ଟି-୨୦ ବିଶ୍ବକପ୍‌: ଆଜି ସେମିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ମ୍ୟାଚ୍‌ ବାତିଲ ହେଲେ ଭାରତ ଖେଳିବ ଫାଇନାଲ୍‌

The Sakala Picture
Published On

ଗୁଏନା: ଦୁଇବର୍ଷ ତଳେ ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ହାରିଥିଲା ଭାରତ। ଏହି ପରାଜୟ ଏବେ ସୁଦ୍ଧା ଭାରତୀୟ ଖେଳାଳି ଓ ସମର୍ଥକଙ୍କ ମନରେ ତାଜା ହୋଇ ରହିଛି। ଆସନ୍ତାକାଲି ଏଠାରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ସହ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ଓ ଫାଇନାଲ ଖେଳିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହି […]

ଗୁଏନା: ଦୁଇବର୍ଷ ତଳେ ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ହାରିଥିଲା ଭାରତ। ଏହି ପରାଜୟ ଏବେ ସୁଦ୍ଧା ଭାରତୀୟ ଖେଳାଳି ଓ ସମର୍ଥକଙ୍କ ମନରେ ତାଜା ହୋଇ ରହିଛି। ଆସନ୍ତାକାଲି ଏଠାରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ସହ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ଓ ଫାଇନାଲ ଖେଳିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହି ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ ନେଇସାରିଛି। ସୁପର-୮’ ମ୍ୟାଚ୍‌ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ପରାଜିତ ହେବା ପରେ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏବେ ହେଉଛି ଇଂଲଣ୍ଡର ପାଳି। ରୋହିତ ଶର୍ମାଙ୍କ ଦଳ ମଧ୍ୟ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ପ୍ରତିଶୋଧ ନେବାରେ ସମର୍ଥ ହୋଇପାରିବ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ପ୍ରବଳ ବର୍ଷା ଆଶଙ୍କା
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ବେଳେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗୁଏନାର ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି ଓ ମ୍ୟାଚ୍‌ ଦିନ ଅର୍ଥାତ ଆସନ୍ତାକାଲି ୮୮ ଶତକଡ଼ା ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆକ୍ୱୱେଦର.କମ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅବଶ୍ୟ ଏହି ମ୍ୟାଚ୍‌ଟି ସ୍ଥାନୀୟ ସମୟ ପୂର୍ବାହ୍ଣ ୧୦ଟା ୩୦ (ଭାରତୀୟ ସମୟ ଗୁରୁବାର ରାତି ୮ଟା)ରେ ଆରମ୍ଭ ହେବ। ଏଣୁ ଖେଳ ଆରମ୍ଭ ହେବା ନେଇ ଆଶଙ୍କା ରହିଛି। ବର୍ଷା ଯୋଗୁ ଏହି ବିଶ୍ୱକପ୍‌ରେ ଅନେକ ଦଳ ସୁପର-୮’କୁ ଯାଇ ପାରି ନାହାନ୍ତି।

ମ୍ୟାଚ୍‌ ବାତିଲ ହେଲେ ଭାରତ ଖେଳିବ ଫାଇନାଲ୍‌
ଏହି ମ୍ୟାଚ୍‌ ଯଦି ବର୍ଷା ଯୋଗୁଁ ବାତିଲ ହୁଏ ତେବେ ସୁପର-୮’ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଭାରତ ଫାଇନାଲକୁ ଉନ୍ନିତ ହେବ। ସୁପର-୮’ ଗ୍ରୁପ-୧’ରେ ଭାରତ ତାହାର ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଗ୍ରୁପ୍‌-୨’ରେ ସ୍ଥାନ ପାଇଥିବା ଇଂଲଣ୍ଡ ୩ଟି ମଧ୍ୟରୁ ୨ଟିରେ ଜିତିଥିଲା। ଏଣୁ ଅଧିକ ମ୍ୟାଚ୍‌ ଜିତିଥିବାରୁ ମ୍ୟାଚ୍‌ ଆଦୌ ଆୟୋଜିତ ହୋଇ ନ ପାରିଲେ ଭାରତ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ଇଂଲଣ୍ଡ ବ୍ୟାଟିଂ ବନାମ ଭାରତ ବୋଲିଂ
ଚଳିତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ବ୍ୟାଟିଂ ଓ ଭାରତର ବୋଲିଂ ବେଶ ପ୍ରଭାବଶାଳୀ ହୋଇଛି। କିନ୍ତୁ ଭାରତ ପକ୍ଷରୁ ପ୍ରଥମ ୩ଜଣ ବ୍ୟାଟର ବିରାଟ କୋହଲି, ରୋହିତ ଶର୍ମା ଓ ଋଷଭ ପନ୍ତ୍‌ଙ୍କର ସ୍ପିନ ବୋଲିଂ ବିପକ୍ଷରେ ଭଲ ଷ୍ଟ୍ରାଇକ୍‌ ରେଟ ନାହିଁ। ଏଣୁ ଇଂଲଣ୍ଡ ଯଦି ପାୱାର ପ୍ଲେ’ରେ ସ୍ପିନରଙ୍କୁ ସୁଯୋଗ ଦିଏ ତେବେ ଭାରତ ଲାଗି ଅଡ଼ୁଆ ସୃଷ୍ଟି ହେବ। ଶୀର୍ଘ ଯଦି ଓପନିଂ ଯୋଡି ଭାଙ୍ଗିଯାଏ ତେବେ ପନ୍ତ୍‌ଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ନଂ-୩ରେ ଖେଳିବାକୁ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଅନ୍ୟପକ୍ଷରେ ଭାରତ ୨ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ ପ୍ରଭାବଶୂନ୍ୟ ହୋଇଥିଲେ ମଧ୍ୟ ଏବେ ଦଳର ବୋଲରମାନେ ଫର୍ମରେ ଅଛନ୍ତି। ବିଶେଷ କରି ପ୍ରଥମ ୨ ଓଭର ବୋଲିଂ କରୁଥିବା ଯଶପ୍ରୀତ୍‌ ବୁମ୍‌ରା ଓ ଅର୍ଶଦୀପ ସିଂ ଏଠାରେ ବେଶ ପ୍ରଭାବ ପକାଇପାରିବେ। ମିଡଲ ଓ ଡେଥ ଓଭରରେ ଯେଉଁ ଦଳ ଭଲ ଖେଳିବ, ସେହି ଦଳ ମ୍ୟାଚ୍‌ ଜିତିବାର ସମ୍ଭାବନା ଅଧିକ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏଯାଏ ଅପରାଜିତ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି।

ଲୋ ସ୍କୋରିଂ ମ୍ୟାଚ୍‌ ହୋଇପାରେ
ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ ଗୁଡିକ ଲୋ ସ୍କୋରିଂ ହୋଇଛି। ଏଠାରେ ପିଚ୍‌ ମନ୍ଥର ପ୍ରଦର୍ଶନ କରିଛି। ଏପରିକି ପାୱାର ପ୍ଲେ’ରେ ୬.୪, ମିଡଲ ଓଭରରେ ୫.୫ ଓ ଡେଥ ଓଭରରେ ୭.୬ ହାରରେ ରନ୍‌ ସଂଗୃହୀତ ହୋଇଛି। ଏବେ ବର୍ଷା ଯୋଗୁ ୨ ଦିନ ହେଲା ପିଚ୍‌କୁ ଘୋଡାଇ ରଖାଯାଇଛି। ମ୍ୟାଚ୍‌ ଦିନ ସକାଳେ ଖରା ହେଲେ ପିଚ୍‌ ଉପରୁ କଭର ବାହାରିପାରେ ବୋଲି ଆଶା କରାଯାଉଛି। ଅବଶ୍ୟ ଏଠାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ଆବଶ୍ୟକତା ପଡ଼ି ନ ପାରେ। ଏଠାରେ ପୂର୍ବରୁ ଖେଳାଯାଇଥିବା ହାଇ ପ୍ରୋଫାଇଲ ମ୍ୟାଚ୍‌ରେ ଆଫଗାନିସ୍ତାନ ୮୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୭୫ ରନ କରିବାକୁ ସମର୍ଥ ହୋଇଥିଲା।

27 Jun 2024 By The Sakala

https://www.thesakala.in/sports/india-vs-england-semi-final-2-icc-mens-t20-world-cup-2024/article-33212
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର