ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ୍; ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଯୁବ ଟିମଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

The Sakala Picture
Published On

ଡବଲିନ୍: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜିଠାରୁ ଡଲବିନ ସ୍ଥିତ ଦ ଭିଲେଜ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ଲାଗି ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ)ର ସଫଳ ତଥା ଭାରତର ନୂଆ ପିଢିର ଖେଳାଳିଙ୍କୁ ନେଇ ପଡିଆକୁ ଓଲ୍ହାଇବ ବୁମରା ବାହିନୀ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ […]

ଡବଲିନ୍: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜିଠାରୁ ଡଲବିନ ସ୍ଥିତ ଦ ଭିଲେଜ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ଲାଗି ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ)ର ସଫଳ ତଥା ଭାରତର ନୂଆ ପିଢିର ଖେଳାଳିଙ୍କୁ ନେଇ ପଡିଆକୁ ଓଲ୍ହାଇବ ବୁମରା ବାହିନୀ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତୀୟ ଦଳରେ ଆଇପିଏଲ ତାରକା ଋତୁରାଜ ଗାଏକୱାଡ, ରିଙ୍କୁ ସିଂ ଏବଂ ଜିତେଶ ଶର୍ମା ଅଛନ୍ତି । କିନ୍ତୁ ସମସ୍ତଙ୍କ ନଜର ବୁମରାଙ୍କ ଉପରେ ରହିବ। ଦୁଇ ମାସ ପରେ ଭାରତରେ ଆରମ୍ଭ ହେଉଥିବା ଦିନିକିଆ ବିଶ୍ୱକପରେ ଏହି ଦ୍ରୁତ ବୋଲର ଭାରତୀୟ ଦଳର ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଗତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ୨୯ ବର୍ଷୀୟ ବୁମରାଙ୍କ ଅଣ୍ଟାରେ ଷ୍ଟ୍ରେସ୍ ଫ୍ରାକଚର ହୋଇଥିଲା । ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପକ୍ଷରେ, ଆଣ୍ଡ୍ରିୟୁ ବାଲବର୍ଣ୍ଣିଙ୍କ ନେତୃତ୍ଵରେ ଆୟର୍ଲାଣ୍ଡ ଦଳରେ ହ୍ୟାରି ଟେକ୍ଟର, ଲୋରକାନ୍ ଟକର୍, ବାମହାତୀ ସ୍ପିନର ଜର୍ଜ ଡକ୍ରେଲଙ୍କ ଭଳି ଦକ୍ଷ ଖେଳାଳି ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଆୟର୍ଲାଣ୍ଡ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ। ସେମାନଙ୍କର ବାମହାତୀ ଦ୍ରୁତ ବୋଲର ଜୋଶ ଲିଟିଲ ଗତ ବର୍ଷ ଆଇପିଏଲରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର