ଆଜିଠୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌‌; ହାର୍ଦ୍ଦିକଙ୍କ ନେତୃତ୍ୱରେ ପଡିଆକୁ ଓଲ୍ହାଇବ ଟିମ ଇଣ୍ଡିଆ

The Sakala Picture
Published On

ମୁମ୍ବଇ: ଏସିଆ କପ୍‌‌ ଚାମ୍ପିଅନ୍‌‌ ଶ୍ରୀଲଙ୍କା ସହ ଭାରତ ଏକ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ଆଜିଠାରୁ ଖେଳିବାକୁ ଯାଉଛି। ଏହି ସିରିଜ୍‌‌ରେ ଭାରତର ୩ ସୁପରଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ସାମିଲ କରାଯାଇ ନାହିଁ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂଆ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏବେ ଭାରତୀୟ ଟି-୨୦ ଦଳର ଭାଗ୍ୟ ବିଧାତା ହେବେ ହାର୍ଦ୍ଦିକ। ନୂଆ […]

ମୁମ୍ବଇ: ଏସିଆ କପ୍‌‌ ଚାମ୍ପିଅନ୍‌‌ ଶ୍ରୀଲଙ୍କା ସହ ଭାରତ ଏକ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ଆଜିଠାରୁ ଖେଳିବାକୁ ଯାଉଛି। ଏହି ସିରିଜ୍‌‌ରେ ଭାରତର ୩ ସୁପରଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ସାମିଲ କରାଯାଇ ନାହିଁ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂଆ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏବେ ଭାରତୀୟ ଟି-୨୦ ଦଳର ଭାଗ୍ୟ ବିଧାତା ହେବେ ହାର୍ଦ୍ଦିକ। ନୂଆ ଖେଳାଳି, ନୂଆ ଟିମ୍‌‌ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତ ତାହାର ଟି-୨୦ ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌‌ରେ ଭାରତୀୟ ଦଳର ପ୍ରଦର୍ଶନ ଯାହା ହେଉନା କାହିଁକି, ଖେଳାଳିଙ୍କଠାରୁ ସାହସିକ ଖେଳ ଦେଖିବାକୁ ମିଳି ନଥିଲା। ଯାହାକି ସମାଲୋଚନାର ଖୋରାକ ଯୋଗାଇଥିଲା ସମସ୍ତଙ୍କୁ। ଟି-୨୦ ବା ଫଟା ଫଟ କ୍ରିକେଟରେ ଆରମ୍ଭରୁ ହେଉ ଅବା ଶେଷରେ ଯେପରି ଆକ୍ରମଣ କରାଯାଇଥାଏ, ତାହା ଭାରତୀୟ ଖେଳାଳିଙ୍କଠାରେ ଆଦୌ ଦେଖିବାକୁ ମିଳି ନଥିଲା। ଯାହା ଫଳରେ ଦଳ ଆତ୍ମବିଶ୍ୱାସଭରା କ୍ରିକେଟ ଖେଳିବାରେ ଅସମର୍ଥ ହୋଇଥିଲା। ଏଭଳି ସ୍ଥିତିରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବା ଅର୍ଥ ନୂଆ ଆରମ୍ଭ କରିବା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ସିରିଜ୍‌‌ରେ ଭାରତ ଓପନିଂରେ ନୂଆ ଯୋଡି ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ଦେଇପାରେ। ଏହା ଯଦି ସମ୍ଭବ ହୁଏ, ତେବେ ଶୁବମାନ ଗିଲଙ୍କୁ ଡେବ୍ୟୁ କରିବାକୁ ଅପେକ୍ଷା କରିବାକୁ ହେବ। ନଂ-୩ରେ ନଂ-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ। ଅଭିଜ୍ଞ ୱିକେଟକିପର ସଞ୍ଜୁ ସାମସନଙ୍କୁ ନଂ-୪ରେ ଖେଳିବାକୁ ନିଶ୍ଚୟ ସୁଯୋଗ ମିଳିବ। ଟି-୨୦ ଏକ ଅଲରାଉଣ୍ଡରଙ୍କ ଖେଳ। ଏଥିରେ ପାଣ୍ଡ୍ୟାଙ୍କ ସହ ଦୀପକ ହୁଦା, ୱାଶିଂଟନ ସୁନ୍ଦରଙ୍କୁ ଖେଳିବାର ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଅନ୍ୟ ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ। ଅଭିଜ୍ଞ ହର୍ଷଲ ପଟେଲ, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକଙ୍କ ଉପରେ ପେସ ବାହିନୀର ଦାୟିତ୍ୱ ରହିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଶ୍ରୀଲଙ୍କା ମଧ୍ୟ ବେଶିକିଛି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ଟି-୨୦ ବିଶ୍ୱକପ୍‌‌ ଖେଳିଥିବା ପ୍ରାୟ ସମସ୍ତ ଖେଳାଳି ପ୍ରଥମ ମ୍ୟାଚ୍‌‌ରେ ସୁଯୋଗ ପାଇବେ। କେବଳ କସୁନ ରଜିଥାଙ୍କ ସ୍ଥାନରେ ଦିଲସାନ ମଦୁଶଙ୍କାଙ୍କୁ ସାମିଲ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ହାଇସ୍କୋରିଂ ମ୍ୟାଚ୍‌‌

ଏହି ମ୍ୟାଚ୍‌‌ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଖେଳାଯିବ। ଏଠିକାର ବାଉଣ୍ଡରୀ ଛୋଟ। ଏଣୁ ଟି-୨୦ରେ ଖୁବ୍‌‌ ବଡ଼ ବଡ଼ ସଟ୍‌‌ ଦେଖିବାକୁ ମିଳିବ। ଯାହା ଫଳରେ ମ୍ୟାଚ୍‌‌ ନିଶ୍ଚିତ ହାଇସ୍କୋରିଂ ହେବ ବୋଲି ଆଶା କରାଯାଇପାରେ। ଏହି ପିଚ୍‌‌ରେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳକୁ ଫାଇଦା ମିଳିପାରେ। ଟାର୍ଗେଟ ଦେବା ଅପେକ୍ଷା ଏଠାରେ ଟାର୍ଗେଟ ଚେଜ୍‌‌ କରିବା ସହଜ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର