ଦ୍ବିତୀୟ ଦିନିକିଆ: ଗିଲ୍‌ -ଆୟରଙ୍କ ଶତକୀୟ ଓ ରାହୁଲ -ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକୀୟ ପାରି, ଅଷ୍ଟ୍ରେଲିଆକୁ ୪୦୦ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଉଛି। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ଋତୁରାଜ ଗାଏକୱାଡ୍‌ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍‌ […]

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଉଛି। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଭାରତ ପକ୍ଷରୁ ଋତୁରାଜ ଗାଏକୱାଡ୍‌ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍‌ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ୯୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶନ କିଶନ ଓ କେଏଲ ରାହୁଲ ସମ୍ଭାଳିଥିଲେ। ଇଶନ କିଶନ ୧୮ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପରେ କେଏଲ ରାହୁଲଙ୍କ ସାଥ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ଅଧିନାୟକ କେଏଲ ରାହୁଲ  ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ କେଏଲ ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ।   ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୯ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଅଷ୍ଟ୍ରେଲିଆ ପକ୍ଷରୁ କାମେରନ ଗ୍ରୀନ ୨ଟି ୱିକେଟ ନେଇଥିବା ବେଳେ ଜୋସ ହାଜେଲଉଡ୍‌, ସିନ ଆବୋଟ, ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

24 Sep 2023 By The Sakala

ଦ୍ବିତୀୟ ଦିନିକିଆ: ଗିଲ୍‌ -ଆୟରଙ୍କ ଶତକୀୟ ଓ ରାହୁଲ -ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକୀୟ ପାରି, ଅଷ୍ଟ୍ରେଲିଆକୁ ୪୦୦ ରନର ଟାର୍ଗେଟ ଦେଲା ଭାରତ

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଉଛି। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଋତୁରାଜ ଗାଏକୱାଡ୍‌ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍‌ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ୯୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶନ କିଶନ ଓ କେଏଲ ରାହୁଲ ସମ୍ଭାଳିଥିଲେ। ଇଶନ କିଶନ ୧୮ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପରେ କେଏଲ ରାହୁଲଙ୍କ ସାଥ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ଅଧିନାୟକ କେଏଲ ରାହୁଲ  ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ କେଏଲ ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ।   ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୯ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କାମେରନ ଗ୍ରୀନ ୨ଟି ୱିକେଟ ନେଇଥିବା ବେଳେ ଜୋସ ହାଜେଲଉଡ୍‌, ସିନ ଆବୋଟ, ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର