ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଟସ୍ ଜିତି ଭାରତର ବ୍ଯାଟିଂ ନିଷ୍ପତ୍ତି

The Sakala Picture
Published On

ମୋହଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ରଠାରୁ ଆରମ୍ଭ  ହୋଇଯାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ଯାଟିଂର ନିଷ୍ପତ୍ତି ନେଇଛି। ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଥିବା ଏହି ମ୍ୟାଚ୍ ବିଭିନ୍ନ ଦୃଷ୍ଟିକୋଣରୁ ମହତ୍ତ୍ବ ରଖୁଛି। ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ମୋହଲିରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳି ଏକ ବିଶେଷ ଉପଲବ୍ଧି ହାସଲ କରିବେ । ସବୁଠାରୁ ବଡ଼ କଥା ହେଉଛି ରୋହିତ ଶର୍ମା […]

ମୋହଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ରଠାରୁ ଆରମ୍ଭ  ହୋଇଯାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ଯାଟିଂର ନିଷ୍ପତ୍ତି ନେଇଛି। ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଥିବା ଏହି ମ୍ୟାଚ୍ ବିଭିନ୍ନ ଦୃଷ୍ଟିକୋଣରୁ ମହତ୍ତ୍ବ ରଖୁଛି। ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ମୋହଲିରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳି ଏକ ବିଶେଷ ଉପଲବ୍ଧି ହାସଲ କରିବେ । ସବୁଠାରୁ ବଡ଼ କଥା ହେଉଛି ରୋହିତ ଶର୍ମା ଟେଷ୍ଟ ଫର୍ମାଟ୍‌ରେ ପ୍ରଥମଥର ପାଇଁ ନେତୃତ୍ୱ ନେଉଛନ୍ତି। ତେଣୁ ଭାରତ କ୍ରିକେଟର ଏକ ନୂଆ ଯୁଗରେ ପ୍ରବେଶ କରିଛି। ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ଉପସ୍ଥିତ ରହିବେ । ଫଳରେ ମୋହଲିରେ ଏହି ମ୍ୟାଚ ରୋମାଞ୍ଚକ ହେବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

୩୩ ବର୍ଷୀୟ କୋହଲି ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ଖେଳି ୨୭ଟି ଶତକ ସହ ୫୦.୩୯ ରନ ହାରରେ ୭,୯୬୨ ରନ ସଂଗ୍ରହ କରିଛନ୍ତି। ମୋଟ ଉପରେ ସେ ୭୧ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଗତ ସିରିଜରେ ଭାରତ ୨-୧ରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ତା’ର ଗତ ସିରିଜରେ ୱେଷ୍ଟଇଣ୍ଡିଜକୁ ୨-୦ରେ ପରାସ୍ତ କରିଛି। ଏହି ସିରିଜ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ର ଅଂଶବିଶେଷ ଓ ଭାରତ ତାଲିକାର ପଞ୍ଚମ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅଜିଙ୍କା ରାହାଣେ ଓ ଚେତେଶ୍ଵର ପୂଜାରାଙ୍କ ବଦଳରେ ଶୁବମନ ଗିଲ ଓ ହନୁମା ବିହାରୀ ମଧ୍ୟକ୍ରମରେ ଦୀର୍ଘକାଳୀନ ଭିତ୍ତିରେ ଦଳରେ ଦାୟିତ୍ବ ବହନ କରିବେ। ରାହାଣେଙ୍କ ବଦଳରେ ନଂ ୫ରେ ଋଷଭ ପନ୍ତ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ରୋହିତ, କୋହଲି, ପନ୍ତ, ଗିଲ ଓ ବିହାରୀଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ ବେଶ ଦୃଢ ମନେ ହେଉଛି।  ସେହିପରି ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ପରାଜୟକୁ ପଛରେ ପକାଇ ମୋହଲିରେ କିଛି କରିଦେଖାଇବାକୁ ପ୍ରୟାସ କରିବେ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁବମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟକିପର), ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ଶ୍ରେୟାସ ଆୟର, ଶ୍ରୀକର ଭରତ, ଉମେଶ ଯାଦବ, ସୌରଭ କୁମାର ଓ ପ୍ରିୟଙ୍କ ପଞ୍ଚାଲ ।

ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରହେ (ଅଧିନାୟକ), ଧନଞ୍ଜୟ ଡି ସିଲ୍‌, ଚରିଥ ଅସଲଙ୍କା, ଦୁଷ୍ମନ୍ତ ଚାମିରା, ଦୀନେଶ ଚାଣ୍ଡିମଲ, ଆଞ୍ଜେଲୋ ମାଥ୍ୟସ, ନିରୋଶାନ ଡିକ୍ୱେଲା, ଲାସିଥ ଏମ୍ବୁଲଡେନିୟା, ବିଶ୍ଵ ଫର୍ଣ୍ଣାଣ୍ଡୋ, ସୁରଙ୍ଗା ଲାକମଲ, ଲାହିଁରୁ ଥରିମାନେ, କୁଶଲ ମେଣ୍ଡିସ (ୱିକେଟ କିପର), ପାଥୁମ ନିଶାଙ୍କା, ଜେଫେରି ଭାଣ୍ଡରସେ, ପ୍ରବୀଣ ଜୟବିକ୍ରମା ଓ ଚମିକା କରୁଣାରତ୍ନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର