ମନୋରଞ୍ଜନ
ଓଡ଼ିଶା
୧୬୮ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଟି-୨୦ ସିରିଜ କବଜା କଲା ଭାରତ
ଅହମ୍ମଦାବାଦ: ବିସ୍ଫୋରକ ବ୍ୟାଟିଂ – ଘାତକ ବୋଲିଂ ବଳରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଚାଲିଥିବା ଟି-୨୦ ସରିଜ ଭାରତ ଜିତି ନେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଆଜିର ମ୍ୟାଚକୁ ଭାରତ ଜିତି ସିରିଜ କବଜା କରିଛି। ୧-୧ ରେ ବରାବର ସ୍ଥିତରେ ରହିଥିଲା। ଆଜିର ମ୍ୟାଚ ଭାରତ ଜିତି ୨ -୧ରେ ସିରିଜ କବଜା କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ ୨୩୪ […]
ଅହମ୍ମଦାବାଦ: ବିସ୍ଫୋରକ ବ୍ୟାଟିଂ – ଘାତକ ବୋଲିଂ ବଳରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଚାଲିଥିବା ଟି-୨୦ ସରିଜ ଭାରତ ଜିତି ନେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଆଜିର ମ୍ୟାଚକୁ ଭାରତ ଜିତି ସିରିଜ କବଜା କରିଛି। ୧-୧ ରେ ବରାବର ସ୍ଥିତରେ ରହିଥିଲା। ଆଜିର ମ୍ୟାଚ ଭାରତ ଜିତି ୨ -୧ରେ ସିରିଜ କବଜା କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ ୨୩୪ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୨.୧ ବଲ ଖେଳି ୧୦ ୱିକେଟ ହରାଇ ୬୬ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୧୬୮ ରନ ଜିତି ନେଇଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିକାଂଶ ଖେଳାଳି ୨ ଅଙ୍କ ଛୁଇଁ ପାରି ନ ଥିଲେ। ମିଚେଲ୍ ସାଣ୍ଟନର ୧୩ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡାରିଲ ମିଚେଲ୍ ୨୫ ବଲରେ ୩୫ ରନ କରି ଆଉଟ ହୋଇଥିଲେ।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ ୱିକେଟ ନେଇଥିଲେ। ଅର୍ଶଦୀପ ସିଂ, ଉମରାନ ମଲିକ ଓ ଶିବମ ମାଭି ୨ଟି ଲେଖାଏଁ ୱିକେଟ ନେଇଥିଲେ।
ସେହିପରି ଭାରତ ପକ୍ଷରୁ ବ୍ୟାଟିଂରେ- ଇଶାନ କିଷନ ୩ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ପରେ ପାରିକୁ ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲ୍ ସମ୍ଭାଳିଥିଲେ। ରାହୁଲ ତ୍ରିପାଠୀ ୨୨ ବଲରେ ୪୪ ରନ କରି ଆଉଟ ହୋଇଥିଲେ। ପରେ ଗିଲଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ । ସୂର୍ଯ୍ଯକୁମାର ଯାଦବ ୧୩ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ଅପରାଜାୟ ରହି ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୫୩ ବଲରେ ୧୨୬ ରନ କରି ଅପରାଜୟ ରହିଥିଲେ।






