ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ ଆଜି; ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଭାରତ

The Sakala Picture
Published On

ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏଠାରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଥିଲାବେଳେ ଘରୋଇ ଦଳ ବରାବର ସ୍ଥିତିକୁ ଆସିବାକୁ ନିଶ୍ଚିତ ଉଦ୍ୟମ କରିବ। ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାକୁ ଭାରତ ଏକତରଫା ଭାବେ ଜିତିନେଇଥିଲା। ଯାହା ଫଳରେ ଜିମ୍ବାୱେ ଯେ ଭାରତର ବିଜୟରେ ପ୍ରତିବନ୍ଧକ ସୃଷ୍ଟି କରିବ ଏହା ଆଶା କରାଯାଉ ନାହିଁ। କିନ୍ତୁ […]

ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏଠାରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଥିଲାବେଳେ ଘରୋଇ ଦଳ ବରାବର ସ୍ଥିତିକୁ ଆସିବାକୁ ନିଶ୍ଚିତ ଉଦ୍ୟମ କରିବ। ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାକୁ ଭାରତ ଏକତରଫା ଭାବେ ଜିତିନେଇଥିଲା। ଯାହା ଫଳରେ ଜିମ୍ବାୱେ ଯେ ଭାରତର ବିଜୟରେ ପ୍ରତିବନ୍ଧକ ସୃଷ୍ଟି କରିବ ଏହା ଆଶା କରାଯାଉ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଆଗରେ ଅନେକ ଆହ୍ୱାନ ରହିଛି। ଏହାକୁ ମୁକାବିଲା କରିବାକୁ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳାଳିମାନେ ଯେ ଉଦ୍ୟମ କରିବେ ତାହା ନିଃସନ୍ଦେହରେ କୁହାଯାଇପାରେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଏହି ସିରିଜ୍‍ ଶେଷ ହେବା ପରେ ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏସିଆକପ୍‍ ଟି-୨୦ କ୍ରିକେଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ରାହୁଲଙ୍କ ମ୍ୟାଚ୍‍ ପ୍ରାକ୍ଟିସ ନାହିଁ। ଏଠାରେ ଭାରତ ପ୍ରଥମ ଦିନିକିଆ ୧୦ ୱିକେଟରେ ଜିତିଥିଲାବେଳେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଏଭଳି ସ୍ଥିତିରେ ଭାରତ ଲାଗି ସବୁଠାରୁ ବଡ଼ ଆହ୍ୱାନ ହେଉଛି ରାହୁଲ, ଦୀପକ ହୁଦା ଓ ସଞ୍ଜୁ ସାମସନଙ୍କୁ ପର୍ଯ୍ୟାପ୍ତ ବ୍ୟାଟିଂ ସୁଯୋଗ ଦେବା। ହରାରେ ସ୍ପୋର୍ଟ୍ସ କ୍ଲବ୍‍ ପିଚ୍‍ରେ ପ୍ରଥମଘଣ୍ଟା ଖେଳ ବୋଲରଙ୍କୁ ସୁହାଉଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ ପେସ୍‍ ବୋଲର। ଏଣୁ ଭାରତ ଏଭଳି ପିଚ୍‍ରେ ନିଜ ବ୍ୟାଟରଙ୍କୁ ଟେଷ୍ଟ କରିବାକୁ ନିଶ୍ଚିତ ଆଶା ରଖିବ। ଏସିଆ କପ୍‍ରେ ଭାରତ ପ୍ରଥମ ମ୍ୟାଚ୍‍ ପାକିସ୍ତାନ ସହ ଖେଳିବ। ଏହି ମ୍ୟାଚ୍‍ରେ ବିଶ୍ୱର କେତେକ ଶ୍ରେଷ୍ଠ ଦ୍ରୁତ ବୋଲର ଖେଳିବେ। ଏହି ଦଳର ସାହିନ ଶାହା ଆଫ୍ରିଦୀ ଉଭୟ ପଟେ ସୁଇଂ ବୋଲିଂ କରିବାର ଦକ୍ଷତାର ଅଧିକାରୀ। ଏଣୁ ଏଠାରେ ଯଦି ସୁଇଂ ବୋଲରଙ୍କୁ ମୁକାବିଲା କରିବା ସମ୍ଭବ ହୁଏ, ତେବେ ଆଫ୍ରିଦୀ ଏଣ୍ଡ କୋଙ୍କୁ ରାହୁଲ ମୁକାବିଲା କରିବା ସହଜ ହେବ। ଏହା କହିବା କଥା ହେଲା ଦ୍ୱିତୀୟ ମ୍ୟାଚ୍‍ରେ ଭାରତ ଟସ୍‍ ଜିତିଲେ ପ୍ରଥମେ ବ୍ୟାଟିଂ ନେବା ଉଚିତ୍‍। ସେହିପରି ଅଧିନାୟକ ରାହୁଲ ଇନିଂସ ଓପନ କରି ଅଧିକ ସମୟ ମ୍ୟାଚ୍‍ରେ ତିଷ୍ଠି ରହିବା ଆବଶ୍ୟକ। ଫଳରେ ସେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ପ୍ରାକ୍ଟିସ ପାଇବା ସହ ଏସିଆ କପ୍‍ ଲାଗି ନିଜକୁ ପ୍ରସ୍ତୁତ କରିନେବେ। ହୁଦା ଓ ସାମସନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ସେହିପରି ଜିମ୍ବାୱେ ଇନିଂସର ଶେଷ ଭାଗରେ ନଂ-୮ ଓ ନଂ-୯ ବ୍ୟାଟର ଲଢ଼େଇ କରିଥିଲେ। ଏହାର ଅର୍ଥ ହେଲା, ସେତେବେଳେ ବୋଲରଙ୍କୁ ପିଚ୍‍ରୁ ସହାୟତା ମିଳୁ ନଥିଲା। ଦ୍ୱିତୀୟ ପାଳିରେ ବୋଲିଂ କଲେ ଭାରତୀୟ ବୋଲରଙ୍କୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ। ନିକଟରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ଏଠାରେ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍‍ ରନ୍‍ ଚେଜ୍‍ କରି ଜିତିଥିଲା। ଏଣୁ ଭାରତ ଏହି ଚ୍ୟାଲେଞ୍ଜକୁ ସାମ୍‍ନା କରିବା ଆବଶ୍ୟକ। ସିରିଜ୍‍ ଜିତିବା ଉପରେ କାମଚଳା ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ନିଶ୍ଚିତ ଗୁରୁତ୍ୱ ଦେବେ। ଏହା ସହିତ ଭାରତକୁ ଏଭଳି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

20 Aug 2022 By The Sakala

ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ ଆଜି; ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଭାରତ

ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏଠାରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଥିଲାବେଳେ ଘରୋଇ ଦଳ ବରାବର ସ୍ଥିତିକୁ ଆସିବାକୁ ନିଶ୍ଚିତ ଉଦ୍ୟମ କରିବ। ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାକୁ ଭାରତ ଏକତରଫା ଭାବେ ଜିତିନେଇଥିଲା। ଯାହା ଫଳରେ ଜିମ୍ବାୱେ ଯେ ଭାରତର ବିଜୟରେ ପ୍ରତିବନ୍ଧକ ସୃଷ୍ଟି କରିବ ଏହା ଆଶା କରାଯାଉ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଆଗରେ ଅନେକ ଆହ୍ୱାନ ରହିଛି। ଏହାକୁ ମୁକାବିଲା କରିବାକୁ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳାଳିମାନେ ଯେ ଉଦ୍ୟମ କରିବେ ତାହା ନିଃସନ୍ଦେହରେ କୁହାଯାଇପାରେ।

ଏହି ସିରିଜ୍‍ ଶେଷ ହେବା ପରେ ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏସିଆକପ୍‍ ଟି-୨୦ କ୍ରିକେଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ରାହୁଲଙ୍କ ମ୍ୟାଚ୍‍ ପ୍ରାକ୍ଟିସ ନାହିଁ। ଏଠାରେ ଭାରତ ପ୍ରଥମ ଦିନିକିଆ ୧୦ ୱିକେଟରେ ଜିତିଥିଲାବେଳେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଏଭଳି ସ୍ଥିତିରେ ଭାରତ ଲାଗି ସବୁଠାରୁ ବଡ଼ ଆହ୍ୱାନ ହେଉଛି ରାହୁଲ, ଦୀପକ ହୁଦା ଓ ସଞ୍ଜୁ ସାମସନଙ୍କୁ ପର୍ଯ୍ୟାପ୍ତ ବ୍ୟାଟିଂ ସୁଯୋଗ ଦେବା। ହରାରେ ସ୍ପୋର୍ଟ୍ସ କ୍ଲବ୍‍ ପିଚ୍‍ରେ ପ୍ରଥମଘଣ୍ଟା ଖେଳ ବୋଲରଙ୍କୁ ସୁହାଉଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ ପେସ୍‍ ବୋଲର। ଏଣୁ ଭାରତ ଏଭଳି ପିଚ୍‍ରେ ନିଜ ବ୍ୟାଟରଙ୍କୁ ଟେଷ୍ଟ କରିବାକୁ ନିଶ୍ଚିତ ଆଶା ରଖିବ। ଏସିଆ କପ୍‍ରେ ଭାରତ ପ୍ରଥମ ମ୍ୟାଚ୍‍ ପାକିସ୍ତାନ ସହ ଖେଳିବ। ଏହି ମ୍ୟାଚ୍‍ରେ ବିଶ୍ୱର କେତେକ ଶ୍ରେଷ୍ଠ ଦ୍ରୁତ ବୋଲର ଖେଳିବେ। ଏହି ଦଳର ସାହିନ ଶାହା ଆଫ୍ରିଦୀ ଉଭୟ ପଟେ ସୁଇଂ ବୋଲିଂ କରିବାର ଦକ୍ଷତାର ଅଧିକାରୀ। ଏଣୁ ଏଠାରେ ଯଦି ସୁଇଂ ବୋଲରଙ୍କୁ ମୁକାବିଲା କରିବା ସମ୍ଭବ ହୁଏ, ତେବେ ଆଫ୍ରିଦୀ ଏଣ୍ଡ କୋଙ୍କୁ ରାହୁଲ ମୁକାବିଲା କରିବା ସହଜ ହେବ। ଏହା କହିବା କଥା ହେଲା ଦ୍ୱିତୀୟ ମ୍ୟାଚ୍‍ରେ ଭାରତ ଟସ୍‍ ଜିତିଲେ ପ୍ରଥମେ ବ୍ୟାଟିଂ ନେବା ଉଚିତ୍‍। ସେହିପରି ଅଧିନାୟକ ରାହୁଲ ଇନିଂସ ଓପନ କରି ଅଧିକ ସମୟ ମ୍ୟାଚ୍‍ରେ ତିଷ୍ଠି ରହିବା ଆବଶ୍ୟକ। ଫଳରେ ସେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ପ୍ରାକ୍ଟିସ ପାଇବା ସହ ଏସିଆ କପ୍‍ ଲାଗି ନିଜକୁ ପ୍ରସ୍ତୁତ କରିନେବେ। ହୁଦା ଓ ସାମସନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବା ଆବଶ୍ୟକ।

ସେହିପରି ଜିମ୍ବାୱେ ଇନିଂସର ଶେଷ ଭାଗରେ ନଂ-୮ ଓ ନଂ-୯ ବ୍ୟାଟର ଲଢ଼େଇ କରିଥିଲେ। ଏହାର ଅର୍ଥ ହେଲା, ସେତେବେଳେ ବୋଲରଙ୍କୁ ପିଚ୍‍ରୁ ସହାୟତା ମିଳୁ ନଥିଲା। ଦ୍ୱିତୀୟ ପାଳିରେ ବୋଲିଂ କଲେ ଭାରତୀୟ ବୋଲରଙ୍କୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ। ନିକଟରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ଏଠାରେ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍‍ ରନ୍‍ ଚେଜ୍‍ କରି ଜିତିଥିଲା। ଏଣୁ ଭାରତ ଏହି ଚ୍ୟାଲେଞ୍ଜକୁ ସାମ୍‍ନା କରିବା ଆବଶ୍ୟକ। ସିରିଜ୍‍ ଜିତିବା ଉପରେ କାମଚଳା ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ନିଶ୍ଚିତ ଗୁରୁତ୍ୱ ଦେବେ। ଏହା ସହିତ ଭାରତକୁ ଏଭଳି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବାକୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର