କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଦୀନେଶ କାର୍ତ୍ତିକ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ୱିକେଟରକ୍ଷକ ବ୍ୟାଟର ଦୀନେଶ କାର୍ତ୍ତିକ ଶନିବାର କ୍ରିକେଟରୁ ଅବସର ନେଇଛନ୍ତି। ଜୁନ୍‌ ୧ ଅର୍ଥାତ ତାଙ୍କ ୩୯ତମ ଜନ୍ମଦିବସରେ ସେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଏ ନେଇ ସୂଚନା ଦେଇଛନ୍ତି। ସେ ଅବସର ରିଟାୟାରମେଣ୍ଟ ନୋଟ୍‌ ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ନିଜ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ମୂହୂର୍ତ୍ତର ଫଟୋ ସେୟାର କରିଛନ୍ତି। ଗତ କିଛିଦିନ ମଧ୍ୟରେ ମୋତେ ଯେଉଁ ସ୍ନେହ, […]

ନୂଆଦିଲ୍ଲୀ: ଭାରତୀୟ ୱିକେଟରକ୍ଷକ ବ୍ୟାଟର ଦୀନେଶ କାର୍ତ୍ତିକ ଶନିବାର କ୍ରିକେଟରୁ ଅବସର ନେଇଛନ୍ତି। ଜୁନ୍‌ ୧ ଅର୍ଥାତ ତାଙ୍କ ୩୯ତମ ଜନ୍ମଦିବସରେ ସେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଏ ନେଇ ସୂଚନା ଦେଇଛନ୍ତି। ସେ ଅବସର ରିଟାୟାରମେଣ୍ଟ ନୋଟ୍‌ ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ନିଜ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ମୂହୂର୍ତ୍ତର ଫଟୋ ସେୟାର କରିଛନ୍ତି। ଗତ କିଛିଦିନ ମଧ୍ୟରେ ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା, ସମର୍ଥନ ଓ ଭଲପାଇବା ମିଳିଛି, ତାହା ମୋତେ ଅଭିଭୂତ କରିଛି। ମୋତେ ଭଲପାଉଥିବା ସମସ୍ତ ବ୍ୟକ୍ତି ଓ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଉଛି। ବହୁତ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲ ଶେଷ ହେବାପରେ ହିଁ ସେ ଏହି ହାଇପ୍ରୋଫାଇଲ ଲିଗ୍‌ରୁ ଅବସର ନେବାକୁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

୨ଟି ଆଇସିସି ଟ୍ରଫି ଜିତିଛନ୍ତି
କାର୍ତ୍ତିକ ଦୀର୍ଘ ୧୮ ବର୍ଷର କ୍ୟାରିୟରରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟ୍ରଫି ଜିତିଛନ୍ତି। ଏଥିରେ ୨୦୦୭ ଟି-୨୦ ବିଶ୍ୱକପ୍‌ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ସାମିଲ ରହିଛି। କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୨୦୧୦ ଓ ୨୦୧୮ ଏସିଆ ଟ୍ରଫି ହାସଲ କରିଛନ୍ତି। କାର୍ତ୍ତିକ ମଧ୍ୟ ଗୋଟିଏଥର ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ପ୍ରତିନିଧିତ୍ୱ କରି ଆଇପିଏଲ ଟ୍ରଫି ହାସଲ କରିଥିଲେ। ୨୦୨୨ରେ ସେ ବାଂଲାଦେଶ ବିପକ୍ଷରେ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp