ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ଵିତୀୟ ଟେଷ୍ଟ, ସିରିଜ୍ କବଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଶେଷ ଟେଷ୍ଟ ମୁକାବିଲା ଆଜିଠୁ ତ୍ରିନିଦାଦରେ ଖେଳାଯିବ । ଡୋମିନିକାରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ଟେଷ୍ଟକୁ ଭାରତ ତିନି ଦିନି ମଧ୍ୟରେ ଏକ ପାଳି ଓ ୧୪୧ ରନରେ ଜିତିଥିଲା । ଏହି ମ୍ୟାଚରେ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିବା ଘରୋଇ ଦଳ ବ୍ୟାଟରଙ୍କ ଲାଗି କଷ୍ଟକର ହୋଇଥିଲା । ଭାରତର ଏହି ପ୍ରଭାବୀ ଖେଳକୁ ଦେଖିଲେ ଦଳ […]
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଶେଷ ଟେଷ୍ଟ ମୁକାବିଲା ଆଜିଠୁ ତ୍ରିନିଦାଦରେ ଖେଳାଯିବ । ଡୋମିନିକାରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ଟେଷ୍ଟକୁ ଭାରତ ତିନି ଦିନି ମଧ୍ୟରେ ଏକ ପାଳି ଓ ୧୪୧ ରନରେ ଜିତିଥିଲା । ଏହି ମ୍ୟାଚରେ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିବା ଘରୋଇ ଦଳ ବ୍ୟାଟରଙ୍କ ଲାଗି କଷ୍ଟକର ହୋଇଥିଲା । ଭାରତର ଏହି ପ୍ରଭାବୀ ଖେଳକୁ ଦେଖିଲେ ଦଳ ଦ୍ଵିତୀୟ ଟେଷ୍ଟରେ ମଧ୍ୟ ସହଜରେ ଜିତିନେବା ବୋଲି ଜଣାପଡୁଛି । ଫଳରେ ସିରିଜ୍ କବଜା କରିବା ଲକ୍ଷ୍ୟରେ ଆଜି ପଡିଆକୁ ଓଲ୍ହାଇବା ଟିମ୍ ଇଣ୍ଡିଆ ।
ଦୁଇ ଦଳ ମଧ୍ୟରେ ଏହା ହେବ ୧୦୦ତମ ଟେଷ୍ଟ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚର ମହତ୍ତ୍ୱକୁ ହୃହବୋଧ କରିଛନ୍ତି । ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଘରୋଇ ଦଳ ଉପରେ ଆଧିପତ୍ୟ ଜାରି ରଖି ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ତାଙ୍କ ଦଳ ଉଦ୍ୟମ କରିବ ବୋଲି ରୋହିତ କହିଛନ୍ତି । ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ମଧ୍ୟ ଏହି ଟେଷ୍ଟ ତାଙ୍କ କ୍ୟାରିୟର ଦୃଷ୍ଟିରୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ପ୍ରଲମ୍ବିତ କରିବାକୁ ହେଲେ ରାହାଣେଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ ।
ଆଜିଠୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପରେ ଭାରତ ପୁଣି ଡିସେମ୍ବର-ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ଖେଳିବ । ତେଣୁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ରାହାଣେ ଭଳି ଖେଳାଳିଙ୍କ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ ହେବ । ଗତ ୧୮ ମାସରେ ରାହାଣେ ନିଜ ପ୍ରଥମ ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ । ତାହା ପୁଣି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ରାହାଣେ ଭାରତ ପକ୍ଷରୁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ତେବେ ଡୋମିନିକାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । କାରଣ ଭାରତ କେବଳ ଥରେ ବ୍ୟାଟିଂ କରିଥିଲା ଓ ଇନିଂସ୍ ବିଜୟ ହାସଲ କରିଥିଲା ।
ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଥରେ ବ୍ୟାଟିଂ କରିବାକୁ ଚାହିଁବ । ଏଭଳି ସ୍ଥିତିରେ ରାହାଣେଙ୍କୁ ସୁଯୋଗର ଫାଇଦା ଉଠାଇବାକୁ ହେବ । କାରଣ ପିଠି ଅସ୍ତ୍ରୋପଚାର ପରେ ସମ୍ପ୍ରତି ସୁସ୍ଥ ହେଉଥିବା ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ଗସ୍ତ ବେଳକୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ସମ୍ଭାବନା ରହିଛି । ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦକ୍ଷିଣ ଆଫ୍ରିିକା ଭଳି ଚ୍ୟାଲେଞ୍ଜିଂ ଗସ୍ତରେ ରାହାଣେଙ୍କ ଭଳି ଇନ୍ ଫର୍ମ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।