ଏଫ୍‌‌ଆଇଏଚ୍‌‌ ପୁରସ୍କାର: କ୍ରମାଗତ ଦ୍ୱିତୀୟଥର ଲାଗି ବର୍ଷର ଶ୍ରେଷ୍ଠ ଖେଳାଳି ହେଲେ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ

The Sakala Picture
Published On

ନୂଆଦିଲ୍ଲୀ: ଷ୍ଟାର୍‌‌ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ ୨୦୨୧-୨୨ ବର୍ଷ ଲାଗି ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟଥର ଲାଗି ହର୍‌‌ମନପ୍ରୀତ୍‌‌ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିସହ ବିଶ୍ୱର ଚତୁର୍ଥ ହକି ଖେଳାଳି (ପୁରୁଷ ବିଭାଗ) ଭାବେ ୨୬ ବର୍ଷୀୟ ଏହି ଅମୃତସର ତାରକା କ୍ରମାଗତ ୨ୟଥର ଲାଗି ଏଫ୍‌‌ଆଇଏଚ୍‌‌ ଶ୍ରେଷ୍ଠ ପୁରୁଷ ହକି ପୁରସ୍କାର ହାସଲ କରିବେ। ହର୍‌‌ମନପ୍ରୀତ୍‌‌ଙ୍କ ପୂର୍ବରୁ […]

ନୂଆଦିଲ୍ଲୀ: ଷ୍ଟାର୍‌‌ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ ୨୦୨୧-୨୨ ବର୍ଷ ଲାଗି ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟଥର ଲାଗି ହର୍‌‌ମନପ୍ରୀତ୍‌‌ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିସହ ବିଶ୍ୱର ଚତୁର୍ଥ ହକି ଖେଳାଳି (ପୁରୁଷ ବିଭାଗ) ଭାବେ ୨୬ ବର୍ଷୀୟ ଏହି ଅମୃତସର ତାରକା କ୍ରମାଗତ ୨ୟଥର ଲାଗି ଏଫ୍‌‌ଆଇଏଚ୍‌‌ ଶ୍ରେଷ୍ଠ ପୁରୁଷ ହକି ପୁରସ୍କାର ହାସଲ କରିବେ। ହର୍‌‌ମନପ୍ରୀତ୍‌‌ଙ୍କ ପୂର୍ବରୁ ନେଦରଲାଣ୍ଡର ତେଉନ ଡେ ନୋଇଜର, ଅଷ୍ଟ୍ରେଲିଆର ଜେମି ଡୱେର ଓ ବେଲ୍‌‌ଜିୟମର ଅର୍ଥର ଭାନ ଡୋରେନ କ୍ରମାଗତ ୨ଥର ଲେଖାଏ ଏହି ପୁରସ୍କାର ଜିତିଥିଲେ। ‘ହର୍‌‌ମନପ୍ରୀତ୍‌‌ ଆଧୁନିକ ହକି ଯୁଗର ସୁପର୍‌‌ ଷ୍ଟାର୍‌‌। ସେ ଜଣେ ଚମତ୍କାର ଡିଫେଣ୍ଡର। ତାଙ୍କର ଡ୍ରିବଲିଂ ଦକ୍ଷତା ଚମତ୍କାର।ସେ ଦେଶ ପାଇଁ ବହୁ ଗୋଲ୍‌‌ସ୍କୋର କରିଛନ୍ତି’ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ହର୍‌‌ମନପ୍ରୀତ୍‌‌ଙ୍କୁ ମୋଟ୍‌‌ ୨୯.୪ ପଏଣ୍ଟ ମିଳିଛି। ସେ ନେଦରଲାଣ୍ଡ୍‌‌ସର ଥିଏରୀ ବ୍ରିଙ୍କମ୍ୟାନ୍ନ (୨୩.୬ ପଏଣ୍ଟ) ଓ ବେଲ୍‌‌ଜିୟମର ଟମ୍‌‌ ବୁନ (୨୩.୪ ପଏଣ୍ଟ)ଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଭାରତୀୟ ହକିର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଥିବା ହର୍‌‌ମନପ୍ରୀତ୍‌‌ ଜାତୀୟ ଦଳ ପକ୍ଷରୁ ୧୫୫ ମ୍ୟାଚ୍‌‌ ପ୍ରତିନିଧିତ୍ୱ କରିସାରିଛନ୍ତି। ଯେଉଁଥିରେ ସେ ୧୧୫ ଗୋଲ୍‌‌ସ୍କୋର କରିଛନ୍ତି। ୨୦୨୧-୨୨ ସିଜନରେ ସେ ୧୬ ମ୍ୟାଚ୍‌‌ ଖେଳି ୧୮ ଗୋଲ୍‌‌ ଦେଇଛନ୍ତି। ଯେଉଁଥିରେ ୨ଟି ହ୍ୟାଟ୍ରିକ ଅନ୍ତର୍ଭୁକ୍ତ ରହିଛି। ଏହି ସମୟ ମଧ୍ୟରେ ସେ ଭାରତର ଶ୍ରେଷ୍ଠ ଗୋଲ୍‌‌ସ୍କୋରର ରହିଥିଲେ। ସେହିଭଳି ହକି ପ୍ରୋ ଲିଗ୍‌‌ର ଗୋଟିଏ ସିଜନରେ ସର୍ବାଧିକ ଗୋଲ୍‌‌ ସ୍କୋର କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ପ୍ରମୁଖ ଖେଳାଳି ରହିଥିଲେ। ‘ଏଫ୍‌‌ଆଇଏଚ୍‌‌ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ମୁଁ ବହୁତ ଖୁସି। ଏହା ମୋ କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତ। ଏହା ଏକ ବ୍ୟକ୍ତିଗତ ପୁରସ୍କାର ହୋଇପାରେ। କିନ୍ତୁ ଏହି ପୁରସ୍କାର ମୋର ଏକୁଟିଆ ନୁହେଁ। ସାଥୀ ଖେଳାଳିଙ୍କ ସହଯୋଗ ଓ ସମର୍ଥନ ବିନା ଏହା ସମ୍ଭବ ହୋଇପାରି ନ ଥାନ୍ତା’ ବୋଲି ହର୍‌‌ମନପ୍ରୀତ୍‌‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅପରପକ୍ଷରେ ନେଦରଲାଣ୍ଡ୍‌‌ସର ଫେଲିସେ ଆଲବର୍ସ ୨୦୨୧-୨୨ ସିଜନ ଲାଗି ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଛନ୍ତି। ୨୨ ବର୍ଷୀୟା ଫେଲିସେ ସର୍ବକନିଷ୍ଠା ଖେଳାଳି (ମହିଳା ବିଭାଗରେ) ଭାବେ ଏହି ପୁରସ୍କାର ହାସଲ କରିବେ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

08 Oct 2022 By The Sakala

ଏଫ୍‌‌ଆଇଏଚ୍‌‌ ପୁରସ୍କାର: କ୍ରମାଗତ ଦ୍ୱିତୀୟଥର ଲାଗି ବର୍ଷର ଶ୍ରେଷ୍ଠ ଖେଳାଳି ହେଲେ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ

ନୂଆଦିଲ୍ଲୀ: ଷ୍ଟାର୍‌‌ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ ୨୦୨୧-୨୨ ବର୍ଷ ଲାଗି ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟଥର ଲାଗି ହର୍‌‌ମନପ୍ରୀତ୍‌‌ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିସହ ବିଶ୍ୱର ଚତୁର୍ଥ ହକି ଖେଳାଳି (ପୁରୁଷ ବିଭାଗ) ଭାବେ ୨୬ ବର୍ଷୀୟ ଏହି ଅମୃତସର ତାରକା କ୍ରମାଗତ ୨ୟଥର ଲାଗି ଏଫ୍‌‌ଆଇଏଚ୍‌‌ ଶ୍ରେଷ୍ଠ ପୁରୁଷ ହକି ପୁରସ୍କାର ହାସଲ କରିବେ। ହର୍‌‌ମନପ୍ରୀତ୍‌‌ଙ୍କ ପୂର୍ବରୁ ନେଦରଲାଣ୍ଡର ତେଉନ ଡେ ନୋଇଜର, ଅଷ୍ଟ୍ରେଲିଆର ଜେମି ଡୱେର ଓ ବେଲ୍‌‌ଜିୟମର ଅର୍ଥର ଭାନ ଡୋରେନ କ୍ରମାଗତ ୨ଥର ଲେଖାଏ ଏହି ପୁରସ୍କାର ଜିତିଥିଲେ। ‘ହର୍‌‌ମନପ୍ରୀତ୍‌‌ ଆଧୁନିକ ହକି ଯୁଗର ସୁପର୍‌‌ ଷ୍ଟାର୍‌‌। ସେ ଜଣେ ଚମତ୍କାର ଡିଫେଣ୍ଡର। ତାଙ୍କର ଡ୍ରିବଲିଂ ଦକ୍ଷତା ଚମତ୍କାର।ସେ ଦେଶ ପାଇଁ ବହୁ ଗୋଲ୍‌‌ସ୍କୋର କରିଛନ୍ତି’ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ହର୍‌‌ମନପ୍ରୀତ୍‌‌ଙ୍କୁ ମୋଟ୍‌‌ ୨୯.୪ ପଏଣ୍ଟ ମିଳିଛି। ସେ ନେଦରଲାଣ୍ଡ୍‌‌ସର ଥିଏରୀ ବ୍ରିଙ୍କମ୍ୟାନ୍ନ (୨୩.୬ ପଏଣ୍ଟ) ଓ ବେଲ୍‌‌ଜିୟମର ଟମ୍‌‌ ବୁନ (୨୩.୪ ପଏଣ୍ଟ)ଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇ ନେଇଛନ୍ତି।

ଭାରତୀୟ ହକିର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଥିବା ହର୍‌‌ମନପ୍ରୀତ୍‌‌ ଜାତୀୟ ଦଳ ପକ୍ଷରୁ ୧୫୫ ମ୍ୟାଚ୍‌‌ ପ୍ରତିନିଧିତ୍ୱ କରିସାରିଛନ୍ତି। ଯେଉଁଥିରେ ସେ ୧୧୫ ଗୋଲ୍‌‌ସ୍କୋର କରିଛନ୍ତି। ୨୦୨୧-୨୨ ସିଜନରେ ସେ ୧୬ ମ୍ୟାଚ୍‌‌ ଖେଳି ୧୮ ଗୋଲ୍‌‌ ଦେଇଛନ୍ତି। ଯେଉଁଥିରେ ୨ଟି ହ୍ୟାଟ୍ରିକ ଅନ୍ତର୍ଭୁକ୍ତ ରହିଛି। ଏହି ସମୟ ମଧ୍ୟରେ ସେ ଭାରତର ଶ୍ରେଷ୍ଠ ଗୋଲ୍‌‌ସ୍କୋରର ରହିଥିଲେ। ସେହିଭଳି ହକି ପ୍ରୋ ଲିଗ୍‌‌ର ଗୋଟିଏ ସିଜନରେ ସର୍ବାଧିକ ଗୋଲ୍‌‌ ସ୍କୋର କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ପ୍ରମୁଖ ଖେଳାଳି ରହିଥିଲେ। ‘ଏଫ୍‌‌ଆଇଏଚ୍‌‌ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ମୁଁ ବହୁତ ଖୁସି। ଏହା ମୋ କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତ। ଏହା ଏକ ବ୍ୟକ୍ତିଗତ ପୁରସ୍କାର ହୋଇପାରେ। କିନ୍ତୁ ଏହି ପୁରସ୍କାର ମୋର ଏକୁଟିଆ ନୁହେଁ। ସାଥୀ ଖେଳାଳିଙ୍କ ସହଯୋଗ ଓ ସମର୍ଥନ ବିନା ଏହା ସମ୍ଭବ ହୋଇପାରି ନ ଥାନ୍ତା’ ବୋଲି ହର୍‌‌ମନପ୍ରୀତ୍‌‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅପରପକ୍ଷରେ ନେଦରଲାଣ୍ଡ୍‌‌ସର ଫେଲିସେ ଆଲବର୍ସ ୨୦୨୧-୨୨ ସିଜନ ଲାଗି ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଛନ୍ତି। ୨୨ ବର୍ଷୀୟା ଫେଲିସେ ସର୍ବକନିଷ୍ଠା ଖେଳାଳି (ମହିଳା ବିଭାଗରେ) ଭାବେ ଏହି ପୁରସ୍କାର ହାସଲ କରିବେ।

https://www.thesakala.in/sports/indian-defender-harmanpreet-singh-named-as-fih-player-of-the-year/article-15544
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର