ବାରବାଟୀ ଟି-୨୦: ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ

Madhusudan Das Picture
Published On

କଟକ: ହଜାର ହଜାର ଦର୍ଶକଙ୍କ ଉତ୍ସାହକୁ ନିରାଶ ନ କରି ଶେଷ ଟିମ୍‌ ଇଣ୍ଡିଆ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ଏହି ଭେନ୍ୟୁରେ କ୍ରମାଗତ ଦୁଇ ଦୁଇଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିବା ଭାରତ ଶେଷରେ ବିଜୟ ତ୍ରିରଙ୍ଗା ଉଡ଼ାଇଛି। ମଙ୍ଗଳବାର ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକପାଖିଆ ଭାବେ ୧୦୧ ରନରେ ବିଜୟ ଲାଭ କରିଛି। ଏଥିସହ ବାରବାଟୀରେ ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ ବିଜୟରେ ରୋକ ଲଗାଇଛି ସୂର୍ଯ୍ୟ ସେନା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍‌ଦାର ଅର୍ଦ୍ଧଶତକ ଓ ବୋଲରଙ୍କ ମିଳିତ ସଫଳତା ବଳରେ ସିରିଜର ଏହି ପ୍ରଥମ ମୁକାବିଲାକୁ ଜିତି ଭାରତ ଅଗ୍ରଣୀ ହାସଲ କରିଛି। ପାଞ୍ଚମ୍ୟାଚ୍‌ ବିଶିଷ୍ଟ ସିରିଜର ୨ୟ ମ୍ୟାଚ୍‌ ମୁଲାନପୁରରେ ଡିସେମ୍ବର ୧୧ ତାରିଖରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୨ ଓଭର ମଧ୍ୟରେ ଭାରତ ଶୁବମନ ଗିଲ୍‌ (୪ ରନ), ସୂର୍ଯ୍ୟକୁମାର ଯାଦବ (୧୨), ଅଭିଷେକ ଶର୍ମା (୧୭) ଓ ତିଲକ ବର୍ମା (୨୬ ରନ)ଙ୍କ ୱିକେଟ୍‌ ହରାଇଥିଲା। ତେବେ ଅଭିଜ୍ଞ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ତାଙ୍କ ଅଭିଜ୍ଞତାର ପରିଚୟ ଦେଇ ଖେଳିଥିଲେ ସମ୍ମାନ ରକ୍ଷାକାରୀ ଅର୍ଦ୍ଧଶତକୀୟ ଇନିଂସ। ସେ ୪ଟି ଛକା ଓ ୬ଟି ଚୌକା ବଳରେ ୨୮ବଲରେ ୫୯ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିବା ଯୋଗୁ ଭାରତ ୬ ୱିକେଟ୍‌ରେ ୧୭୫ ରନ କରି ସମ୍ମାନଜନକ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୩, ଶିଭମ ଦୁବେ ୧୧ ଓ ଜୀତେଶ ଶର୍ମା ୧୦ ରନ କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନଗି ଏନଗିଡି ସବୁଠୁ ସଫଳ ବୋଲ ରହିଥିଲେ। ସେ ସର୍ବାଧିକ ୩ଜଣ ଭାରତୀୟ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ଲୁଥୋ ସିପମ୍ଲାଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ସର୍ବନିମ୍ନ ଦଳଗତ ସ୍କୋର
ଦଳରେ ବିଶ୍ୱସ୍ତରୀୟ ତାରକା ଖେଳାଳି ରହିଥିବାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନର ଟାର୍ଗେଟ୍‌ ବଡ଼ ନ ଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ଅର୍ଶଦୀପ୍‌ ସିଂହ ଭେଟେରାନ କ୍ୱିଣ୍ଟନ ଡି କକ୍‌ଙ୍କୁ ଆଉଟ୍‌ କରି ଦଳକୁ ବଡ଼ ବ୍ରେକ ଥ୍ରୁ ଦେଇଥିଲେ। ଏହାପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାଙ୍କ ମିଳିତ ବୋଲିଂକୁ ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ଦଳ ସରେଣ୍ଡର କରିଥିଲେ। ଭ୍ରମଣକାରୀ ଦଳର କୌଣସି ବ୍ୟାଟର୍‌ ବଡ଼ ପାଳି ଖେଳି ନ ପାରିବାରୁ ଦଳ ୧୨.୩ ଓଭରରେ ମାତ୍ର ୭୪ ରନରେ ସୀମିତ ରହିଥିଲା। ଯାହାକି ଟି-୨୦ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର ଭାବେ ରେକର୍ଡ ହୋଇଛି। ଦଳ ପକ୍ଷରୁ ବ୍ରେଭିସ ୧୪ଟି ବଲରୁ ସର୍ବାଧିକ ୨୨ ରନ କରିଥିଲେ। ଅନ୍ୟ ଦୁଇ ତାରକା ବ୍ୟାଟର୍‌ ଅଧିନାୟକ ଆଇଡେନ ମାର୍କରାମ ଓ ତ୍ରିଷ୍ଟାନ ଷ୍ଟବ୍ସ ୧୪ ରନ ଲେଖାଏ, ମାର୍କୋ ଜାନସେନ ୧୨ ରନରେ ବିଦାୟ ନେଇଥିଲେ। ବିସ୍ଫୋରକ ବ୍ୟାଟର ଡେଭିଡ୍‌ ମିଲର ମାତ୍ର ୧ ରନ କରି ପାଣ୍ଡ୍ୟାଙ୍କ ବଲରେ ୱିକେଟ୍‌କିପର ଜୀତେଶ ଶର୍ମାଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବୋଲିଂରେ ଅର୍ଶଦୀପ୍‌, ବରୁଣ, ବୁମରା ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏ ୱିକେଟ୍‌ ମିଳିଥିଲା। ପାଣ୍ଡ୍ୟା ଓ ଦୁବେ ଅନ୍ୟ ଦୁଇଟି ୱିକେଟ୍‌ ବାଣ୍ଟି ନେଇଥିଲେ। ଦଳକୁ ସଙ୍କଟରୁ ଉଦ୍ଧାର କରିଥିବା ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

09 Dec 2025 By Madhusudan Das

ବାରବାଟୀ ଟି-୨୦: ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ

କଟକ: ହଜାର ହଜାର ଦର୍ଶକଙ୍କ ଉତ୍ସାହକୁ ନିରାଶ ନ କରି ଶେଷ ଟିମ୍‌ ଇଣ୍ଡିଆ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ଏହି ଭେନ୍ୟୁରେ କ୍ରମାଗତ ଦୁଇ ଦୁଇଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିବା ଭାରତ ଶେଷରେ ବିଜୟ ତ୍ରିରଙ୍ଗା ଉଡ଼ାଇଛି। ମଙ୍ଗଳବାର ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକପାଖିଆ ଭାବେ ୧୦୧ ରନରେ ବିଜୟ ଲାଭ କରିଛି। ଏଥିସହ ବାରବାଟୀରେ ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ ବିଜୟରେ ରୋକ ଲଗାଇଛି ସୂର୍ଯ୍ୟ ସେନା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍‌ଦାର ଅର୍ଦ୍ଧଶତକ ଓ ବୋଲରଙ୍କ ମିଳିତ ସଫଳତା ବଳରେ ସିରିଜର ଏହି ପ୍ରଥମ ମୁକାବିଲାକୁ ଜିତି ଭାରତ ଅଗ୍ରଣୀ ହାସଲ କରିଛି। ପାଞ୍ଚମ୍ୟାଚ୍‌ ବିଶିଷ୍ଟ ସିରିଜର ୨ୟ ମ୍ୟାଚ୍‌ ମୁଲାନପୁରରେ ଡିସେମ୍ବର ୧୧ ତାରିଖରେ ଖେଳାଯିବ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୨ ଓଭର ମଧ୍ୟରେ ଭାରତ ଶୁବମନ ଗିଲ୍‌ (୪ ରନ), ସୂର୍ଯ୍ୟକୁମାର ଯାଦବ (୧୨), ଅଭିଷେକ ଶର୍ମା (୧୭) ଓ ତିଲକ ବର୍ମା (୨୬ ରନ)ଙ୍କ ୱିକେଟ୍‌ ହରାଇଥିଲା। ତେବେ ଅଭିଜ୍ଞ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ତାଙ୍କ ଅଭିଜ୍ଞତାର ପରିଚୟ ଦେଇ ଖେଳିଥିଲେ ସମ୍ମାନ ରକ୍ଷାକାରୀ ଅର୍ଦ୍ଧଶତକୀୟ ଇନିଂସ। ସେ ୪ଟି ଛକା ଓ ୬ଟି ଚୌକା ବଳରେ ୨୮ବଲରେ ୫୯ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିବା ଯୋଗୁ ଭାରତ ୬ ୱିକେଟ୍‌ରେ ୧୭୫ ରନ କରି ସମ୍ମାନଜନକ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୩, ଶିଭମ ଦୁବେ ୧୧ ଓ ଜୀତେଶ ଶର୍ମା ୧୦ ରନ କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନଗି ଏନଗିଡି ସବୁଠୁ ସଫଳ ବୋଲ ରହିଥିଲେ। ସେ ସର୍ବାଧିକ ୩ଜଣ ଭାରତୀୟ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ଲୁଥୋ ସିପମ୍ଲାଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

ସର୍ବନିମ୍ନ ଦଳଗତ ସ୍କୋର
ଦଳରେ ବିଶ୍ୱସ୍ତରୀୟ ତାରକା ଖେଳାଳି ରହିଥିବାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନର ଟାର୍ଗେଟ୍‌ ବଡ଼ ନ ଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ଅର୍ଶଦୀପ୍‌ ସିଂହ ଭେଟେରାନ କ୍ୱିଣ୍ଟନ ଡି କକ୍‌ଙ୍କୁ ଆଉଟ୍‌ କରି ଦଳକୁ ବଡ଼ ବ୍ରେକ ଥ୍ରୁ ଦେଇଥିଲେ। ଏହାପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାଙ୍କ ମିଳିତ ବୋଲିଂକୁ ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ଦଳ ସରେଣ୍ଡର କରିଥିଲେ। ଭ୍ରମଣକାରୀ ଦଳର କୌଣସି ବ୍ୟାଟର୍‌ ବଡ଼ ପାଳି ଖେଳି ନ ପାରିବାରୁ ଦଳ ୧୨.୩ ଓଭରରେ ମାତ୍ର ୭୪ ରନରେ ସୀମିତ ରହିଥିଲା। ଯାହାକି ଟି-୨୦ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର ଭାବେ ରେକର୍ଡ ହୋଇଛି। ଦଳ ପକ୍ଷରୁ ବ୍ରେଭିସ ୧୪ଟି ବଲରୁ ସର୍ବାଧିକ ୨୨ ରନ କରିଥିଲେ। ଅନ୍ୟ ଦୁଇ ତାରକା ବ୍ୟାଟର୍‌ ଅଧିନାୟକ ଆଇଡେନ ମାର୍କରାମ ଓ ତ୍ରିଷ୍ଟାନ ଷ୍ଟବ୍ସ ୧୪ ରନ ଲେଖାଏ, ମାର୍କୋ ଜାନସେନ ୧୨ ରନରେ ବିଦାୟ ନେଇଥିଲେ। ବିସ୍ଫୋରକ ବ୍ୟାଟର ଡେଭିଡ୍‌ ମିଲର ମାତ୍ର ୧ ରନ କରି ପାଣ୍ଡ୍ୟାଙ୍କ ବଲରେ ୱିକେଟ୍‌କିପର ଜୀତେଶ ଶର୍ମାଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବୋଲିଂରେ ଅର୍ଶଦୀପ୍‌, ବରୁଣ, ବୁମରା ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏ ୱିକେଟ୍‌ ମିଳିଥିଲା। ପାଣ୍ଡ୍ୟା ଓ ଦୁବେ ଅନ୍ୟ ଦୁଇଟି ୱିକେଟ୍‌ ବାଣ୍ଟି ନେଇଥିଲେ। ଦଳକୁ ସଙ୍କଟରୁ ଉଦ୍ଧାର କରିଥିବା ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର