। ଗତ ସିଜନରେ ଦଳ ଖରାପରୁ ଆରମ୍ଭ କରିଥିଲେ ମଧ୍ୟ ଶେଷଭାଗରେ ସଫଳ ଦଳ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା। ସନ୍ଦୀପ ଶର୍ମା ଓ ଭୁବନେଶ୍ୱର କୁମାରଙ୍କ ପେସ୍‍ ବୋଲିଂରେ ସାମିଲ ହୋଇଯାଇଥିଲେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ। ସେ ଓ ଯୁବ ଖେଳାଳି ଅବ୍‍ଦୁଲ ସମଦଙ୍କ ଆବିଷ୍କାର ଫଳରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। କିନ୍ତୁ ୨୦୧୮ରେ ଚାମ୍ପିଅନ୍‍, ୨୦୧୯ରେ ଚତୁର୍ଥ ଓ ୨୦୨୦ରେ ତୃତୀୟ ସ୍ଥାନ ଅଧିକାର କରିଥିବା ସନ୍‍ରାଇଜର୍ସ ହାଇଦରାବାଦ୍‍ ଏଥର ଟାଇଟଲ ଦାବିଦାର ହୋଇଛି।

ସମ୍ଭାବ୍ୟ ଦଳ

ହାଇଦରାବାଦ୍‍: ଡେଭିଡ୍‍ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ ଶାହ, ମନୀଷ ପାଣ୍ଡେ, କେନ୍‍ ୱିଲିୟମସନ, ବିଜୟ ଶଙ୍କର/କେଦାର ଯାଦବ, ଜେସନ ହୋଲ୍ଡର/ମହମ୍ମଦ୍‍ ନବି, ଅବ୍‍ଦୁଲ ସମଦ, ରଶିଦ୍‍ ଖାନ୍‍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ଟି ନଟରାଜନ।

କଲକାତା: ଇଓନ ମୋର୍ଗାନ (ଅଧିନାୟକ), ଶୁବମାନ ଗିଲ୍‍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦିନେଶ କାର୍ତ୍ତିକ (ୱିକେଟକିପର), ଆନ୍ଦ୍ରେ ରସେଲ, ସାକିବ ଅଲ ହାସନ, ପ୍ୟାଟ କମିନ୍ସ/ଲକି ଫର୍ଗୁସନ, ହରଭଜନ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ବରୁଣ ଚକ୍ରବର୍ତ୍ତି।

https://www.thesakala.in/sports/ipl-2021-kkr-vs-srh/article-1431
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର