ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା, ଉଭୟ ଦଳ ପାଇଁ କର ବା ମର ସ୍ଥିତି

The Sakala Picture
Published On

ରାଜକୋଟ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌‌ର ତୃତୀୟ ତଥା ଶେଷ ମୁକାବିଲା । ଆଜିର ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚକୁ ଭାରତ ୨ ରନ୍‌‌ରେ ଓ ଦ୍ୱିତୀୟ ମ୍ୟାଚ୍‌‌କୁ ଶ୍ରୀଲଙ୍କା ୧୬ ରନ୍‌‌ରେ ଜିତିବା ପରେ ଏହି ସିରିଜ୍‌‌ ୧-୧ ବରାବର ସ୍ଥିତିରେ ରହିଛି। ଏଣୁ ରାଜକୋଟରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଏହି ସିରିଜ୍‌‌ କବ୍‌‌ଜା କରିବ। […]

ରାଜକୋଟ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌‌ର ତୃତୀୟ ତଥା ଶେଷ ମୁକାବିଲା । ଆଜିର ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚକୁ ଭାରତ ୨ ରନ୍‌‌ରେ ଓ ଦ୍ୱିତୀୟ ମ୍ୟାଚ୍‌‌କୁ ଶ୍ରୀଲଙ୍କା ୧୬ ରନ୍‌‌ରେ ଜିତିବା ପରେ ଏହି ସିରିଜ୍‌‌ ୧-୧ ବରାବର ସ୍ଥିତିରେ ରହିଛି। ଏଣୁ ରାଜକୋଟରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଏହି ସିରିଜ୍‌‌ କବ୍‌‌ଜା କରିବ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏହି ସିରିଜ୍‌‌ ଖେଳୁଥିବା ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ଏମାନଙ୍କ ନିକଟରେ ଅଭିଜ୍ଞତା କମ୍‌‌ ରହିଛି। ତଥାପି ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଭଲ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ପ୍ରଥମ ମ୍ୟାଚ୍‌‌କୁ ଭାରତ ଶେଷ ବଲ୍‌‌ରେ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍‌‌ରେ ଶ୍ରୀଲଙ୍କା ଖେଳାଳିଙ୍କ ଦବ୍‌‌ଦବା ରହିଥିଲା। ଏହି ମ୍ୟାଚ୍‌‌ରେ ଅକ୍ଷର ପଟେଲ ଓ ଶିବମ ମାଭିଙ୍କ ବ୍ୟାଟିଂ ଦକ୍ଷତା ଦେଖିବାକୁ ମିଳିଥିଲା। କିନ୍ତୁ ଭାରତୀୟ ଦଳର ଅନେକ ଅସୁବିଧା ରହିଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ୬୦ ରନ୍‌‌ ମଧ୍ୟରେ ଦଳର ଅଧା ବ୍ୟାଟ୍ଟର ପାଭିଲିୟନ ଫେରିଯାଇଥିଲେ। ଏଭଳି ମ୍ୟାଚ୍‌‌ରେ ଟପ୍‌‌ ଅର୍ଡର ବିଫଳ ହେଲେ ଲଢ଼େଇ କରିବା କଷ୍ଟକର। ତଥାପି ପ୍ରଥମ ମ୍ୟାଚ୍‌‌ରେ ପାଣ୍ଡ୍ୟା, ଦୀପକ ହୁଦା ଓ ଅକ୍ଷର ପଟେଲ ସ୍ଥିତି ସମ୍ଭାଳିଥିଲେ ଓ ଦଳକୁ ମ୍ୟାଚ୍‌‌ ଜିତାଇବାରେ ସହାୟତା କରିଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌‌ରେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ଓ ଶିବମ ଭାରତର ଦୟନୀତ ସ୍ଥିତିକୁ ଏଡ଼ାଇବାରେ ସମର୍ଥ ହୋଇଥିଲେ। ଏହା ଠିକ୍‌‌ କଥା ଯେ, ଭାରତର ବ୍ୟାଟିଂ ଲାଇନ୍‌‌ ଅପ୍‌‌ ଦୃଢ଼ ରହିଛି। କିନ୍ତୁ ଟପ୍‌‌ ଅର୍ଡର ଫ୍ଲପ୍‌‌ ହେଲେ ଶେଷଭାଗ ବ୍ୟାଟର ସର୍ବଦା ମ୍ୟାଚ୍‌‌ ଜିତାଇବା କଷ୍ଟକର।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ସେହିପରି ଦଳର ଦ୍ୱିତୀୟ ମୁଖ୍ୟ ଅସୁବିଧା ହେଉଛି ପେସ୍‌‌ ବୋଲିଂ। ଏଥିରେ ସମସ୍ତ ଯୁବ ଖେଳାଳି ରହିଛନ୍ତି। ଉମ୍ରାନ ମଲ୍ଲିକ ହୁଅନ୍ତୁ କିମ୍ବା ଅର୍ଶଦୀପ ସିଂ କିମ୍ବା ପ୍ରଥମ ମ୍ୟାଚ୍‌‌ରେ ଡେବ୍ୟୁ କରିଥିବା ଶିବମ ମାଭି, ସମସ୍ତଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାର ଅଭିଜ୍ଞତା କମ୍‌‌ ରହିଛି। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌‌ରେ ଅର୍ଶଦୀପ୍‌‌ ପ୍ରଥମ ୨ ଓଭରରେ ୫ଟି ନୋ ବଲ ପକାଇବା ପରେ ମ୍ୟାଚ୍‌‌ର ଗତିପଥ ବଦଳିଯାଇଥିଲା। ନୋ ବଲ ପକାଇବା ଅର୍ଥ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅପରାଧ କରିବା ସହ ସମାନ ବୋଲି ଅଧିନାୟକ ପାଣ୍ଡ୍ୟା କହନ୍ତି। ଏକଥା ୨୩ ବର୍ଷୀୟ ଫାଷ୍ଟ ବୋଲର ଅର୍ଶଦୀପ ଠିକ୍‌‌ ଭାବେ ବୁଝିଥିବେ ଓ ତୃତୀୟ ମ୍ୟାଚ୍‌‌ରେ ଏହି ଭୂଲକୁ ନିଶ୍ଚିତ ସୁଧାରିନେବେ। ଡେବ୍ୟୁ ମ୍ୟାଚ୍‌‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଶିବମ ଦ୍ୱିତୀୟ ମ୍ୟାଚ୍‌‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଉମ୍ରାନ ମଲିକ ତାଙ୍କ ଲାଇନ୍‌‌ ଉପରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହେଉନାହାନ୍ତି। ଏହି ୩ଜଣ ପେସ୍‌‌ ବୋଲର ଯଦି ତାଙ୍କ ତ୍ରୁଟି ନ ସୁଧାରନ୍ତି, ତେବେ ଭାରତ ମ୍ୟାଚ୍‌‌ ଜିତିବା କଷ୍ଟକର।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ହେଡ କୋଚ୍‌‌ ରାହୁଲ ଦ୍ରାବିଡ୍‌‌ କହନ୍ତି, ଆମେ ଭବିଷ୍ୟତ ଲାଗି ଟିମ୍‌‌ ଗଠନ ଉପରେ ଗୁରୁତ୍ୱ ଦେଉଛୁ। ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି ଓ ଅଭିଜ୍ଞତା ଅଭାବରୁ ଖରାପ ପ୍ରଦର୍ଶନ କରୁଛନ୍ତି। ଆମେ ବାରମ୍ବାର ଖେଳାଳି ବଦଳାଇବା ସପକ୍ଷରେ ନାହୁଁ। ଏହାର ଅର୍ଥ ତୃତୀୟ ମ୍ୟାଚ୍‌‌ ଲାଗି ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।

ଅନ୍ୟପକ୍ଷରେ ରାଜକୋଟ ପିଚ୍‌‌ ଏବେ କିଭଳି ବ୍ୟବହାର କରିବ ତାହାକୁ ନେଇ ସନ୍ଦେହ ରହିଛି। ଏଠାରେ ଦକ୍ଷିଣ ଆଫ୍ରିକା ସହ ଗତବର୍ଷ ଖେଳାଯାଇଥିବା ଶେଷ ମ୍ୟାଚ୍‌‌ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଥିଲା। ଭାରତ ଏହି ମ୍ୟାଚ୍‌‌ରେ ୧୬୯ ରନ୍‌‌ କରିବା ପରେ ଦକ୍ଷିଣ ଆଫ୍ରିକାକୁ ୮୭ ରନ୍‌‌ରେ ଆଉଟ କରିଦେଇଥିଲା। ଏଭଳି ପିଚ୍‌‌ରେ ଟସ୍‌‌ର ଭୂମିକା ଗୁରୁତ୍ୱ ହୋଇଥାଏ। ଉଭୟ ଦଳ ଟାର୍ଗେଟ ଚେଜ୍‌‌ ଉପରେ ଗୁରୁତ୍ୱ ଦେଇଥିବାରୁ ଟସ୍‌‌ ଜିତିଲେ ପ୍ରଥମେ ବୋଲିଂ କରିବା ନିଶ୍ଚିତ। ସେ ଯାହାହେଉ ଏହି ମ୍ୟାଚ୍‌‌ଟି ଏସିଆ ଚାମ୍ପିଅନ୍‌‌ ଶ୍ରୀଲଙ୍କା ଜିତି ଦିନିକିଆ ସିରିଜ୍‌‌ ପୂର୍ବରୁ ମନୋବଳ ଦୃଢ଼ କରିବ ବୋଲି ଆଶା ରଖିଛି। ବିଶେଷ କରି ଏହାର ଅଧିନାୟକ ଦୁଇଟି ଯାକ ମ୍ୟାଚ୍‌‌ରେ ନିର୍ଣ୍ଣାୟକ ଭୂମିକା ନେଇଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ସିରିଜ୍‌‌ର ଭାଗ୍ୟ ନିର୍ଣ୍ଣୟ ହେବ।

07 Jan 2023 By The Sakala

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା, ଉଭୟ ଦଳ ପାଇଁ କର ବା ମର ସ୍ଥିତି

ରାଜକୋଟ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌‌ର ତୃତୀୟ ତଥା ଶେଷ ମୁକାବିଲା । ଆଜିର ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚକୁ ଭାରତ ୨ ରନ୍‌‌ରେ ଓ ଦ୍ୱିତୀୟ ମ୍ୟାଚ୍‌‌କୁ ଶ୍ରୀଲଙ୍କା ୧୬ ରନ୍‌‌ରେ ଜିତିବା ପରେ ଏହି ସିରିଜ୍‌‌ ୧-୧ ବରାବର ସ୍ଥିତିରେ ରହିଛି। ଏଣୁ ରାଜକୋଟରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଏହି ସିରିଜ୍‌‌ କବ୍‌‌ଜା କରିବ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏହି ସିରିଜ୍‌‌ ଖେଳୁଥିବା ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ଏମାନଙ୍କ ନିକଟରେ ଅଭିଜ୍ଞତା କମ୍‌‌ ରହିଛି। ତଥାପି ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଭଲ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ପ୍ରଥମ ମ୍ୟାଚ୍‌‌କୁ ଭାରତ ଶେଷ ବଲ୍‌‌ରେ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍‌‌ରେ ଶ୍ରୀଲଙ୍କା ଖେଳାଳିଙ୍କ ଦବ୍‌‌ଦବା ରହିଥିଲା। ଏହି ମ୍ୟାଚ୍‌‌ରେ ଅକ୍ଷର ପଟେଲ ଓ ଶିବମ ମାଭିଙ୍କ ବ୍ୟାଟିଂ ଦକ୍ଷତା ଦେଖିବାକୁ ମିଳିଥିଲା। କିନ୍ତୁ ଭାରତୀୟ ଦଳର ଅନେକ ଅସୁବିଧା ରହିଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ୬୦ ରନ୍‌‌ ମଧ୍ୟରେ ଦଳର ଅଧା ବ୍ୟାଟ୍ଟର ପାଭିଲିୟନ ଫେରିଯାଇଥିଲେ। ଏଭଳି ମ୍ୟାଚ୍‌‌ରେ ଟପ୍‌‌ ଅର୍ଡର ବିଫଳ ହେଲେ ଲଢ଼େଇ କରିବା କଷ୍ଟକର। ତଥାପି ପ୍ରଥମ ମ୍ୟାଚ୍‌‌ରେ ପାଣ୍ଡ୍ୟା, ଦୀପକ ହୁଦା ଓ ଅକ୍ଷର ପଟେଲ ସ୍ଥିତି ସମ୍ଭାଳିଥିଲେ ଓ ଦଳକୁ ମ୍ୟାଚ୍‌‌ ଜିତାଇବାରେ ସହାୟତା କରିଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌‌ରେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ଓ ଶିବମ ଭାରତର ଦୟନୀତ ସ୍ଥିତିକୁ ଏଡ଼ାଇବାରେ ସମର୍ଥ ହୋଇଥିଲେ। ଏହା ଠିକ୍‌‌ କଥା ଯେ, ଭାରତର ବ୍ୟାଟିଂ ଲାଇନ୍‌‌ ଅପ୍‌‌ ଦୃଢ଼ ରହିଛି। କିନ୍ତୁ ଟପ୍‌‌ ଅର୍ଡର ଫ୍ଲପ୍‌‌ ହେଲେ ଶେଷଭାଗ ବ୍ୟାଟର ସର୍ବଦା ମ୍ୟାଚ୍‌‌ ଜିତାଇବା କଷ୍ଟକର।

ସେହିପରି ଦଳର ଦ୍ୱିତୀୟ ମୁଖ୍ୟ ଅସୁବିଧା ହେଉଛି ପେସ୍‌‌ ବୋଲିଂ। ଏଥିରେ ସମସ୍ତ ଯୁବ ଖେଳାଳି ରହିଛନ୍ତି। ଉମ୍ରାନ ମଲ୍ଲିକ ହୁଅନ୍ତୁ କିମ୍ବା ଅର୍ଶଦୀପ ସିଂ କିମ୍ବା ପ୍ରଥମ ମ୍ୟାଚ୍‌‌ରେ ଡେବ୍ୟୁ କରିଥିବା ଶିବମ ମାଭି, ସମସ୍ତଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାର ଅଭିଜ୍ଞତା କମ୍‌‌ ରହିଛି। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌‌ରେ ଅର୍ଶଦୀପ୍‌‌ ପ୍ରଥମ ୨ ଓଭରରେ ୫ଟି ନୋ ବଲ ପକାଇବା ପରେ ମ୍ୟାଚ୍‌‌ର ଗତିପଥ ବଦଳିଯାଇଥିଲା। ନୋ ବଲ ପକାଇବା ଅର୍ଥ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅପରାଧ କରିବା ସହ ସମାନ ବୋଲି ଅଧିନାୟକ ପାଣ୍ଡ୍ୟା କହନ୍ତି। ଏକଥା ୨୩ ବର୍ଷୀୟ ଫାଷ୍ଟ ବୋଲର ଅର୍ଶଦୀପ ଠିକ୍‌‌ ଭାବେ ବୁଝିଥିବେ ଓ ତୃତୀୟ ମ୍ୟାଚ୍‌‌ରେ ଏହି ଭୂଲକୁ ନିଶ୍ଚିତ ସୁଧାରିନେବେ। ଡେବ୍ୟୁ ମ୍ୟାଚ୍‌‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଶିବମ ଦ୍ୱିତୀୟ ମ୍ୟାଚ୍‌‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଉମ୍ରାନ ମଲିକ ତାଙ୍କ ଲାଇନ୍‌‌ ଉପରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହେଉନାହାନ୍ତି। ଏହି ୩ଜଣ ପେସ୍‌‌ ବୋଲର ଯଦି ତାଙ୍କ ତ୍ରୁଟି ନ ସୁଧାରନ୍ତି, ତେବେ ଭାରତ ମ୍ୟାଚ୍‌‌ ଜିତିବା କଷ୍ଟକର।

ହେଡ କୋଚ୍‌‌ ରାହୁଲ ଦ୍ରାବିଡ୍‌‌ କହନ୍ତି, ଆମେ ଭବିଷ୍ୟତ ଲାଗି ଟିମ୍‌‌ ଗଠନ ଉପରେ ଗୁରୁତ୍ୱ ଦେଉଛୁ। ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି ଓ ଅଭିଜ୍ଞତା ଅଭାବରୁ ଖରାପ ପ୍ରଦର୍ଶନ କରୁଛନ୍ତି। ଆମେ ବାରମ୍ବାର ଖେଳାଳି ବଦଳାଇବା ସପକ୍ଷରେ ନାହୁଁ। ଏହାର ଅର୍ଥ ତୃତୀୟ ମ୍ୟାଚ୍‌‌ ଲାଗି ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।

ଅନ୍ୟପକ୍ଷରେ ରାଜକୋଟ ପିଚ୍‌‌ ଏବେ କିଭଳି ବ୍ୟବହାର କରିବ ତାହାକୁ ନେଇ ସନ୍ଦେହ ରହିଛି। ଏଠାରେ ଦକ୍ଷିଣ ଆଫ୍ରିକା ସହ ଗତବର୍ଷ ଖେଳାଯାଇଥିବା ଶେଷ ମ୍ୟାଚ୍‌‌ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଥିଲା। ଭାରତ ଏହି ମ୍ୟାଚ୍‌‌ରେ ୧୬୯ ରନ୍‌‌ କରିବା ପରେ ଦକ୍ଷିଣ ଆଫ୍ରିକାକୁ ୮୭ ରନ୍‌‌ରେ ଆଉଟ କରିଦେଇଥିଲା। ଏଭଳି ପିଚ୍‌‌ରେ ଟସ୍‌‌ର ଭୂମିକା ଗୁରୁତ୍ୱ ହୋଇଥାଏ। ଉଭୟ ଦଳ ଟାର୍ଗେଟ ଚେଜ୍‌‌ ଉପରେ ଗୁରୁତ୍ୱ ଦେଇଥିବାରୁ ଟସ୍‌‌ ଜିତିଲେ ପ୍ରଥମେ ବୋଲିଂ କରିବା ନିଶ୍ଚିତ। ସେ ଯାହାହେଉ ଏହି ମ୍ୟାଚ୍‌‌ଟି ଏସିଆ ଚାମ୍ପିଅନ୍‌‌ ଶ୍ରୀଲଙ୍କା ଜିତି ଦିନିକିଆ ସିରିଜ୍‌‌ ପୂର୍ବରୁ ମନୋବଳ ଦୃଢ଼ କରିବ ବୋଲି ଆଶା ରଖିଛି। ବିଶେଷ କରି ଏହାର ଅଧିନାୟକ ଦୁଇଟି ଯାକ ମ୍ୟାଚ୍‌‌ରେ ନିର୍ଣ୍ଣାୟକ ଭୂମିକା ନେଇଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ସିରିଜ୍‌‌ର ଭାଗ୍ୟ ନିର୍ଣ୍ଣୟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର