୩ୟ ଦିନିକିଆରେ ଭାରତର ବୃହତ ବିଜୟ, ୨୨୭ ରନ୍‌ରେ ହାରିଲା ବାଂଲାଦେଶ

The Sakala Picture
Published On

ଢାକା : ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି। ଆଜିର ମ୍ୟଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ […]

ଢାକା : ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି। ଆଜିର ମ୍ୟଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବାଂଲାଦେଶ ମାତ୍ର ୧୮୨ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଯାହା ଫଳରେ ଭାରତ ଶେଷ ଦିନିକିଆରେ ୨୨୭ ରନ୍‌ରେ ବୃହତ ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧଓ୍ବନଙ୍କ ଓ୍ବିକେଟ୍ ହରାଇଥିଲା । କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲଙ୍କ ଉପରେ ପ୍ରଭାବ ବିସ୍ତାର କରିଖେଳିଥିଲେ। ଈଶାନ କିଶନ ୧୩୧ଟି ବଲ୍‌ରୁ ୨୪ଟି ଚୌକା ଓ ୧୦ଟି ଛକ୍କା ସହାୟତାରେ ୨୧୦ ରନ୍ କରିଥିଲେ। ସେହିପରି ପ୍ରାୟ ୩ ବର୍ଷ ପରେ ବିରାଟ କୋହଲି ଶତକ ମାରିଥିଲେ। ସେ ୯୧ଟି ବଲ୍‌ରୁ ୧୧୩ ରନ୍ (୧୧ଟି ଚୌକା ଓ ୨ଟି ଛକ୍କା) କରିଥିଲେ। ଓ୍ବାଶିଂଟନ ସୁନ୍ଦର ୨୭ଟି ବଲ୍‌ରୁ ୩୭ କରିଥିବା ବେଳେ ଅକ୍ଷର ପଟେଲ ୧୭ଟି ବଲ୍‌ରୁ ୨୦ ରନ୍ କରିଥିଲେ। ଶିଖର ଧାଓ୍ବନ, ଶ୍ରେୟସ ଆୟର ଓ ଶର୍ଦ୍ଦୁଳ ଠାକୁର ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୮ ରନ୍ କରିଥିଲେ। ଦଳ ୮ଟି ଓ୍ବିକେଟ୍ ହରାଇ ୪୦୯ ରନ୍ କରିଥିଲା।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର