ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ T20 ଜିତି ସିରିଜ ହାତେଇଲା ଭାରତ, ୩-୧ରେ ଆଗୁଆ ଟିମ୍ ଇଣ୍ଡିଆ

The Sakala Picture
Published On

ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ବକପର ପ୍ରତିଶୋଧ ଟି-୨୦ ସିରିଜରେ । ଚତୁର୍ଥ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ । ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୧ରେ ଆଗୁଆ ରହିବା ସହ ସିରିଜ ହାତେଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । […]

ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ବକପର ପ୍ରତିଶୋଧ ଟି-୨୦ ସିରିଜରେ । ଚତୁର୍ଥ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ । ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୧ରେ ଆଗୁଆ ରହିବା ସହ ସିରିଜ ହାତେଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଅକ୍ଷର ପଟେଲ (୩/୧୬) ଓ ରବି ବିଷ୍ଣୋଇ (୧/୧୭)ଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌‌ରେ ଭାରତ ୨୦ ରନ୍‌‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ଫଳରେ ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ଆଉ ଗୋଟିଏ ମ୍ୟାଚ୍‌‌ ବାକିଥାଇ ଭାରତ ୩-୧ରେ ଆଗୁଆ ସିରିଜ୍‌‌ କବ୍‌‌ଜା କରିଛି। ସିରିଜ୍‌‌ର ୫ମ ତଥା ଶେଷ ମ୍ୟାଚ୍‌‌ ବେଙ୍ଗାଲୁରୁରେ ଡିସେମ୍ବର ୩ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌‌ରେ ୪ ଓଭର ବୋଲିଂ କରି ୧୬ ରନ୍‌‌ ବିନିମୟରେ ୩ଟି ୱିକେଟ ନେଇଥିବା ଭାରତର ବାମହାତୀ ସ୍ପିନର ଅକ୍ଷର ପଟେଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତ ସର୍ବାଧିକ ୧୩୬ଟି ମ୍ୟାଚ୍‌ ଜିତି ବିଶ୍ବ ରେକର୍ଡ କରିଛି ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ରାୟପୁରର ସହୀଦ୍‌‌ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟରେ ୧୭୪ ରନ୍‌‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ଓଭର ଖେଳି ୭ ୱିକେଟରେ ୧୫୪ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ମାଥ୍ୟୁ ୱେଡ୍‌‌ ସର୍ବାଧିକ ୩୬*, ଟ୍ରାଭିସ୍‌‌ ହେଡ୍‌‌ ୩୧, ମାଥ୍ୟୁ ସର୍ଟ ୨୨, ଟିମ୍‌‌ ଡେଭିଡ୍‌‌ ଓ ବେନ୍‌‌ ମ୍ୟାକଡର୍ମଟ ୧୯ ରନ୍‌‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅକ୍ଷରଙ୍କ ବ୍ୟତୀତ ଦୀପକ ଚହର ସବୁଠାରୁ ଅଧିକ ୪୪ ରନ୍‌‌ ଦେଇ ୨ଟି ୱିକେଟ ପାଇଥିଲେ। ଅଷ୍ଟ୍ରେଲିଆ ପାଳିରେ ଦୁଇ ସ୍ପିନର ଅକ୍ଷର ଓ ରବି ମିଳିତଭାବେ ୮ ଓଭର ବୋଲିଂ କରି ମାତ୍ର ୩୩ ରନ୍‌‌ ବ୍ୟୟ କରିବା ଫଳରେ ଏହି ମ୍ୟାଚ ଭାରତ ସପକ୍ଷରେ ଯାଇଥିଲା। ରବି ଓ ଆଭେଷ ଖାନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

02 Dec 2023 By The Sakala

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ T20 ଜିତି ସିରିଜ ହାତେଇଲା ଭାରତ, ୩-୧ରେ ଆଗୁଆ ଟିମ୍ ଇଣ୍ଡିଆ

ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ବକପର ପ୍ରତିଶୋଧ ଟି-୨୦ ସିରିଜରେ । ଚତୁର୍ଥ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ । ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୧ରେ ଆଗୁଆ ରହିବା ସହ ସିରିଜ ହାତେଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଅକ୍ଷର ପଟେଲ (୩/୧୬) ଓ ରବି ବିଷ୍ଣୋଇ (୧/୧୭)ଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌‌ରେ ଭାରତ ୨୦ ରନ୍‌‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ଫଳରେ ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ଆଉ ଗୋଟିଏ ମ୍ୟାଚ୍‌‌ ବାକିଥାଇ ଭାରତ ୩-୧ରେ ଆଗୁଆ ସିରିଜ୍‌‌ କବ୍‌‌ଜା କରିଛି। ସିରିଜ୍‌‌ର ୫ମ ତଥା ଶେଷ ମ୍ୟାଚ୍‌‌ ବେଙ୍ଗାଲୁରୁରେ ଡିସେମ୍ବର ୩ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌‌ରେ ୪ ଓଭର ବୋଲିଂ କରି ୧୬ ରନ୍‌‌ ବିନିମୟରେ ୩ଟି ୱିକେଟ ନେଇଥିବା ଭାରତର ବାମହାତୀ ସ୍ପିନର ଅକ୍ଷର ପଟେଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତ ସର୍ବାଧିକ ୧୩୬ଟି ମ୍ୟାଚ୍‌ ଜିତି ବିଶ୍ବ ରେକର୍ଡ କରିଛି ।

ରାୟପୁରର ସହୀଦ୍‌‌ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟରେ ୧୭୪ ରନ୍‌‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ଓଭର ଖେଳି ୭ ୱିକେଟରେ ୧୫୪ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ମାଥ୍ୟୁ ୱେଡ୍‌‌ ସର୍ବାଧିକ ୩୬*, ଟ୍ରାଭିସ୍‌‌ ହେଡ୍‌‌ ୩୧, ମାଥ୍ୟୁ ସର୍ଟ ୨୨, ଟିମ୍‌‌ ଡେଭିଡ୍‌‌ ଓ ବେନ୍‌‌ ମ୍ୟାକଡର୍ମଟ ୧୯ ରନ୍‌‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅକ୍ଷରଙ୍କ ବ୍ୟତୀତ ଦୀପକ ଚହର ସବୁଠାରୁ ଅଧିକ ୪୪ ରନ୍‌‌ ଦେଇ ୨ଟି ୱିକେଟ ପାଇଥିଲେ। ଅଷ୍ଟ୍ରେଲିଆ ପାଳିରେ ଦୁଇ ସ୍ପିନର ଅକ୍ଷର ଓ ରବି ମିଳିତଭାବେ ୮ ଓଭର ବୋଲିଂ କରି ମାତ୍ର ୩୩ ରନ୍‌‌ ବ୍ୟୟ କରିବା ଫଳରେ ଏହି ମ୍ୟାଚ ଭାରତ ସପକ୍ଷରେ ଯାଇଥିଲା। ରବି ଓ ଆଭେଷ ଖାନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

https://www.thesakala.in/sports/india-won-the-4th-t20-against-austrelia-and-win-the-series/article-27843
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp