ମନୋରଞ୍ଜନ
ଓଡ଼ିଶା
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଟ୍ରିପଲ ଜମ୍ପ, ଜାଭଲିନ ଓ ୧୦ ହଜାର ମିଟର ରେସ୍ ୱାକ୍ରେ ଭାରତର ପଦକ ହାସଲ
ବର୍ମିଂହାମ: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତୀୟ ପ୍ରଥମ ଥର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ପଦକ ହାତେଇଛି । ଭାରତର ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି । […]
ବର୍ମିଂହାମ: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତୀୟ ପ୍ରଥମ ଥର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ପଦକ ହାତେଇଛି । ଭାରତର ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ କେବଳ ୧ସେମି ଦୂରତା ରହିଥିଲା ।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ସେହିପରି ୧୦ ହଜାର ମିଟର ରେସ୍ ୱାକ୍ରେ ଭାରତର ସନ୍ଦୀପ କୁମାର ବ୍ରୋଞ୍ଜ୍ ପଦକ ହସଲ କରିଛନ୍ତି। ମହିଳା ଜାଭଲିନ୍ରେ ଭାରତକୁ ମଧ୍ଯ ବ୍ରୋଞ୍ଜ୍ ପଦକ ମିଳିଛି। ଅନୁ ରାଣୀ ଭାରତ ପାଇଁ ଏହି ବ୍ରୋଞ୍ଜ୍ ପଦକ ଜିତିଛନ୍ତି।






