ଭାରତ- ଦ.ଆଫ୍ରିକା ପ୍ରଥମ ଟି- ୨୦: ଭାରତର ସହଜ ବିଜୟ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍‌ ଆରମ୍ଭ ହୋଇଯାଇଛି ।  ପ୍ରଥମ ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ଭ୍ରମଣକାରୀ ଦ.ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା ଭାରତ। ଦ.ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୦୬ କରିଥିଲା। ହେଲେ ଏହି ମ୍ଯାଚକୁ ଭାରତ ସହଜରେ ଜିତି ନେଇଛି। ୨ ୱିକେଟ ହରାଇ ୧୬ ଓଭର ୪ଟି […]

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍‌ ଆରମ୍ଭ ହୋଇଯାଇଛି ।  ପ୍ରଥମ ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ଭ୍ରମଣକାରୀ ଦ.ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା ଭାରତ। ଦ.ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୦୬ କରିଥିଲା। ହେଲେ ଏହି ମ୍ଯାଚକୁ ଭାରତ ସହଜରେ ଜିତି ନେଇଛି। ୨ ୱିକେଟ ହରାଇ ୧୬ ଓଭର ୪ଟି ବଲରେ ୧୧୦ ରନ କରି ଭାରତ ଦ.ଆଫ୍ରିକାକୁ ପରାସ୍ତ କରିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ରୋହିତ ଶର୍ମା ୨ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ଫର୍ମରେ ଥିବା  ବିରାଟ କୋହଲି ୯ ବଲରେ ୩ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ କେ ଏଲ ରାହୁଲ ଓ ସୂର୍ୟ୍ୟକୁମାର ଯାଦବ ବ୍ଯାଟିଂ ଭାରତକୁ ସହଜ ବିଜୟ ଦେଇଥିଲା। କେ ଏଲ ରାହୁଲ ୫୬ ବଲରେ ୫୧ ରନ କରି ଅପରାଜିତ ରହିଥିବା ବେଳେ ସୂର୍ୟ୍ୟକୁମାର ଯାଦବ ୩୩ ବଲରେ ୫୦ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନରିଚ୍‌ ନୋର୍କିୟା  ଓ କାଗିସୋ ରାବାଡା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର