ଭାରତ – ଶ୍ରୀଲଙ୍କା ଦ୍ବିତୀୟ ଟି-୨୦: ଭାରତକୁ ୨୦୭ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

The Sakala Picture
Published On

ପୁଣେ: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଉଛି। ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି । ବିଜୟ ସହ ସିରିଜ କବ୍‌ଜା କରିବାକୁ ଯୁବ ଦଳ ଯୋଜନା କରିଛି । ଅନ୍ୟପଟରେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୬ […]

ପୁଣେ: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଉଛି। ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି । ବିଜୟ ସହ ସିରିଜ କବ୍‌ଜା କରିବାକୁ ଯୁବ ଦଳ ଯୋଜନା କରିଛି । ଅନ୍ୟପଟରେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୨୦୬ ରନ କରିଛି। ଏହ ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୦୭ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶଙ୍କା ୩୫ ବଲରେ ୩୩ ରନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ ୩୧ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ଭାନୁକା ରାଜାପାକ୍ସା ୩ ବଲରେ ୨ ରନ କରି ଆଉଟ ହୋଇଥିବା ବେଳେ ଚରିଥ ଆଶାଲଙ୍କା ୧୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ଧନଞ୍ଜୟ ଡି ସିଲଭା ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା କୌଣସି ରନ ନ କରି ଆଉଟ ହୋଇଥିଲେ। ଡାସୁନ ଶଣକା  ଓ ଚାମିକା କରୁଣାରତ୍ନେ ପାରିକୁ ସମ୍ଭାଳିଥିଲେ। ଅଧିନାୟ ଡାସୁନ ଶଣକା ବିସ୍ଫୋରକ ବ୍ୟାଟିଂ କରି ୨୧ ବଲରେ ୫୬ ରନ କରିଥିଲେ। ଚାମିକା କରୁଣାରତ୍ନେ ୧୦ ବଲରେ ୧୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଭାରତ ପକ୍ଷରୁ ଉମ୍ରାନ ମଲିକ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ଓ ୟୁଝବେନ୍ଦ୍ର ଚହଲ  ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର