ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ; ସେମିରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା ଟିମ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି ଭାରତ । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ବିଶ୍ୱକପ ଟାଇଟଲ ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଭାରତୀୟ ମହିଳା କ୍ରିକେଟ ଟିମ। ପ୍ରଥମଥର ପାଇଁ ଅଣ୍ଡର-୧୯ ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଭାରତ […]

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି ଭାରତ । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ବିଶ୍ୱକପ ଟାଇଟଲ ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଭାରତୀୟ ମହିଳା କ୍ରିକେଟ ଟିମ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପ୍ରଥମଥର ପାଇଁ ଅଣ୍ଡର-୧୯ ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ୧୦୮ ରନର ବିଜୟଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲା ଭାରତୀୟ ଦଳ । ମାତ୍ର ୧୪.୨ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଭାରତୀୟ ମହିଳା ଦଳର ଓପନର ଶ୍ୱେତା ଶେରାୱତଙ୍କ ୪୫ ବଲରେ ଅପରାଜିତ ୬୧ ରନ ବଳରେ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଭାରତୀୟ ମହିଳା ଦଳକୁ ଫାଇନାଲ ଟିକେଟ ପାଇଁ ୩୫ ବଲରେ ୨ ରନ ଦରକାର ଥିବା ବେଳେ ଶ୍ୱେତା ଦମଦାର ଚୌକା ସହ ବିଜୟ ମୁଣ୍ଡି ମାରିଥିଲେ। ଭାରତ ପକ୍ଷରୁ ପାଶ୍ୱୀର୍ ଚୋପ୍ରା ୨୦ ରନ ବିନିମୟରେ ୩ଟି ୱିକେଟ ହାସଲ କରିଥିବା ବେଳେ ଟି.ସାଧୁ, ମନ୍ନତ କଶ୍ୟପ, ଶେଫାଳୀ ବର୍ମା, ଅର୍ଚ୍ଚନା ଦେବୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର