ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ, ୨ୟ ଟେଷ୍ଟ ଜିତି ସିରିଜ କବଜା କଲା ବିରାଟ ବାହିନୀ

The Sakala Picture
Published On

ମୁମ୍ବାଇ: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଚିଲିଥିବା ୨ୟ ଟେଷ୍ଟ ମ୍ଯାଚରେ ଭାରତ ବୃହତ ବିଜୟ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଭାରତ । ଏହାସହ ସିରିଜକୁ ୧-୦ରେ କବଜା କରିଛି ବିରାଟ ବାହିନୀ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ […]

ମୁମ୍ବାଇ: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଚିଲିଥିବା ୨ୟ ଟେଷ୍ଟ ମ୍ଯାଚରେ ଭାରତ ବୃହତ ବିଜୟ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଭାରତ । ଏହାସହ ସିରିଜକୁ ୧-୦ରେ କବଜା କରିଛି ବିରାଟ ବାହିନୀ ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ଓ୍ବିକେଟ ହରାଇ ୨୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ଯୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ ଟିମ । ଫଳରେ ବିଜୟ ଠାରୁ ବହୁ ଦୂରରେ ଦଳ ରହିଥିଲା ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍‌ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଥିଲେ । ଡାରିଲ ମିଚେଲ୍‌ ଅର୍ଦ୍ଧଶତକ୬୦ ରନ ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା​‌ ବେଳେ, ଟମ୍‌ ବ୍ଲଣ୍ଡେଲ ଖାତା ଖୋଲି ପାରି ନ ଥିଲେ । ଚତୁର୍ଥ ଦିନରେ ଦଳ ଆଉ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୪ଟି, ଅକ୍ଷର ପଟେଲ ଗୋଟିଏ ଓ ଜୟନ୍ତ ଯାଦବ ୪ଟି ଓ୍ୱିକେଟ୍ ନେଇଥିଲେ ।

06 Dec 2021 By The Sakala

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ, ୨ୟ ଟେଷ୍ଟ ଜିତି ସିରିଜ କବଜା କଲା ବିରାଟ ବାହିନୀ

ମୁମ୍ବାଇ: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଚିଲିଥିବା ୨ୟ ଟେଷ୍ଟ ମ୍ଯାଚରେ ଭାରତ ବୃହତ ବିଜୟ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଭାରତ । ଏହାସହ ସିରିଜକୁ ୧-୦ରେ କବଜା କରିଛି ବିରାଟ ବାହିନୀ ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ଓ୍ବିକେଟ ହରାଇ ୨୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ଯୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ ଟିମ । ଫଳରେ ବିଜୟ ଠାରୁ ବହୁ ଦୂରରେ ଦଳ ରହିଥିଲା ।

୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍‌ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଥିଲେ । ଡାରିଲ ମିଚେଲ୍‌ ଅର୍ଦ୍ଧଶତକ୬୦ ରନ ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା​‌ ବେଳେ, ଟମ୍‌ ବ୍ଲଣ୍ଡେଲ ଖାତା ଖୋଲି ପାରି ନ ଥିଲେ । ଚତୁର୍ଥ ଦିନରେ ଦଳ ଆଉ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୪ଟି, ଅକ୍ଷର ପଟେଲ ଗୋଟିଏ ଓ ଜୟନ୍ତ ଯାଦବ ୪ଟି ଓ୍ୱିକେଟ୍ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର