ଆଇସିସି ବିଶ୍ବକପ ୨୦୨୩: ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୩୦୨ ରନରେ ଜିତିଲା ଭାରତ

The Sakala Picture
Published On

ମୁମ୍ବଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପ୍‌‌ର ୩୩ତମ ଲିଗ ମ୍ୟାଚ୍‌‌ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଆଜି ଖେଳାଯାଇଥିଲା। ଆଜିର ମ୍ୟାଚରେ ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୮ ରନର ଲକ୍ଷ୍ୟ ରହିଥିଲା। ଭାରତର ଘାତକ ବୋଲିଂରେ  ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଶ୍ରୀଲଙ୍କା ୧୯.୪ ଓଭରରେ […]

ମୁମ୍ବଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପ୍‌‌ର ୩୩ତମ ଲିଗ ମ୍ୟାଚ୍‌‌ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଆଜି ଖେଳାଯାଇଥିଲା। ଆଜିର ମ୍ୟାଚରେ ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୮ ରନର ଲକ୍ଷ୍ୟ ରହିଥିଲା। ଭାରତର ଘାତକ ବୋଲିଂରେ  ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ କରିଥିଲା । ଫଳରେ ଭାରତ ଆଜିର ମ୍ୟାଚକୁ ୩୦୨ ରନରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଶ୍ରୀଲଙ୍କା ପକ୍ଷରୁ ପଥୁମ୍‌ ନିଶଙ୍କା, ଦିମୁଥ କରୁଣାରତ୍ନେ, ସଦିରା ସମରବିକ୍ରମା, ଦୁଷ୍ମନ୍ତ ଚାମୀରା, ଡୁସାନ ହେମନ୍ଥା କୌଣସି ରନ ନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ ଓ ଚରିଥ ଆଶାଲଙ୍କା ଊଭୟ ୧ ରନ ଲେଖାଏଁ କରି ଆଉଟ ହୋଇଥିଲେ। ଆଞ୍ଜୋଲା ମାଥ୍ୟୁସ୍‌ ୨୫ ବଲରେ ୧୨ରନ କରି ଆଉଟ ହୋଇଥିଲେ। କାସୁନ୍‌ ରଜିଥା ୧୭ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମହୀଶ ତୀକ୍ଷଣା ୨୩ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଲ୍‌ସାନ ମଦୁଶଙ୍କା ୬ ବଲରେ ୫ ରନ କରି ଆଉଟ ହୋଇଥିଲେ

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ମହମ୍ମଦ ସାମି ୫ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିଲେ।  ଯଶପ୍ରୀତ୍‌ ବୁମ୍‌ରା  ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ  ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର