ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିଶ କଲା ଭାରତୀୟ ପାରା ଅଲିମ୍ପିକ୍ସ ସମିତି

The Sakala Picture
Published On

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ଯ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର ମନୀଷ ନରୱାଲ, ହାଇଜମ୍ପର ଶରଦ କୁମାର, ଜାଭେଲିନ ଥ୍ରୋଅର ସୁନ୍ଦର ସିଂହ ଗୁର୍ଜରଙ୍କ ନାମ ସୁପାରିସ କରିଛି । ପିସିଆଇ ମଧ୍ୟ ଜାଭେଲିନ ଥ୍ରୋୟର ସୁମିତ ଆନ୍ତଲ ଓ ସୁଟର ଅଭନି ଲେଖାରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ […]

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ଯ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର ମନୀଷ ନରୱାଲ, ହାଇଜମ୍ପର ଶରଦ କୁମାର, ଜାଭେଲିନ ଥ୍ରୋଅର ସୁନ୍ଦର ସିଂହ ଗୁର୍ଜରଙ୍କ ନାମ ସୁପାରିସ କରିଛି । ପିସିଆଇ ମଧ୍ୟ ଜାଭେଲିନ ଥ୍ରୋୟର ସୁମିତ ଆନ୍ତଲ ଓ ସୁଟର ଅଭନି ଲେଖାରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପିସିଆଇ ସଭାପତି ଦୀପା ମଲିକ କହିଛନ୍ତି, ପ୍ରମୋଦ, ମନୀଷ, ଶରଦ ଓ ସୁନ୍ଦର ଏହି ପୁରସ୍କାର ଜିତିଲେ ସେମାନଙ୍କୁ ୨୦୨୪ ପ୍ୟାରିସ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ। ଆମ ଖେଳାଳି ଟୋକିଓ ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଛନ୍ତି ଓ ଆମେ ସେମାନଙ୍କ ପାଇଁ ଗର୍ବିତ | ସେମାନଙ୍କୁ ପୁରସ୍କୃତ କରାଗଲେ, ଆଗାମୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଉଲ୍ଲେଖଯୋଗ୍ୟ, ଗତ ମାସରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଟୋକିଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ପୁରସ୍କୃତ କରାଯିବ। ଏବେ ପିସିଆଇ ଜାତୀୟ କ୍ରୀଡ଼ା ପାଇଁ ଉପରୋକ୍ତ ଖେଳାଳିଙ୍କ ନାମ ଘୋଷଣା କରିଛି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp