ମହିଳା ଟି-୨୦ ବିଶ୍ୱକପ୍‌: DLS ନିୟମରେ ଆୟରଲାଣ୍ଡକୁ ପରାସ୍ତ କରି ସେମିରେ ପ୍ରବେଶ କଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ଦଳ। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଆୟରଲାଣ୍ଡକୁ ୫ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛି। ଆୟରଲାଣ୍ଡର ବ୍ୟାଟିଂ ଚାଲିଥିବା ବେଳେ ବର୍ଷା ଯୋଗୁ ଖେଳକୁ ଅଧାରେ ରୋକିବାକୁ ପଡ଼ିଥିଲା।  ବର୍ଷା ନ ଛାଡ଼ିବାରୁ DLS ନିୟମରେ ଭାରତକୁ ବିଜୟୀ ଘୋଷଣା କରାଯାଇଛି। ଭାରତ ପ୍ରଥମ ବ୍ୟାଟିଂ କରି ୧୫୫ […]

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ଦଳ। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଆୟରଲାଣ୍ଡକୁ ୫ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛି। ଆୟରଲାଣ୍ଡର ବ୍ୟାଟିଂ ଚାଲିଥିବା ବେଳେ ବର୍ଷା ଯୋଗୁ ଖେଳକୁ ଅଧାରେ ରୋକିବାକୁ ପଡ଼ିଥିଲା।  ବର୍ଷା ନ ଛାଡ଼ିବାରୁ DLS ନିୟମରେ ଭାରତକୁ ବିଜୟୀ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପ୍ରଥମ ବ୍ୟାଟିଂ କରି ୧୫୫ ରନ୍‌ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୮୭ ରନ୍ କରିଥିଲେ । ଏହି ମ୍ୟାଚକୁ ଜିତିବାକୁ ବେଲେ ଆୟରଲାଣ୍ଡକୁ ୧୫୬ ରନ୍‌ର ଆବଶ୍ୟକତା ରହିଥିଲା। ଆୟରଲାଣ୍ଡ  ୮.୨ ଓଭର ଖେଳି ୫୪ ରନ୍ କରି ଦୁଇ ୱିକେଟ୍ ହରାଇଥିଲା। ଏହି ସମୟରେ ବର୍ଷା ହେବାରୁ ଖେଳକୁ ମଝିରୁ ଅଟକାଇବାକୁ ପଡ଼ିଥିଲା। ବର୍ଷା ନ କମିବାରୁ ଶେଷରେ ଖେଳକୁ ରଦ୍ଦ କରାଯାଇ DLS ନିୟମରେ ଭାରତକୁ ବିଜୀୟ ଘୋଷଣା କରାଯାଇଥିଲା। ଏହି ବିଜୟ ସହ ଭାରତ ତୃତୀୟ ଦଳ ଭାବେ ମହିଳା ଟି-୨୦ ବିଶ୍ୱକପ୍‌ରେ ସେମିଫାଇନାଲ୍‌ରେ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର