ଦ୍ବିତୀୟ ଟି-୨୦: ଅକ୍ଷରଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଶ୍ରୀଲଙ୍କାଠାରୁ ହାରିଲା ଟିମ ଇଣ୍ଡିଆ

The Sakala Picture
Published On

ପୁଣେ: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଇଥିଲା। ଶ୍ରୀଲଙ୍କ ଆଜି ଭାରତକୁ ହରାଇ ମ୍ୟାଚ ବରାବର କରିଛି। ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତକୁ ୨୦୭ ରନର ଟାର୍ଗେଟ ଦେଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଶ୍ରୀଲଙ୍କା ୧୬ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି। […]

ପୁଣେ: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଇଥିଲା। ଶ୍ରୀଲଙ୍କ ଆଜି ଭାରତକୁ ହରାଇ ମ୍ୟାଚ ବରାବର କରିଛି। ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତକୁ ୨୦୭ ରନର ଟାର୍ଗେଟ ଦେଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଶ୍ରୀଲଙ୍କା ୧୬ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ ଇଶାନ କିଷନ ୫ ବଲରେ ୨ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୩ ବଲରେ ୫ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୫ ବଲରେ ୫ରନ କରି ଆଉଟ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ଼ା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଅକ୍ଷର ପଟେଲ  ଓ ସୂର୍ଯ୍ୟକୁମାର ଯାଦବ ପାରିକୁ ସମ୍ଭାଳିଥିଲେ। ପରେ ସୂର୍ଯ୍ୟକୁମାର ୩୬ ବଲରେ ୫୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିବା ଅକ୍ଷର ପଟେଲ ୩୧ ବଲରେ ୬୫ ରନ କରି ଆଉଟ ହୋଇଥିଲେ। ଶିବମ ମାଭି ୧୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଶ୍ରୀଲଙ୍କା ପକ୍ଷରୁ ଡାସୁନ ଶଣକା , କାସୁନ ରଜିଥା ଓ ଦିଲସାନ ମଦୁସଙ୍କା  ୨ଟି ଲେଖାଏଁ ୱିକେଟ ନେଇଥିଲେ। ଚାମିକା କରୁଣାରତ୍ନେ  ଓ ୱାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର