ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦଳରେ ସ୍ଥାନ……

The Sakala Picture
Published On

ନୂଆଦିଲ୍ଳୀ : ଏସିଆ କପ୍‌ ପାଇଁ ଘୋଷଣା କରାଯାଇଛି ଭାରତୀୟ କ୍ରିକେଟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏସିଆ କପ୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହଲଙ୍କୁ […]

ନୂଆଦିଲ୍ଳୀ : ଏସିଆ କପ୍‌ ପାଇଁ ଘୋଷଣା କରାଯାଇଛି ଭାରତୀୟ କ୍ରିକେଟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏସିଆ କପ୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି । ଅର୍ଥାତ ସିଲେକ୍ସନ ହୋଇଥିବା ଖେଳାଳିଙ୍କ ଭିତରୁ ଯଦି କେହି ଖେଳାଳି ସିରିଜରୁ ବାଦ୍ ପଡନ୍ତି, ତେବେ ତାଙ୍କ ବଦଳରେ ଏହି ଖେଳାଳିମାନେ ଭାରତୀୟ ଟିମରେ ସ୍ଥାନ ପାଇବେ । ଅନ୍ୟପଟେ ଷ୍ଟାର ଓପନର କେଏଲ ରାହୁଲ ଫେବୃଆରୀ ପରେ ପ୍ରଥମ ଥର ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ସେ ଫିଟନେସ୍ ସମସ୍ୟା କାରଣରୁ ଦଳରୁ ବାହାରେ ଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଭାରତୀୟ କ୍ରିକେଟ ଦଳରେ ତିନି ଜଣ ସ୍ପିନର ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ନୋଇଙ୍କୁ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍ ୟୁଏଇରେ ଖେଳା ଯାଉଥିବାରୁ ସେଠାକାର ପିଚ୍ ଏବଂ ପରିବେଶ ସ୍ପିନରଙ୍କୁ ଭଲ ସୁହାଇବ, ଏହାକୁ ଦୃଷ୍ଟିରେ ରଖି ୩ ଜଣ ସ୍ପିନ ବୋଲର ଭାରତୀୟ ଦଳରେ ସାମିଲ ହୋଇଛନ୍ତି।ଦ୍ରୁତ ବୋଲର ହିସାବରେ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଏସିଆ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ରିଷଭ ପନ୍ତ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିଷ୍ଣୋଇ,ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂହ,ଆଭେସ ଖାନ୍

ସୂଚନାଯୋଗ୍ୟ ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ।ଭାରତକୁ ଗ୍ରୁପ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ ଏବଂ ତୃତୀୟ ଯୋଗ୍ୟତାଅର୍ଜନ କରିଥିବା ଦଳ ରହିଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ଗ୍ରୁପ ବିରେ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ମଧ୍ୟରେ ମୋଟ୍ ୧୧ଟି ମୁକାବିଲା ଖେଳାଯିବ।

ସୂଚନାଯୋଗ୍ୟଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ପୁଣି ୨୦୧୮ ରେ ପୁଣି ଥରେ ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ପୁଣି ଥରେ ଟି-୨୦ ଫର୍ମାଟରେ ଖେଳାଯିବ।

ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି ଏବଂ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ୩ ଥର ରନର୍ ଅପ୍ ହୋଇଛି। ଭାରତ ପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଛି ଏବଂ ୬ ଥର ଉପବିଜେତା ହୋଇଛି। ପାକିସ୍ତାନ ଦଳ ଦୁଇଥର ଟାଇଟଲ ଜିତିଛି ଏବଂ ଦୁଇଥର ରନର୍ ଅପ୍ ହୋଇଛି। ଆସନ୍ତା ବର୍ଷ ପୁଣି ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟକୁ ଫେରିବ । ଏଥର ଏସିଆ କପ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

08 Aug 2022 By The Sakala

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦଳରେ ସ୍ଥାନ……

ନୂଆଦିଲ୍ଳୀ : ଏସିଆ କପ୍‌ ପାଇଁ ଘୋଷଣା କରାଯାଇଛି ଭାରତୀୟ କ୍ରିକେଟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି।

ଏସିଆ କପ୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି । ଅର୍ଥାତ ସିଲେକ୍ସନ ହୋଇଥିବା ଖେଳାଳିଙ୍କ ଭିତରୁ ଯଦି କେହି ଖେଳାଳି ସିରିଜରୁ ବାଦ୍ ପଡନ୍ତି, ତେବେ ତାଙ୍କ ବଦଳରେ ଏହି ଖେଳାଳିମାନେ ଭାରତୀୟ ଟିମରେ ସ୍ଥାନ ପାଇବେ । ଅନ୍ୟପଟେ ଷ୍ଟାର ଓପନର କେଏଲ ରାହୁଲ ଫେବୃଆରୀ ପରେ ପ୍ରଥମ ଥର ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ସେ ଫିଟନେସ୍ ସମସ୍ୟା କାରଣରୁ ଦଳରୁ ବାହାରେ ଥିଲେ।

ଭାରତୀୟ କ୍ରିକେଟ ଦଳରେ ତିନି ଜଣ ସ୍ପିନର ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ନୋଇଙ୍କୁ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍ ୟୁଏଇରେ ଖେଳା ଯାଉଥିବାରୁ ସେଠାକାର ପିଚ୍ ଏବଂ ପରିବେଶ ସ୍ପିନରଙ୍କୁ ଭଲ ସୁହାଇବ, ଏହାକୁ ଦୃଷ୍ଟିରେ ରଖି ୩ ଜଣ ସ୍ପିନ ବୋଲର ଭାରତୀୟ ଦଳରେ ସାମିଲ ହୋଇଛନ୍ତି।ଦ୍ରୁତ ବୋଲର ହିସାବରେ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇଛନ୍ତି।

ଏସିଆ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ରିଷଭ ପନ୍ତ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିଷ୍ଣୋଇ,ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂହ,ଆଭେସ ଖାନ୍

ସୂଚନାଯୋଗ୍ୟ ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ।ଭାରତକୁ ଗ୍ରୁପ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ ଏବଂ ତୃତୀୟ ଯୋଗ୍ୟତାଅର୍ଜନ କରିଥିବା ଦଳ ରହିଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ଗ୍ରୁପ ବିରେ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ମଧ୍ୟରେ ମୋଟ୍ ୧୧ଟି ମୁକାବିଲା ଖେଳାଯିବ।

ସୂଚନାଯୋଗ୍ୟଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ପୁଣି ୨୦୧୮ ରେ ପୁଣି ଥରେ ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ପୁଣି ଥରେ ଟି-୨୦ ଫର୍ମାଟରେ ଖେଳାଯିବ।

ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି ଏବଂ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ୩ ଥର ରନର୍ ଅପ୍ ହୋଇଛି। ଭାରତ ପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଛି ଏବଂ ୬ ଥର ଉପବିଜେତା ହୋଇଛି। ପାକିସ୍ତାନ ଦଳ ଦୁଇଥର ଟାଇଟଲ ଜିତିଛି ଏବଂ ଦୁଇଥର ରନର୍ ଅପ୍ ହୋଇଛି। ଆସନ୍ତା ବର୍ଷ ପୁଣି ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟକୁ ଫେରିବ । ଏଥର ଏସିଆ କପ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

https://www.thesakala.in/sports/india-squad-announced-for-asia-cup-find-out-who-got-a-place-in-the-squad/article-13980
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର