ଆଜି ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଟି-୨୦, ସିରିଜ୍‌‌ ସୁଇପ୍‌‌ ଲକ୍ଷ୍ୟରେ ଭାରତ

The Sakala Picture
Published On

ଡବଲିନ୍‌‌: ଏଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌କୁ ଭାରତ ଆଗୁଆ ଜିତିନେଇଛି। ସିରିଜ୍‌‌ର ତୃତୀୟ ତଥା ଶେଷ ମ୍ୟାଚ୍‌‌ ବୁଧବାର ଖେଳାଯିବ। ଏହି ମ୍ୟାଚକୁ ଜିତିବା ସହ ଭ୍ରମଣକାରୀ ଭାରତ ୩-୦ରେ ସିରିଜ୍‌‌ ସୁଇପ୍‌‌ କରିବା ଲକ୍ଷ୍ୟରେ ରହିଛି। କିନ୍ତୁ ଏହି ମ୍ୟାଚ୍‌‌ରେ ଭାରତକୁ ଦୁଇଟି ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଗୋଟିଏ ହେଉଛି ଅଧିନାୟକ ଯଶପ୍ରୀତ ବୁମ୍‌‌ରାଙ୍କ ଫିଟ୍‌‌ନେସ ପରୀକ୍ଷା ଓ ଦ୍ୱିତୀୟଟି ହେଉଛି ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେବା। […]

ଡବଲିନ୍‌‌: ଏଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌କୁ ଭାରତ ଆଗୁଆ ଜିତିନେଇଛି। ସିରିଜ୍‌‌ର ତୃତୀୟ ତଥା ଶେଷ ମ୍ୟାଚ୍‌‌ ବୁଧବାର ଖେଳାଯିବ। ଏହି ମ୍ୟାଚକୁ ଜିତିବା ସହ ଭ୍ରମଣକାରୀ ଭାରତ ୩-୦ରେ ସିରିଜ୍‌‌ ସୁଇପ୍‌‌ କରିବା ଲକ୍ଷ୍ୟରେ ରହିଛି। କିନ୍ତୁ ଏହି ମ୍ୟାଚ୍‌‌ରେ ଭାରତକୁ ଦୁଇଟି ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଗୋଟିଏ ହେଉଛି ଅଧିନାୟକ ଯଶପ୍ରୀତ ବୁମ୍‌‌ରାଙ୍କ ଫିଟ୍‌‌ନେସ ପରୀକ୍ଷା ଓ ଦ୍ୱିତୀୟଟି ହେଉଛି ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେବା। ଆୟର୍ଲାଣ୍ଡ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଭାରତକୁ ଅଡୁଆରେ ପକାଇବାରେ ସମର୍ଥ ହୋଇ ନଥିଲେ ମଧ୍ୟ ଶେଷ ମ୍ୟାଚ୍‌‌ ଜିତିବାକୁ ସମସ୍ତ ଚେଷ୍ଟା କରିବ ନିଶ୍ଚୟ।

ଆହୁରି ପଢ଼ନ୍ତୁ: ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା, ବରିଷ୍ଠତା ଭିତ୍ତିରେ ୨୦ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଆହତ ସମସ୍ୟାରୁ ମୁକୁଳିବା ପରେ ବୁମ୍‌‌ରା ଓ ଅନ୍ୟତମ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଏହି ସିରିଜ୍‌‌ରେ ସିଧାସଳଖ ଖେଳୁଛନ୍ତି। ଗତ ଦୁଇଟି ମ୍ୟାଚ୍‌‌ରେ ଉଭୟ ଫାଷ୍ଟ ବୋଲର ୪ ଓଭର ଲେଖାଏଁ ବୋଲିଂ କରିଛନ୍ତି। ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌‌ ଦିନିକିଆ କ୍ରିକେଟ। ଏହି କପ୍‌‌ରେ ପାକିସ୍ତାନକୁ ଚେକ୍‌‌ ଦେବାକୁ ହେଲେ ଏହି ଦୁଇ ଖେଳାଳିଙ୍କ ରିଦିମ ଓ ଫିଟନେସ୍‌‌ ଠିକ୍‌‌ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଭଳି ଏକ ସମୟରେ ଅଧିକ ପରୀକ୍ଷା ନୀରିକ୍ଷାର ଆବଶ୍ୟକତା ନାହିଁ। ତେବେ ଆୟର୍ଲାଣ୍ଡ ବିପକ୍ଷରେ ଯିଏ ଖେଳନ୍ତୁ ନା କାହିଁକି ଏହି ମ୍ୟାଚ୍‌‌ ଜିତିବା ନୂଆ ପିଢ଼ିର ଖେଳାଳିଙ୍କ ଲାଗି ଉତ୍ସାହଜନକ ହେବ।

ଆହୁରି ପଢ଼ନ୍ତୁ: ରାୟଗଡାରେ ମାଓ ସଂଗଠନ ସକ୍ରିୟ, ମାଓ ବ୍ୟାନର ଲଗାଇ ସଂଗଠନ ରହିଛି ବୋଲି ଉଲ୍ଲେଖ

କେବଳ ଏସିଆ କପ୍‌‌ ନୁହେଁ, ନବାଗତ ଖେଳାଳିଙ୍କୁ ନେଇ ଏସିଆନ ଗେମ୍ସ ଲାଗି ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ। ଏସିଆନ ଗେମ୍ସ ଲାଗି ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଏହି ସିରିଜ୍‌‌ରେ ସ୍ଥାନ ପାଇଥିବା ଫାଷ୍ଟ ବୋଲର ଆଭେଷ ଖାନ୍‌‌, ୱିକେଟ ରକ୍ଷକ ଜିତେଶ ଶର୍ମା ଓ ଶାହାବାଜ୍‌‌ ଅହମ୍ମଦ୍‌‌ ଥରେ ହେଲେ ଖେଳିବାର ସୁଯୋଗ ପାଇନାହାନ୍ତି। ଏବେ ମଧ୍ୟ ଭାରତରେ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ନାହିଁ। ଏଣୁ ଏହି ଖେଳାଳିଙ୍କୁ ମ୍ୟାଚ୍‌‌ ପ୍ରାକ୍ଟିସ ସୁଯୋଗ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏମାନଙ୍କ ମଧ୍ୟରୁ ଆଭେଷ ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ସିରିଜ୍‌‌ରେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏବେ ସୁଦ୍ଧା ସେ କ୍ରମାଗତ ୭ଟି ମ୍ୟାଚ୍‌‌ରେ ବସିରହିଛନ୍ତି। ଏଭଳି ବସି ରହିଲେ, ଏସିଆନ ଗେମ୍ସ ତାଙ୍କ ଲାଗି ଆଦୌ ଲାଭଦାୟକ ହେବ ନାହିଁ। ଅଧିନାୟକ ବୁମ୍‌‌ରା ଓ କାମଚଳା ମୁଖ୍ୟ ପ୍ରଶିକ୍ଷକ ସୀତାଂଶୁ କୋଟକ ଏ ସମ୍ପର୍କରେ ବେଶ ଭଲ ଭାବେ ଅବଗତ ଥିବେ।

ଆହୁରି ପଢ଼ନ୍ତୁ: ‘ବନ୍ଦେ ମାତରମ୍’ ପାଇଁ କେନ୍ଦ୍ରର ନୂଆ ନିୟମାବଳୀ: ଛିଡ଼ା ହେବା ବାଧ୍ୟତାମୂଳକ, ଜାତୀୟ ସଙ୍ଗୀତ ପୂର୍ବରୁ ହେବ ଗାନ

ଏସିଆ କପ୍‌‌ ଲାଗି ଭାରତୀୟ ଦଳରେ ସ୍ଥାନ ସୁରକ୍ଷିତ ରଖି ନଥିବା ସଞ୍ଜୁ ସାମସନ ଏଠାରେ ଆଉ ଏକ ଭଲ ଇନିଂସ ଖେଳିବାକୁ ଚେଷ୍ଟା କରିବେ। ଦ୍ୱିତୀୟ ମ୍ୟାଚ୍‌‌ରେ ସେ ୨୬ ବଲ୍‌‌ରୁ ୪୦ ରନ୍‌‌ କରି ଭାରତକୁ ବିପଦରୁ ରକ୍ଷା କରିଥିଲେ। ଯୁବ ୱିକେଟରକ୍ଷକ ଜିତେଶଙ୍କୁ ସୁଯୋଗ ଦେବାକୁ ଯଦି ଟିମ୍‌‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନିଏ, ତେବେ ସଞ୍ଜୁ ବାଦ୍‌‌ ପଡ଼ିପାରନ୍ତି। ଅନ୍ୟପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବା ପରେ ୨୧ ବଲରୁ ୩୮ ରନ୍‌‌ କରି ରିଙ୍କୁ ସିଂ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏହି ମ୍ୟାଚରୁ ତାଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଦ୍ୱିତୀୟ ମ୍ୟାଚ୍‌‌ ଫିନିସର ଭାବେ ବିବେଚନା କରାଯାଉଛି। ଫାଷ୍ଟ ବୋଲର ଅର୍ଶଦୀପ ସିଂ ଓ ମୁକେଶ କୁମାର କ୍ରମାଗତ ଖେଳିଆସୁଛନ୍ତି। ଅର୍ଶଦୀପଙ୍କ ୟର୍କର ଓ ମୁକେଶଙ୍କ ମନ୍ଥର ବଲ ନିଶ୍ଚିତଭାବେ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp