ବର୍ଡର-ଗାଭାସ୍କର ସିରିଜ୍‌ର ପ୍ରଥମ ଟେଷ୍ଟ: ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇ ଦମଦାର ବିଜୟ ହାସଲ କଲା ଭାରତ

The Sakala Picture
Published On

ନାଗପୁର: ପ୍ରଥମ ଟେଷ୍ଟ ଜିତିଲା ଭାରତ । ନାଗପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଛି ଭାରତ । ଭାରତ ପକ୍ଷରୁ ଅଶ୍ୱିନୀ ୫ଟି ଓ୍ୱିକେଟ ନେଇଥିବାବେଳେ ଜାଡେଜା ଓ ସାମିଙ୍କୁ ମିଳିଛି ୨ଟି ଲେଖାଏଁ ଓ୍ୱିକେଟ । ଏହି ବିଜୟ ସହ ୪ ଟିକିଆ ସିରିଜରେ ୧-୦ […]

ନାଗପୁର: ପ୍ରଥମ ଟେଷ୍ଟ ଜିତିଲା ଭାରତ । ନାଗପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଛି ଭାରତ । ଭାରତ ପକ୍ଷରୁ ଅଶ୍ୱିନୀ ୫ଟି ଓ୍ୱିକେଟ ନେଇଥିବାବେଳେ ଜାଡେଜା ଓ ସାମିଙ୍କୁ ମିଳିଛି ୨ଟି ଲେଖାଏଁ ଓ୍ୱିକେଟ । ଏହି ବିଜୟ ସହ ୪ ଟିକିଆ ସିରିଜରେ ୧-୦ ଆଗରେ ରହିଛି ଭାରତ ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ମାତ୍ର ମ୍ୟାଚ ଆରମ୍ଭରୁ କଙ୍ଗାରୁ ଦଳ ବିପର୍ଯୟର ଶିକାର ହୋଇ ପ୍ରଥମ ଇନିଂସରେ ମାତ୍ର ୧୭୭ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଜାଡେଜା ୫ ଓ୍ୱିକେଟ ନେଇଥିବାବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଜବାବରେ ପ୍ରଥମ ଇନିଂସରେ ଭାରତ ଜବରଦସ୍ତ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଲଆଉଟ କରିବା ପରେ ଭାରତ ରୋହିତ ଶର୍ମାଙ୍କ ଦମଦାର ଶତକ, ଜାଡେଜା ଓ ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ୪୦୦ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩ ରନରେ ଆଗୁଆ ରହିଥିଲା ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ କାଳ ସାଜିଥିବା ବେଳେ ୨ୟ ଇନିଂସରେ ଅଶ୍ୱିନୀ ସାଜିଥିଲେ ଘାତକ । ଗୋଟିଏ ପରେ ଗୋଟିଏ ବ୍ୟାଟରଙ୍କୁ ଦେଖାଇଥିଲେ ପ୍ୟାଭିଲିୟନ୍‌ର ରାସ୍ତା । ଅଷ୍ଟ୍ରେଲିଆର କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । ଚାରିଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ସ୍କୋର କରିଥିବା ବେଳେ ଆଉ କୌଣସି ବ୍ୟାଟର ବ୍ୟକ୍ତିଗତ ଭାବେ ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଯାହାଫଳରେ ପୁରା ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଥିଲା ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ସେପଟେ ବୋଲିଂ ବିଭାଗରେ ଭାରତୀୟ ସ୍ପିନର ନିଜର ଜଲଓ୍ୱା ଦେଖାଇଛନ୍ତି । ବେଶୀ ଘାତକ ସାଜିଛନ୍ତି ଅଶ୍ୱିନୀ-ଜାଡେଜା ଯୋଡି । ୨ୟ ଇନିଂସରେ ଅଶ୍ୱିନୀ ୧୨ ଓଭର ବୋଲିଂ କରି ୫ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମି ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ବାକି ଅକ୍ଷର ପଟେଲ୍‌ଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍‌ ରହିଛି । ମାତ୍ର ୩ ଦିନରେ ହିଁ ସରିଯାଇଛି ପ୍ରଥମ ମ୍ୟାଚ୍‌ ।

11 Feb 2023 By The Sakala

ବର୍ଡର-ଗାଭାସ୍କର ସିରିଜ୍‌ର ପ୍ରଥମ ଟେଷ୍ଟ: ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇ ଦମଦାର ବିଜୟ ହାସଲ କଲା ଭାରତ

ନାଗପୁର: ପ୍ରଥମ ଟେଷ୍ଟ ଜିତିଲା ଭାରତ । ନାଗପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଛି ଭାରତ । ଭାରତ ପକ୍ଷରୁ ଅଶ୍ୱିନୀ ୫ଟି ଓ୍ୱିକେଟ ନେଇଥିବାବେଳେ ଜାଡେଜା ଓ ସାମିଙ୍କୁ ମିଳିଛି ୨ଟି ଲେଖାଏଁ ଓ୍ୱିକେଟ । ଏହି ବିଜୟ ସହ ୪ ଟିକିଆ ସିରିଜରେ ୧-୦ ଆଗରେ ରହିଛି ଭାରତ ।

ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ମାତ୍ର ମ୍ୟାଚ ଆରମ୍ଭରୁ କଙ୍ଗାରୁ ଦଳ ବିପର୍ଯୟର ଶିକାର ହୋଇ ପ୍ରଥମ ଇନିଂସରେ ମାତ୍ର ୧୭୭ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଜାଡେଜା ୫ ଓ୍ୱିକେଟ ନେଇଥିବାବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଜବାବରେ ପ୍ରଥମ ଇନିଂସରେ ଭାରତ ଜବରଦସ୍ତ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଲଆଉଟ କରିବା ପରେ ଭାରତ ରୋହିତ ଶର୍ମାଙ୍କ ଦମଦାର ଶତକ, ଜାଡେଜା ଓ ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ୪୦୦ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩ ରନରେ ଆଗୁଆ ରହିଥିଲା ।

ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ କାଳ ସାଜିଥିବା ବେଳେ ୨ୟ ଇନିଂସରେ ଅଶ୍ୱିନୀ ସାଜିଥିଲେ ଘାତକ । ଗୋଟିଏ ପରେ ଗୋଟିଏ ବ୍ୟାଟରଙ୍କୁ ଦେଖାଇଥିଲେ ପ୍ୟାଭିଲିୟନ୍‌ର ରାସ୍ତା । ଅଷ୍ଟ୍ରେଲିଆର କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । ଚାରିଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ସ୍କୋର କରିଥିବା ବେଳେ ଆଉ କୌଣସି ବ୍ୟାଟର ବ୍ୟକ୍ତିଗତ ଭାବେ ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଯାହାଫଳରେ ପୁରା ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଥିଲା ।

ସେପଟେ ବୋଲିଂ ବିଭାଗରେ ଭାରତୀୟ ସ୍ପିନର ନିଜର ଜଲଓ୍ୱା ଦେଖାଇଛନ୍ତି । ବେଶୀ ଘାତକ ସାଜିଛନ୍ତି ଅଶ୍ୱିନୀ-ଜାଡେଜା ଯୋଡି । ୨ୟ ଇନିଂସରେ ଅଶ୍ୱିନୀ ୧୨ ଓଭର ବୋଲିଂ କରି ୫ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମି ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ବାକି ଅକ୍ଷର ପଟେଲ୍‌ଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍‌ ରହିଛି । ମାତ୍ର ୩ ଦିନରେ ହିଁ ସରିଯାଇଛି ପ୍ରଥମ ମ୍ୟାଚ୍‌ ।

https://www.thesakala.in/sports/india-won-nagpur-test-by-an-innings-and-132-runs-against-australia/article-18857
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର