ଆଜି ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦; ଟପ୍‌‌ ଅର୍ଡର ବ୍ୟାଟିଂ ଟିମ୍ ଇଣ୍ଡିଆର ଚିନ୍ତା

The Sakala Picture
Published On

ଜେବେର୍‌‌ହା (ପୋର୍ଟ ଏଲିଜାବେଥ): ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୬୧ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ସିରିଜ୍‌‌ ଆଗୁଆ ରହିଛି। ଏହି ମ୍ୟାଚ୍‌‌ରେ ଭାରତୀୟ ବ୍ୟାଟିଂର ହିରୋ ସାଜିଥିଲେ ୱିକେଟରକ୍ଷକ […]

ଜେବେର୍‌‌ହା (ପୋର୍ଟ ଏଲିଜାବେଥ): ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୬୧ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ସିରିଜ୍‌‌ ଆଗୁଆ ରହିଛି। ଏହି ମ୍ୟାଚ୍‌‌ରେ ଭାରତୀୟ ବ୍ୟାଟିଂର ହିରୋ ସାଜିଥିଲେ ୱିକେଟରକ୍ଷକ ସଞ୍ଜୁ ସାମସନ। ଏହି ମ୍ୟାଚରେ ସେ ମାତ୍ର ୫୦ଟି ବଲ୍‌‌ରୁ ୧୦୭ ରନ୍‌‌ କରି ମ୍ୟାଚ୍‌‌ ବିଜେତା ହୋଇଥିଲା। ଏହା ସହ ସଞ୍ଜୁ ମଧ୍ୟ ଟି-୨୦ ଫର୍ମାଟରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି। କିନ୍ତୁ ଏହି ମ୍ୟାଚ୍‌‌ରେ ତାଙ୍କୁ ଛାଡ଼ି ଦେଲେ ଅନ୍ୟ ଟପ୍‌‌ ଅର୍ଡର କିମ୍ବା ପ୍ରମୁଖ ଖେଳାଳି ବ୍ୟାଟିଂରେ କ୍ଲିକ୍‌‌ କରି ନାହାନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଓପନର ଅଭିଷେକ ଶର୍ମା। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କିମ୍ବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ। ଏମାନେ ସମସ୍ତେ ପ୍ରଥମ ଦିନିକିଆରେ ପର୍ଯ୍ୟାପ୍ତ ସମୟ ବ୍ୟାଟିଂ ପାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ଏଥିରୁ ମୁକୁଳିବାକୁ ହେଲେ ଦଳକୁ କିଛି ନୂଆ ଯୋଜନା ନେଇ ଖେଳିବାକୁ ହେବ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଦଳର ବୋଲିଂ ପ୍ରଥମ ମ୍ୟାଚ୍‌‌ରେ କ୍ଲିକ୍‌‌ କରିଛି। ସମସ୍ତ ବୋଲର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡର୍ବାନ୍‌‌ର ଫାଷ୍ଟ ପିଚ୍‌‌ ସ୍ଲୋ ହୋଇଯିବାରୁ ଭାରତୀୟ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏପରିକି ଦୁଇ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ଘରୋଇ ଦଳର ବ୍ୟାଟର ମୁକାବିଲା କରି ପାରି ନ ଥିଲେ। ଫଳରେ ଉଭୟ ୩ଟି ଲେଖାଏଁ ୱିକେଟ ନେବା ସହ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌‌କୁ ଧ୍ୱସ୍ତ କରିଦେଇଥିଲେ। ଦଳର ପେସ୍‌‌ ବୋଲର ମଧ୍ୟ ପ୍ରତିପକ୍ଷ ଦଳର ଦୁଇ ଓପନରଙ୍କୁ ଆଉଟ କରିଦେଇଥିଲେ। ମୋଟାମୋଟି ଭାବେ ପ୍ରଥମ ଟି-୨୦ରେ ଟପ୍‌‌ ଅର୍ଡର ବ୍ୟାଟିଂକୁ ଛାଡ଼ିଦେଲେ ଅନ୍ୟ ସବୁ ଠିକ୍‌‌ଠାକ୍‌‌ ହୋଇଥିଲା। ଏହି ମ୍ୟାଚ୍‌‌ ପୂର୍ବରୁ ଦୁଇ ପ୍ରକାରର ଚିନ୍ତା ଦେଖାଦେଇଛି। ଗୋଟିଏ ହେଉଛି ଭାରତର ଟପ୍‌‌ ଅର୍ଡର ବ୍ୟାଟିଂକୁ ନେଇ ଏବଂ ଅନ୍ୟଟି ହେଉଛି ବର୍ଷା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌‌ ସମୟରେ ବର୍ଷା ନିଶ୍ଚିତ ହେବ। ଶନିବାର ଉଭୟ ଦଳ ଭଲରେ ଅଭ୍ୟାସ କରି ପାରି ନାହାନ୍ତି। ପଡ଼ିଆର କିଛି ଅଂଶ ଓ ପିଚ୍‌‌କୁ ପୂରା ଘୋଡାଇ ରଖାଯାଇଛି। ଏଭଳି ସ୍ଥିତିରେ ଖେଳ ଆରମ୍ଭ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଅନ୍ୟ ପକ୍ଷରେ କିଛି ବରିଷ୍ଠ ଖେଳାଳିଙ୍କୁ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଭଲ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦଳରେ ଥିବା ସିନିୟର ଖେଳାଳି ଯଥା ଅଧିନାୟକ ଆଇଡେନ୍‌‌ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ହେନ୍‌‌ରିକ୍‌‌ କ୍ଲାସେନଙ୍କୁ କିଛି ଅଧିକା ରିସ୍କ ନେବାକୁ ହେବ। ନବାଗତ ଖେଳାଳିମାନେ ଶୃଙ୍ଖଳିତ ପ୍ରଦର୍ଶନ କରିବାରେ ସମର୍ଥ ହୋଇ ନାହାନ୍ତି। ଯାହା ଫଳରେ ଦଳ ୱେଷ୍ଟଇଣ୍ଡିଜ୍‌‌ ନିକଟରୁ ୩-୦ରେ ଟି-୨୦ ସିରିଜ୍‌‌ ହାରିଯାଇଥିଲା। ଆୟର୍ଲାଣ୍ଡ ସହ ସିରିଜ୍‌‌ ଡ୍ର ରଖିଥିଲା। ଏଣୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳରେ ସନ୍ତୁଳନର ଅଭାବ ରହିଛି। କିନ୍ତୁ ଘରୋଇ ମାଟିରେ ଏହି ଦଳ ସର୍ବଦା ଲଢ଼ୁଆ ଖେଳିଥାଏ। ଦଳରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି। ଏହି ଖେଳାଳିଙ୍କର ଷ୍ଟ୍ରାଇକ୍‌‌ରେଟ୍‌‌ ନୁହେଁ, କ୍ରିଚ୍‌‌ରେ ତିଷ୍ଠିବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଭଳି ସ୍ଥିତିରେ ସେମାନେ ଭାରତର ମୁକାବିଲା କରିବାକୁ ହେଲେ ଭଲ ପ୍ରଦର୍ଶନ କରିବାକୁ ହେବ। ନଚେତ କ୍ରମାଗତ ପରାଜୟର ସାମ୍ନା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

10 Nov 2024 By The Sakala

ଆଜି ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦; ଟପ୍‌‌ ଅର୍ଡର ବ୍ୟାଟିଂ ଟିମ୍ ଇଣ୍ଡିଆର ଚିନ୍ତା

ଜେବେର୍‌‌ହା (ପୋର୍ଟ ଏଲିଜାବେଥ): ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୬୧ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ସିରିଜ୍‌‌ ଆଗୁଆ ରହିଛି। ଏହି ମ୍ୟାଚ୍‌‌ରେ ଭାରତୀୟ ବ୍ୟାଟିଂର ହିରୋ ସାଜିଥିଲେ ୱିକେଟରକ୍ଷକ ସଞ୍ଜୁ ସାମସନ। ଏହି ମ୍ୟାଚରେ ସେ ମାତ୍ର ୫୦ଟି ବଲ୍‌‌ରୁ ୧୦୭ ରନ୍‌‌ କରି ମ୍ୟାଚ୍‌‌ ବିଜେତା ହୋଇଥିଲା। ଏହା ସହ ସଞ୍ଜୁ ମଧ୍ୟ ଟି-୨୦ ଫର୍ମାଟରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି। କିନ୍ତୁ ଏହି ମ୍ୟାଚ୍‌‌ରେ ତାଙ୍କୁ ଛାଡ଼ି ଦେଲେ ଅନ୍ୟ ଟପ୍‌‌ ଅର୍ଡର କିମ୍ବା ପ୍ରମୁଖ ଖେଳାଳି ବ୍ୟାଟିଂରେ କ୍ଲିକ୍‌‌ କରି ନାହାନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଓପନର ଅଭିଷେକ ଶର୍ମା। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କିମ୍ବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ। ଏମାନେ ସମସ୍ତେ ପ୍ରଥମ ଦିନିକିଆରେ ପର୍ଯ୍ୟାପ୍ତ ସମୟ ବ୍ୟାଟିଂ ପାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ଏଥିରୁ ମୁକୁଳିବାକୁ ହେଲେ ଦଳକୁ କିଛି ନୂଆ ଯୋଜନା ନେଇ ଖେଳିବାକୁ ହେବ।

ଦଳର ବୋଲିଂ ପ୍ରଥମ ମ୍ୟାଚ୍‌‌ରେ କ୍ଲିକ୍‌‌ କରିଛି। ସମସ୍ତ ବୋଲର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡର୍ବାନ୍‌‌ର ଫାଷ୍ଟ ପିଚ୍‌‌ ସ୍ଲୋ ହୋଇଯିବାରୁ ଭାରତୀୟ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏପରିକି ଦୁଇ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ଘରୋଇ ଦଳର ବ୍ୟାଟର ମୁକାବିଲା କରି ପାରି ନ ଥିଲେ। ଫଳରେ ଉଭୟ ୩ଟି ଲେଖାଏଁ ୱିକେଟ ନେବା ସହ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌‌କୁ ଧ୍ୱସ୍ତ କରିଦେଇଥିଲେ। ଦଳର ପେସ୍‌‌ ବୋଲର ମଧ୍ୟ ପ୍ରତିପକ୍ଷ ଦଳର ଦୁଇ ଓପନରଙ୍କୁ ଆଉଟ କରିଦେଇଥିଲେ। ମୋଟାମୋଟି ଭାବେ ପ୍ରଥମ ଟି-୨୦ରେ ଟପ୍‌‌ ଅର୍ଡର ବ୍ୟାଟିଂକୁ ଛାଡ଼ିଦେଲେ ଅନ୍ୟ ସବୁ ଠିକ୍‌‌ଠାକ୍‌‌ ହୋଇଥିଲା। ଏହି ମ୍ୟାଚ୍‌‌ ପୂର୍ବରୁ ଦୁଇ ପ୍ରକାରର ଚିନ୍ତା ଦେଖାଦେଇଛି। ଗୋଟିଏ ହେଉଛି ଭାରତର ଟପ୍‌‌ ଅର୍ଡର ବ୍ୟାଟିଂକୁ ନେଇ ଏବଂ ଅନ୍ୟଟି ହେଉଛି ବର୍ଷା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌‌ ସମୟରେ ବର୍ଷା ନିଶ୍ଚିତ ହେବ। ଶନିବାର ଉଭୟ ଦଳ ଭଲରେ ଅଭ୍ୟାସ କରି ପାରି ନାହାନ୍ତି। ପଡ଼ିଆର କିଛି ଅଂଶ ଓ ପିଚ୍‌‌କୁ ପୂରା ଘୋଡାଇ ରଖାଯାଇଛି। ଏଭଳି ସ୍ଥିତିରେ ଖେଳ ଆରମ୍ଭ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ କିଛି ବରିଷ୍ଠ ଖେଳାଳିଙ୍କୁ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଭଲ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦଳରେ ଥିବା ସିନିୟର ଖେଳାଳି ଯଥା ଅଧିନାୟକ ଆଇଡେନ୍‌‌ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ହେନ୍‌‌ରିକ୍‌‌ କ୍ଲାସେନଙ୍କୁ କିଛି ଅଧିକା ରିସ୍କ ନେବାକୁ ହେବ। ନବାଗତ ଖେଳାଳିମାନେ ଶୃଙ୍ଖଳିତ ପ୍ରଦର୍ଶନ କରିବାରେ ସମର୍ଥ ହୋଇ ନାହାନ୍ତି। ଯାହା ଫଳରେ ଦଳ ୱେଷ୍ଟଇଣ୍ଡିଜ୍‌‌ ନିକଟରୁ ୩-୦ରେ ଟି-୨୦ ସିରିଜ୍‌‌ ହାରିଯାଇଥିଲା। ଆୟର୍ଲାଣ୍ଡ ସହ ସିରିଜ୍‌‌ ଡ୍ର ରଖିଥିଲା। ଏଣୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳରେ ସନ୍ତୁଳନର ଅଭାବ ରହିଛି। କିନ୍ତୁ ଘରୋଇ ମାଟିରେ ଏହି ଦଳ ସର୍ବଦା ଲଢ଼ୁଆ ଖେଳିଥାଏ। ଦଳରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି। ଏହି ଖେଳାଳିଙ୍କର ଷ୍ଟ୍ରାଇକ୍‌‌ରେଟ୍‌‌ ନୁହେଁ, କ୍ରିଚ୍‌‌ରେ ତିଷ୍ଠିବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଭଳି ସ୍ଥିତିରେ ସେମାନେ ଭାରତର ମୁକାବିଲା କରିବାକୁ ହେଲେ ଭଲ ପ୍ରଦର୍ଶନ କରିବାକୁ ହେବ। ନଚେତ କ୍ରମାଗତ ପରାଜୟର ସାମ୍ନା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର