ଇଂଲଣ୍ଡକୁ ୩ୟ ଦିନିକିଆ ହରାଇ ସିରିଜ କ୍ଲିନ ସୁଇପ କଲା ଭାରତ

The Sakala Picture
Published On

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ବୁଧବାର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା। […]

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ବୁଧବାର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଇଂଲଣ୍ଡ ୩୪.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଆଜିର ମ୍ୟାଚକୁ ୧୪୨ରନ ଜିତିବାସହ ୩-୦ରେ ସିରିଜ ମୂଳପୋଛ କରିଛି ରୋହିତ ବାହିନୀ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଇଂଲଣ୍ଡ ପକ୍ଷରୁ ଫିଲ ସଲ୍ଟ ୨୧ ବଲରେ ୨୩ ରନ, ବେନ୍‌ ଡକେଟ ୨୨ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଟମ ବାନଟୋନ ୪୧ ବଲରେ ୩୮ ରନ, ଜୋ ରୁଟ୍‌ ୨୯ ବଲରେ ୨୪, ହ୍ୟାରୀ ବ୍ରୁକ୍‌ ୨୬ ବଲରେ ୧୯ରନ ଗୁସ୍ ଅତକିନସନ ୧୯ ବଲରେ ୩୮ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଭାରତ ପକ୍ଷରୁ  ଅର୍ଶଦୀପ ସିଂହ, ଅକ୍ଷର ପଟେଲ , ହର୍ସିତ ରାଣା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା। ଏହି ଇନିଂସରେ ଭୁବମନ ଗିଲ ଶତକ ହାସଲ କରିଥିବା ବେଳେ ଅର୍ଦ୍ଧ ଶତକ କରିଛନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟର । ଶୁଭମନ ଗିଲ ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଛନ୍ତି । ବିରାଟ ୫୫ ବଲରେ ୫୨ ରନ କରିଥିବା ବେଳେ ଶ୍ରେୟସ ଆୟର ୬୪ ବଲରେ ୭୮ ରନ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ଏକ ରନ କରି ଆଉଟ ହୋଇଯାଇଥଇବା ବେଳେ  କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ଓ୍ବାସିଙ୍ଗଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ଓ କୁଲଦୀନ ଯାଦବ ଗୋଟିଏ ରନ କରିଥିଲେ।

ଅନ୍ୟପଟେ ଇଂଲଣ୍ଡର ଆଦିଲ ରସିଦ ୪ଟି ଓ୍ବିକେଟ୍, ମାର୍କ ଉଡ୍‌ ଦୁଇଟି ଓ୍ବିକେଟ ନେଇଥିବା ବେଳେ ସକିବ ମହମୁଦ,  ଗୁସ ଆଟକିନସନ ଓ ଜୋ ରୁଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

12 Feb 2025 By The Sakala

ଇଂଲଣ୍ଡକୁ ୩ୟ ଦିନିକିଆ ହରାଇ ସିରିଜ କ୍ଲିନ ସୁଇପ କଲା ଭାରତ

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ବୁଧବାର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଇଂଲଣ୍ଡ ୩୪.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଆଜିର ମ୍ୟାଚକୁ ୧୪୨ରନ ଜିତିବାସହ ୩-୦ରେ ସିରିଜ ମୂଳପୋଛ କରିଛି ରୋହିତ ବାହିନୀ।

ଇଂଲଣ୍ଡ ପକ୍ଷରୁ ଫିଲ ସଲ୍ଟ ୨୧ ବଲରେ ୨୩ ରନ, ବେନ୍‌ ଡକେଟ ୨୨ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଟମ ବାନଟୋନ ୪୧ ବଲରେ ୩୮ ରନ, ଜୋ ରୁଟ୍‌ ୨୯ ବଲରେ ୨୪, ହ୍ୟାରୀ ବ୍ରୁକ୍‌ ୨୬ ବଲରେ ୧୯ରନ ଗୁସ୍ ଅତକିନସନ ୧୯ ବଲରେ ୩୮ ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ  ଅର୍ଶଦୀପ ସିଂହ, ଅକ୍ଷର ପଟେଲ , ହର୍ସିତ ରାଣା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା। ଏହି ଇନିଂସରେ ଭୁବମନ ଗିଲ ଶତକ ହାସଲ କରିଥିବା ବେଳେ ଅର୍ଦ୍ଧ ଶତକ କରିଛନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟର । ଶୁଭମନ ଗିଲ ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଛନ୍ତି । ବିରାଟ ୫୫ ବଲରେ ୫୨ ରନ କରିଥିବା ବେଳେ ଶ୍ରେୟସ ଆୟର ୬୪ ବଲରେ ୭୮ ରନ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ଏକ ରନ କରି ଆଉଟ ହୋଇଯାଇଥଇବା ବେଳେ  କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ଓ୍ବାସିଙ୍ଗଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ଓ କୁଲଦୀନ ଯାଦବ ଗୋଟିଏ ରନ କରିଥିଲେ।

ଅନ୍ୟପଟେ ଇଂଲଣ୍ଡର ଆଦିଲ ରସିଦ ୪ଟି ଓ୍ବିକେଟ୍, ମାର୍କ ଉଡ୍‌ ଦୁଇଟି ଓ୍ବିକେଟ ନେଇଥିବା ବେଳେ ସକିବ ମହମୁଦ,  ଗୁସ ଆଟକିନସନ ଓ ଜୋ ରୁଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର