୩ୟ ଟ୍ବେଣ୍ଟି-୨୦: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରୁ ପନ୍ତ ଆଉଟ୍ ଭୁବନେଶ୍ଵର ଇନ୍

The Sakala Picture
Published On

ହାଇଦ୍ରାବାଦ୍‍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଭାରତର ଚୂଡ଼ାନ୍ତ ଏକାଦଶରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ। ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଚୂଡାନ୍ତ ଏକାଦଶରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ କରାଯାଇଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଏପର୍ଯ୍ୟନ୍ତ ୧-୧ ବରାବର ସ୍ଥିତିରେ ରହିଛି। […]

ହାଇଦ୍ରାବାଦ୍‍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଭାରତର ଚୂଡ଼ାନ୍ତ ଏକାଦଶରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ। ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଚୂଡାନ୍ତ ଏକାଦଶରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ କରାଯାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଏପର୍ଯ୍ୟନ୍ତ ୧-୧ ବରାବର ସ୍ଥିତିରେ ରହିଛି। ଫଳରେ ହାଇଦ୍ରାବାଦ ମ୍ୟାଚ୍‌ ଉଭୟ ଦଳ ପାଇଁ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏଥିପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରୁଥିଲେ ହେଁ ଡେଥ୍‌ ଓଭର ବେଳକୁ ବୋଲରଙ୍କ ଉପରେ ଚାପ ବଢିଯାଉଥିବା ଦେଖାଯାଉଛି। ‌ଶେଷ ଆଡ଼କୁ ବୋଲରମାନେ ମାତ୍ରାଧିକ ରନ୍‌ ବ୍ୟୟ କରୁଥିବା ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଡେଥ୍‌ ଓଭର ବିଶେଷଜ୍ଞ ଭାବେ କାହା ଉପରେ ଦୁଇ ଅଧିନାୟକ ନିର୍ଭର କରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ନାଗପୁର ମ୍ୟାଚ୍‌ରେ ଭାରତ ଜଣେ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତ୍‌ଙ୍କୁ ଖେଳାଇଥିଲା। ହେଲେ ତାଙ୍କର ଆବଶ୍ୟକତା ପଡ଼ିନଥିଲା। ତଥାପି ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଭାରତ ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ଯଶ୍‌ପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଫେରିଥିଲେ ମଧ୍ୟ ଡେଥ୍‌ ଓଭର ସମସ୍ୟା ଟଳିନଥିଲା। ଘରୋଇ ଦଳ ପାଇଁ ହର୍ଷଲ ପଟେଲ ଶୃଙ୍ଖଳା ସାରା ସଂଘର୍ଷ କରୁଥିବା ଦେଖାଯାଉଛି। ଏପରିକି ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କୁ ଡେଥ୍‌ ଓଭରରେ ଏକ ସୁଯୋଗ ଦିଆଯାଇଥିଲେ ବି ତିନିଟି ଛକା ବ୍ୟୟ କରି ସେ ଅଧିନାୟକଙ୍କ ଆସ୍ଥାଭାଜନ ‌ହୋଇପାରିନାହାନ୍ତି। ଏଭଳି ଚାପ ସମୟରେ କାକର ଯୋଗୁଁ ଗତ ଦୁଇଟି ମ୍ୟାଚ୍‌ରେ ତାଙ୍କ ପ୍ରମୁଖ ଅସ୍ତ୍ର ଧୀମା ବଲ୍‌ ଓ ୟର୍କର ମଧ୍ୟ କାମ ଦେଇନଥିଲା।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ସେହିପରି ପାୱାରପ୍ଲେରେ ଟାଇଗର ଓ ଡେଥ୍‍ ଓଭରରେ ଶୃଗାଳ ଭଳି ପ୍ରଦର୍ଶନ ଦେଉଥିବା ଭୁବନେଶ୍ୱର କୁମାରଙ୍କୁ ନେଇ ଦଳ ଚିନ୍ତିତ। ସେ ଭାରତୀୟ ମ୍ୟାନେଜମେଣ୍ଟର ମୁଖ୍ୟ ଅସ୍ତ୍ର। ଏଣୁ ତାଙ୍କୁ ଡେଥ୍‍ ଓଭରରେ ବୋଲିଂ ନ ଦେଇ ପୂର୍ବରୁ ଓଭର ସାରିବାକୁ ଅଧିନାୟକ ଚେଷ୍ଟା କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସବୁଠାରୁ ଉତ୍ସାହଜନକ କଥା ହେଲା ଆହତ ସମସ୍ୟା ପରେ ଯଶପ୍ରୀତ୍‍ ବୁମ୍‍ରା ଫର୍ମକୁ ଫେରିବା। ସେ ଦ୍ୱିତୀୟ ମ୍ୟାଚ୍‍ ରେ ଆହତ ହୋଇଥିବା କଥା ପ୍ରଦର୍ଶନରୁ ଜଣା ପଡ଼ି ନଥିଲା। ଏଣୁ ପୂରା ମ୍ୟାଚ୍‍ ଫିଟ୍‍ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ପରୀକ୍ଷା ଆବଶ୍ୟକ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କୌଣସି ମ୍ୟାଚ୍‍କୁ ସହଜ ଭାବେ ନିଏ ନାହିଁ। ଏଣୁ ଗତ ଦୁଇଟି ସିରିଜରେ ଅପରାଜେୟ ରହିଥିବା ଡିଫେଣ୍ଡିଂ ଚାମ୍ପିଅନ୍‍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‍ ପୂର୍ବରୁ ବିଜୟୀ ହୋଇ ଆତ୍ମବିଶ୍ୱାସ ଦୃଢ଼ କରିବ ବୋଲି ଆଶା କରିବା ସ୍ୱାଭାବିକ୍‍। କିନ୍ତୁ ଏହା ସତ୍ୟ ଯେ ଯେଉଁ ଦଳ ଟସ୍‍ ଜିତିବା କିମ୍ବା ରନ୍‍ ଚେଜ୍‍ କରିବ, ସେହି ଦଳ ନିଶ୍ଚିତଭାବେ ଏହି ମ୍ୟାଚ୍‍ ଜିତିବ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ।

ଅଷ୍ଟ୍ରେଲିଆ : ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଙ୍ଗଲିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ଡାନିଏଲ୍‌ ସାମ୍ସ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲଉଡ୍‌।

25 Sep 2022 By The Sakala

୩ୟ ଟ୍ବେଣ୍ଟି-୨୦: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରୁ ପନ୍ତ ଆଉଟ୍ ଭୁବନେଶ୍ଵର ଇନ୍

ହାଇଦ୍ରାବାଦ୍‍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଭାରତର ଚୂଡ଼ାନ୍ତ ଏକାଦଶରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ। ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଚୂଡାନ୍ତ ଏକାଦଶରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ କରାଯାଇଛି।

୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଏପର୍ଯ୍ୟନ୍ତ ୧-୧ ବରାବର ସ୍ଥିତିରେ ରହିଛି। ଫଳରେ ହାଇଦ୍ରାବାଦ ମ୍ୟାଚ୍‌ ଉଭୟ ଦଳ ପାଇଁ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏଥିପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରୁଥିଲେ ହେଁ ଡେଥ୍‌ ଓଭର ବେଳକୁ ବୋଲରଙ୍କ ଉପରେ ଚାପ ବଢିଯାଉଥିବା ଦେଖାଯାଉଛି। ‌ଶେଷ ଆଡ଼କୁ ବୋଲରମାନେ ମାତ୍ରାଧିକ ରନ୍‌ ବ୍ୟୟ କରୁଥିବା ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଡେଥ୍‌ ଓଭର ବିଶେଷଜ୍ଞ ଭାବେ କାହା ଉପରେ ଦୁଇ ଅଧିନାୟକ ନିର୍ଭର କରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ।

ନାଗପୁର ମ୍ୟାଚ୍‌ରେ ଭାରତ ଜଣେ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତ୍‌ଙ୍କୁ ଖେଳାଇଥିଲା। ହେଲେ ତାଙ୍କର ଆବଶ୍ୟକତା ପଡ଼ିନଥିଲା। ତଥାପି ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଭାରତ ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ଯଶ୍‌ପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଫେରିଥିଲେ ମଧ୍ୟ ଡେଥ୍‌ ଓଭର ସମସ୍ୟା ଟଳିନଥିଲା। ଘରୋଇ ଦଳ ପାଇଁ ହର୍ଷଲ ପଟେଲ ଶୃଙ୍ଖଳା ସାରା ସଂଘର୍ଷ କରୁଥିବା ଦେଖାଯାଉଛି। ଏପରିକି ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କୁ ଡେଥ୍‌ ଓଭରରେ ଏକ ସୁଯୋଗ ଦିଆଯାଇଥିଲେ ବି ତିନିଟି ଛକା ବ୍ୟୟ କରି ସେ ଅଧିନାୟକଙ୍କ ଆସ୍ଥାଭାଜନ ‌ହୋଇପାରିନାହାନ୍ତି। ଏଭଳି ଚାପ ସମୟରେ କାକର ଯୋଗୁଁ ଗତ ଦୁଇଟି ମ୍ୟାଚ୍‌ରେ ତାଙ୍କ ପ୍ରମୁଖ ଅସ୍ତ୍ର ଧୀମା ବଲ୍‌ ଓ ୟର୍କର ମଧ୍ୟ କାମ ଦେଇନଥିଲା।

ସେହିପରି ପାୱାରପ୍ଲେରେ ଟାଇଗର ଓ ଡେଥ୍‍ ଓଭରରେ ଶୃଗାଳ ଭଳି ପ୍ରଦର୍ଶନ ଦେଉଥିବା ଭୁବନେଶ୍ୱର କୁମାରଙ୍କୁ ନେଇ ଦଳ ଚିନ୍ତିତ। ସେ ଭାରତୀୟ ମ୍ୟାନେଜମେଣ୍ଟର ମୁଖ୍ୟ ଅସ୍ତ୍ର। ଏଣୁ ତାଙ୍କୁ ଡେଥ୍‍ ଓଭରରେ ବୋଲିଂ ନ ଦେଇ ପୂର୍ବରୁ ଓଭର ସାରିବାକୁ ଅଧିନାୟକ ଚେଷ୍ଟା କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସବୁଠାରୁ ଉତ୍ସାହଜନକ କଥା ହେଲା ଆହତ ସମସ୍ୟା ପରେ ଯଶପ୍ରୀତ୍‍ ବୁମ୍‍ରା ଫର୍ମକୁ ଫେରିବା। ସେ ଦ୍ୱିତୀୟ ମ୍ୟାଚ୍‍ ରେ ଆହତ ହୋଇଥିବା କଥା ପ୍ରଦର୍ଶନରୁ ଜଣା ପଡ଼ି ନଥିଲା। ଏଣୁ ପୂରା ମ୍ୟାଚ୍‍ ଫିଟ୍‍ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ପରୀକ୍ଷା ଆବଶ୍ୟକ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କୌଣସି ମ୍ୟାଚ୍‍କୁ ସହଜ ଭାବେ ନିଏ ନାହିଁ। ଏଣୁ ଗତ ଦୁଇଟି ସିରିଜରେ ଅପରାଜେୟ ରହିଥିବା ଡିଫେଣ୍ଡିଂ ଚାମ୍ପିଅନ୍‍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‍ ପୂର୍ବରୁ ବିଜୟୀ ହୋଇ ଆତ୍ମବିଶ୍ୱାସ ଦୃଢ଼ କରିବ ବୋଲି ଆଶା କରିବା ସ୍ୱାଭାବିକ୍‍। କିନ୍ତୁ ଏହା ସତ୍ୟ ଯେ ଯେଉଁ ଦଳ ଟସ୍‍ ଜିତିବା କିମ୍ବା ରନ୍‍ ଚେଜ୍‍ କରିବ, ସେହି ଦଳ ନିଶ୍ଚିତଭାବେ ଏହି ମ୍ୟାଚ୍‍ ଜିତିବ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ।

ଅଷ୍ଟ୍ରେଲିଆ : ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଙ୍ଗଲିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ଡାନିଏଲ୍‌ ସାମ୍ସ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲଉଡ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର