ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଶେଷ ଦିନିକିଆ: କ୍ଲିନ୍‍ସୁଇପ୍‍ ଏଡ଼ାଇବା ଭାରତ ଲାଗି ହୋଇପାରେ କଷ୍ଟକର

The Sakala Picture
Published On

କେପ୍‍ଟାଉନ୍‍: ଦକ୍ଷିଣ ଆଫ୍ରିକାରେ ଭାରତ ଯେପରି ଖେଳିବ ବୋଲି ଆଶା କରାଯାଉଥିଲା ତାହା ସମ୍ଭବ ହେଲା ନାହିଁ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍‍ରେ ଭାରତ ପରାଜୟ ବରଣ କରିଛି। ଏହିକ୍ରମରେ ରବିବାର ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ। ପ୍ରଥମ ଦୁଇଟି ଦିନିକିଆରେ ସହଜରେ ପରାଜିତ ହୋଇଥିବା ଭାରତୀୟ ଦଳ ବ୍ୟାଟିଂ, ବୋଲିଂ ଓ ନେତୃତ୍ୱ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। […]

କେପ୍‍ଟାଉନ୍‍: ଦକ୍ଷିଣ ଆଫ୍ରିକାରେ ଭାରତ ଯେପରି ଖେଳିବ ବୋଲି ଆଶା କରାଯାଉଥିଲା ତାହା ସମ୍ଭବ ହେଲା ନାହିଁ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍‍ରେ ଭାରତ ପରାଜୟ ବରଣ କରିଛି। ଏହିକ୍ରମରେ ରବିବାର ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ। ପ୍ରଥମ ଦୁଇଟି ଦିନିକିଆରେ ସହଜରେ ପରାଜିତ ହୋଇଥିବା ଭାରତୀୟ ଦଳ ବ୍ୟାଟିଂ, ବୋଲିଂ ଓ ନେତୃତ୍ୱ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ବ୍ୟାଟିଂରେ ଟପ୍‍ ଓ ମିଡଲ ଅର୍ଡର ଫେଲ୍‍ ମାରିବା, ବୋଲିଂରେ ଭୁବନେଶ୍ୱର କୁମାରଙ୍କ ୟର୍କର କିମ୍ବା ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‍ ଟର୍ଣ୍ଣ ନହେବା ଭାରତକୁ ଚିନ୍ତାରେ ପକାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଲୋକେଶ ରାହୁଲଙ୍କୁ ଭବିଷ୍ୟତରେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତି କରାଯାଉଛି ବୋଲି ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା କହିଥିଲେ। ଏହି ସିରିଜ୍‍ ରେ ସେ ଏଯାଏ ଗୋଟିଏ ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‍ର ନେତୃତ୍ୱ ନେଇ ସାରିଲେଣି। ଏଥିରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ନେତୃତ୍ୱ ନେବାକୁ ଦକ୍ଷ ବୋଲି କାହାରି ଅନୁଭବ ହେଉନାହିଁ। ସେ ଦଳର ଇନିଂସ ଓପନ କରୁଛନ୍ତି। ପ୍ରଥମ ଟେଷ୍ଟରେ ଶତକକୁ ଛାଡିଦେଲେ ଏଯାଏ ତାଙ୍କ ବ୍ୟାଟିଂକୁ ଏକ ଦୁଃସ୍ୱପ୍ନ ଛଡ଼ା ଆଉ କିଛି କହିହେବ ନାହିଁ। ପ୍ରତିଭାସମ୍ପନ୍ନ, ଉଦୀୟମାନ ଓ ଆଉ କେତେ ଏହି ଯୁବ ଖେଳାଳିମାନଙ୍କୁ ଉପାଧି ଦିଆଯାଉଥିଲେ ମଧ୍ୟ ଅତିକମ୍‍ ରେ ଦିନିକିଆ ସିରିଜ୍‍ ରେ ସେମାନେ କରିଥିବା ପ୍ରଦର୍ଶନ ଏହି କଥାର ଆଦୌ ଗୁରୁତ୍ୱ ରଖୁନାହିଁ। ଏଭଳି ସ୍ଥଳେ ଅଧିକ ପେସ୍‍ ବୋଲିଂକୁ ସହାୟତା କରୁଥିବା କେପ୍‍ଟାଉନ୍‍ର ନ୍ୟୁଲାଣ୍ଡ୍‍ସ ପିଚ୍‍ ରେ ଭାରତ କ୍ଲିନ୍‍ ସୁଇପ୍‍ ଏଡ଼ାଇବା କଷ୍ଟକର ମନେହୁଏ। କୋଚିଂ କ୍ୟାରିୟର ଆରମ୍ଭରୁ ପରାଜୟର ସାମ୍ନା କରିଥିବା କୋଚ୍‍ ରାହୁଲ ଦ୍ରାବିଡ ଏବେ ସମସ୍ତ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଯୋଜନା ଭାରତର ସମ୍ମାନ ରଖିବ ନା ଭଗ୍ନ ମନୋରଥ ନେଇ ଖେଳାଳିମାନେ ସ୍ୱଦେଶ ଫେରିବେ ତାହା ରବିବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପରେ ସ୍ପଷ୍ଟ ହୋଇଯିବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ

ଏହି ଟୁର୍‍ ରେ ସମସ୍ତ ମ୍ୟାଚ୍‍ ଖେଳିଥିବା ଯଶ୍‍ପ୍ରୀତ୍‍ ବୁମ୍‍ରା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏହି ମ୍ୟାଚ୍‍ ରେ ବିଶ୍ରାମ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ସମାନ କାରଣରୁ ବାଦ୍‍ ଦିଆଯାଇପାରେ। ଦୀପକ ଚହର, ମହମ୍ମଦ୍‍ ସିରାଜ ଓ ଜୟନ୍ତ ଯାଦବ ଏମାନଙ୍କ ସ୍ଥାନରେ ଖେଳିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ବ୍ୟାଟିଂରେ କାହାକୁ ବାଦ୍‍ ଦିଆଯିବ ଜଣାଯାଇ ନାହିଁ। ତଥାପି ସୂର୍ଯ୍ୟକୁମାର ଯାଦବ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଆଦୌ ଏଡ଼ାଇଦେଇ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅଧିନାୟକ ପଦରୁ ବିତାଡ଼ିତ ହେବା ପରେ ବିରାଟ କୋହଲି ପ୍ରଥମ ଦୁଇଟି ଦିନିକିଆ ପରିଚାଳନାରେ ଆଦୌ ଆଗ୍ରହ ଦେଖାଉନାହାନ୍ତି। ତାଙ୍କ ବ୍ୟାଟିଂ ମଧ୍ୟ କ୍ଲିକ୍‍ କରୁନାହିଁ। କ୍ରମାଗତ ୬୪ଟି ଅନ୍ତର୍ଜାତୀୟ ଇନିଂସରେ ଶତକ ହାସଲ କରି ନଥିବା ବିରାଟଙ୍କ ବ୍ୟାଟିଂକୁ ନେଇ ମଧ୍ୟ ଦଳ ଅଡ଼ୁଆରେ ରହୁଛି। ସେ ଯଦି କେପ୍‍ଟାଉନ୍‍ରେ ଫର୍ମକୁ ଆସିବେ ତେବେ ଭାରତ ନିଶ୍ଚିତ କ୍ଲିନ୍‍ ସୁଇପ୍‍ ଏଡ଼ାଇଯାଇ ପାରିବ। ଉଲ୍ଲେଖଯୋଗ୍ୟ ପ୍ରଥମ ଓ ଦ୍ବିତୀୟ ଦିନିକିଆକୁ ଯଥାକ୍ରମେ ୩୧ ରନ୍‌ ଓ ୭ ଵିକେଟରେ ଜିତି ଦକ୍ଷିଣ ଆଫ୍ରିକା ଆଗୁଆ ୨-୦ ରେ ସିରିଜ କବ୍‌ଜା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp