ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌; ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ଲାଗି ଶେଷ ପ୍ରସ୍ତୁତି

Madhusudan Das Picture
Published On

ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଭାରତ ଓ ଶ୍ରୀଲଙ୍କାରେ ଫେବୃଆରୀ ୭ରୁ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ଏହି ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ଲାଗି ଏହା ଶେଷ ପ୍ରସ୍ତୁତି। ଏହି ୫ଟି ମ୍ୟାଚ୍‌ରୁ ଉଭୟ ଦଳ ସେମାନଙ୍କ ଶ୍ରେଷ୍ଠ ଦଳ ଜାନୁଆରୀ ୩୦ ସୁଦ୍ଧା ଚୟନ କରିବେ। ଉଭୟ ଦଳ ଆହତ ସମସ୍ୟା, ଫର୍ମରେ ନ ଥିବା ଖେଳାଳିଙ୍କୁ ନେଇ ଚିନ୍ତିତ। ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତର ସମସ୍ୟା ଅଧିକ। ଏଭଳି ସମୟରେ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍‌ ଦଳର ସନ୍ତୁଳନକୁ ସଜାଡିନେବ ବୋଲି ଆଶା କରାଯାଉଛି। ଅଧାଡଜନେ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଦଳ ଘରୋଇ ମାଟିରେ ଅପରାଜେୟ ମନେହେଉଥିବା ଭାରତକୁ ୨-୧ ବ୍ୟବଧାନରେ ଦିନିକିଆ ସିରିଜ୍‌ ଜିତିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି। ୨୦୦୭ ଟି-୨୦ ବିଶ୍ୱକପ୍‌ରୁ ଉଭୟ ଦଳ ମଧ୍ୟରେ ମୁକାବିଲା ହୋଇଆସୁଛି। କିନ୍ତୁ ଭାରତରେ ଖେଳାଯାଇଥିବା ଦ୍ୱିପାକ୍ଷିକ ସିରିଜ୍‌ରେ ନ୍ୟୁଜିଲାଣ୍ଡ ଏଯାଏ ଜିତିନାହିଁ। ୨୦୨୪ରେ ଟେଷ୍ଟ, ୨୦୨୬ରେ ଦିନିକିଆ ସିରିଜ୍‌ ଜିତିଥିବା ନ୍ୟୁଜିଲାଣ୍ଡ ଏହି ସିରିଜ୍‌ ଯେ ନ ଜିତିବା ତାହାର ଭବିଷ୍ୟବାଣୀ କରିବା କଷ୍ଟକର।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଘରୋଇ ଦଳର ସବୁଠାରୁ ବଡ଼ ସମସ୍ୟା ହେଲା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମରେ ନ ରହିବା। ୨୦୨୪ ନଭେମ୍ବର ପରଠାରୁ ସେ ଖେଳିଥିବା ୧୯ଟି ମ୍ୟାଚ୍‌ରେ ୮.୧୧ ହାର ଓ ୧୧୦ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି। ସମସ୍ତ ମ୍ୟାଚ୍‌ରେ ଆଉଟ ହୋଇଥିଲାବେଳେ ପେସ୍‌ ବୋଲରଙ୍କ ଦ୍ୱାରା ୧୮ଥର ଆଉଟ ହୋଇଛନ୍ତି। ଏହା ମଧ୍ୟରୁ ୧୬ଥର ସେ କ୍ୟାଚ୍‌ ଆଉଟ ହୋଇଛନ୍ତି। ସବୁଥିରେ ସେ ସହଜରେ ଆଉଟ ହୋଇଛନ୍ତି। ଏଣୁ ତାଙ୍କ ଉପରେ ଭରସା କରିବା କଷ୍ଟକର। ଅନ୍ୟ ଜଣେ ବ୍ୟାଟର ତିଲକ ବର୍ମା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଇଶାନ କିସାନ କିମ୍ବା ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳିପାରେ। ଶେଷରେ ଶୁବମନ ଗିଲ୍‌ଙ୍କୁ ଟି-୨୦ ଦଳରୁ ବାଦ୍‌ ଦେବା ପରେ ଭଲ ଫର୍ମରେ ଥିବା ସଞ୍ଜୁ ସାମସନ ଏଥର ଭଲ ଖେଳିବେ ବୋଲି ଆଶା। ଯଶ୍‌ପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଭଳି ସ୍ପେଶାଲିଷ୍ଟ ପେସ ବୋଲର ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ମଧ୍ୟ ପେସ୍‌ ବୋଲିଂ କରିବେ। ଦଳରେ ୪ଜଣ ସ୍ପିନର ରହିଛନ୍ତି। ଦୁଇ ବାମହାତୀ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସ୍ପିନ ବୋଲିଂରେ ସିଦ୍ଦହସ୍ତ। ଦିନିକିଆ ସିରିଜ୍‌ରେ କୁଲଦୀପ ପ୍ରଭାବହୀନ ହୋଇଥିଲେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ମୁକାବିଲା କରିବା ନ୍ୟୁଜିଲାଣ୍ଡ ଲାଗି କଷ୍ଟକର ହୋଇପାରେ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ରେ ଜବରଦସ୍ତ ଫର୍ମରେ ଥିବା ଡାରିଲ ମିଚେଲ ଟି-୨୦ ସିରିଜ୍‌ରେ ମଧ୍ୟ ସମାନ ପ୍ରଦର୍ଶନ କରିବେ ବୋଲି ଅଧିନାୟକ ମିଚେଲ ସାଣ୍ଟନର ପ୍ରକାଶ କରିଛନ୍ତି। ଦଳକୁ ସମସ୍ତ ପ୍ରଥମ ପସନ୍ଦର ଖେଳାଳି ପ୍ରତ୍ୟାବର୍ତ୍ତନ କରିଛି। ଭାରତ ସହ ଶେଷ ଦିନିକିଆରେ ମାଇକେଲ ବ୍ରେସ୍‌ୱେଲ ଆହତ ହୋଇଛନ୍ତି। ତାଙ୍କ ସ୍ଥାନରେ କ୍ରିଷ୍ଟିଆନ୍‌ କ୍ଲାର୍କଙ୍କୁ ଦଳରେ ସାମିଲ କରାଯାଇଛି। ମ୍ୟାଟ ହେନରୀ, କାଏଲ ଜାମିସନ, ଜାକାରୀ ଫୋକ୍ସ ଓ ଜ୍ୟାକବ ଡଫି ଫ୍ରଣ୍ଟଲାଇନ୍‌ ଫାଷ୍ଟ ବୋଲର ରହିଛନ୍ତି। ଅଧିନାୟକ ମିଚେଲ ସାଣ୍ଟନର ଓ ଇସ୍‌ ସୋଧି ଦଳର ସ୍ପିନ୍‌ ଦାୟିତ୍ୱ ସମ୍ଭାଳିବେ। 

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

21 Jan 2026 By Madhusudan Das

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌; ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ଲାଗି ଶେଷ ପ୍ରସ୍ତୁତି

ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଭାରତ ଓ ଶ୍ରୀଲଙ୍କାରେ ଫେବୃଆରୀ ୭ରୁ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ଏହି ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ଲାଗି ଏହା ଶେଷ ପ୍ରସ୍ତୁତି। ଏହି ୫ଟି ମ୍ୟାଚ୍‌ରୁ ଉଭୟ ଦଳ ସେମାନଙ୍କ ଶ୍ରେଷ୍ଠ ଦଳ ଜାନୁଆରୀ ୩୦ ସୁଦ୍ଧା ଚୟନ କରିବେ। ଉଭୟ ଦଳ ଆହତ ସମସ୍ୟା, ଫର୍ମରେ ନ ଥିବା ଖେଳାଳିଙ୍କୁ ନେଇ ଚିନ୍ତିତ। ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତର ସମସ୍ୟା ଅଧିକ। ଏଭଳି ସମୟରେ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍‌ ଦଳର ସନ୍ତୁଳନକୁ ସଜାଡିନେବ ବୋଲି ଆଶା କରାଯାଉଛି। ଅଧାଡଜନେ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଦଳ ଘରୋଇ ମାଟିରେ ଅପରାଜେୟ ମନେହେଉଥିବା ଭାରତକୁ ୨-୧ ବ୍ୟବଧାନରେ ଦିନିକିଆ ସିରିଜ୍‌ ଜିତିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି। ୨୦୦୭ ଟି-୨୦ ବିଶ୍ୱକପ୍‌ରୁ ଉଭୟ ଦଳ ମଧ୍ୟରେ ମୁକାବିଲା ହୋଇଆସୁଛି। କିନ୍ତୁ ଭାରତରେ ଖେଳାଯାଇଥିବା ଦ୍ୱିପାକ୍ଷିକ ସିରିଜ୍‌ରେ ନ୍ୟୁଜିଲାଣ୍ଡ ଏଯାଏ ଜିତିନାହିଁ। ୨୦୨୪ରେ ଟେଷ୍ଟ, ୨୦୨୬ରେ ଦିନିକିଆ ସିରିଜ୍‌ ଜିତିଥିବା ନ୍ୟୁଜିଲାଣ୍ଡ ଏହି ସିରିଜ୍‌ ଯେ ନ ଜିତିବା ତାହାର ଭବିଷ୍ୟବାଣୀ କରିବା କଷ୍ଟକର।

ଘରୋଇ ଦଳର ସବୁଠାରୁ ବଡ଼ ସମସ୍ୟା ହେଲା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମରେ ନ ରହିବା। ୨୦୨୪ ନଭେମ୍ବର ପରଠାରୁ ସେ ଖେଳିଥିବା ୧୯ଟି ମ୍ୟାଚ୍‌ରେ ୮.୧୧ ହାର ଓ ୧୧୦ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି। ସମସ୍ତ ମ୍ୟାଚ୍‌ରେ ଆଉଟ ହୋଇଥିଲାବେଳେ ପେସ୍‌ ବୋଲରଙ୍କ ଦ୍ୱାରା ୧୮ଥର ଆଉଟ ହୋଇଛନ୍ତି। ଏହା ମଧ୍ୟରୁ ୧୬ଥର ସେ କ୍ୟାଚ୍‌ ଆଉଟ ହୋଇଛନ୍ତି। ସବୁଥିରେ ସେ ସହଜରେ ଆଉଟ ହୋଇଛନ୍ତି। ଏଣୁ ତାଙ୍କ ଉପରେ ଭରସା କରିବା କଷ୍ଟକର। ଅନ୍ୟ ଜଣେ ବ୍ୟାଟର ତିଲକ ବର୍ମା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଇଶାନ କିସାନ କିମ୍ବା ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳିପାରେ। ଶେଷରେ ଶୁବମନ ଗିଲ୍‌ଙ୍କୁ ଟି-୨୦ ଦଳରୁ ବାଦ୍‌ ଦେବା ପରେ ଭଲ ଫର୍ମରେ ଥିବା ସଞ୍ଜୁ ସାମସନ ଏଥର ଭଲ ଖେଳିବେ ବୋଲି ଆଶା। ଯଶ୍‌ପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଭଳି ସ୍ପେଶାଲିଷ୍ଟ ପେସ ବୋଲର ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ମଧ୍ୟ ପେସ୍‌ ବୋଲିଂ କରିବେ। ଦଳରେ ୪ଜଣ ସ୍ପିନର ରହିଛନ୍ତି। ଦୁଇ ବାମହାତୀ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସ୍ପିନ ବୋଲିଂରେ ସିଦ୍ଦହସ୍ତ। ଦିନିକିଆ ସିରିଜ୍‌ରେ କୁଲଦୀପ ପ୍ରଭାବହୀନ ହୋଇଥିଲେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ମୁକାବିଲା କରିବା ନ୍ୟୁଜିଲାଣ୍ଡ ଲାଗି କଷ୍ଟକର ହୋଇପାରେ।

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ରେ ଜବରଦସ୍ତ ଫର୍ମରେ ଥିବା ଡାରିଲ ମିଚେଲ ଟି-୨୦ ସିରିଜ୍‌ରେ ମଧ୍ୟ ସମାନ ପ୍ରଦର୍ଶନ କରିବେ ବୋଲି ଅଧିନାୟକ ମିଚେଲ ସାଣ୍ଟନର ପ୍ରକାଶ କରିଛନ୍ତି। ଦଳକୁ ସମସ୍ତ ପ୍ରଥମ ପସନ୍ଦର ଖେଳାଳି ପ୍ରତ୍ୟାବର୍ତ୍ତନ କରିଛି। ଭାରତ ସହ ଶେଷ ଦିନିକିଆରେ ମାଇକେଲ ବ୍ରେସ୍‌ୱେଲ ଆହତ ହୋଇଛନ୍ତି। ତାଙ୍କ ସ୍ଥାନରେ କ୍ରିଷ୍ଟିଆନ୍‌ କ୍ଲାର୍କଙ୍କୁ ଦଳରେ ସାମିଲ କରାଯାଇଛି। ମ୍ୟାଟ ହେନରୀ, କାଏଲ ଜାମିସନ, ଜାକାରୀ ଫୋକ୍ସ ଓ ଜ୍ୟାକବ ଡଫି ଫ୍ରଣ୍ଟଲାଇନ୍‌ ଫାଷ୍ଟ ବୋଲର ରହିଛନ୍ତି। ଅଧିନାୟକ ମିଚେଲ ସାଣ୍ଟନର ଓ ଇସ୍‌ ସୋଧି ଦଳର ସ୍ପିନ୍‌ ଦାୟିତ୍ୱ ସମ୍ଭାଳିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର