ରାୟପୁର ଦିନିକିଆ: ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ, ଦକ୍ଷିଣ ଆଫ୍ରିକାକୁ ୩୫୯ ରନର ଟାର୍ଗେଟ୍ ଦେଲା ଭାରତ

Madhusudan Das Picture
Published On

ରାୟପୁର: ରାୟପୁର ଦିନିକିଆରେ ଦକ୍ଷିଣ ଆଫ୍ରିକା ଆଗରେ ୩୫୯ ରନର ବିଶାଳ ଟାର୍ଗେଟ୍ ରଖିଲା ଭାରତ । ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ । କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍‌ କୋହଲି । କୋହଲି ଓ ଋତୁରାଜ ଗାଏକ୍ଵାଡ଼ଙ୍କ ଶତକ ବଳରେ ଭାରତ ଏଠାରେ ଖେଳା ଯାଉଥିବା ଦ୍ଵିତୀୟ ଦିନିକିଆରେ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି। ଗାଏକ୍ଵାଡ଼ ୧୦୫ ରନ ଓ କୋହଲି ୧୦୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ପୁଣି ଥରେ ୬୬ ରନର ବିସ୍ଫୋରକ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଫଳରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୫୯ ରନର ବିଜୟ ଲକ୍ଷ୍ୟ ରଖିଛି। ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ଵାଲ ୪୦ ରନ ଯୋଡ଼ିଥିଲେ। ରୋହିତ ୮ ବଲରୁ ୧୪ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ। ଯଶସ୍ଵୀ ଜୟସ୍ଵାଲ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ସେ ମାତ୍ର ୨୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ଵାଡ଼ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଘାତ ପ୍ରହାର କରି ନିଜର ଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ପ୍ରଥମ ଦିନିକିଆ ହାସଲ କରିଥିବା ବେଳେ କୋହଲି ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ଏହା ୫୩ତମ ଦିନିକିଆ ଶତକ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟରେ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୫୭ ସ୍କୋରରେ ପହଞ୍ଚାଇଥିଲେ। ତେବେ ଶତକ ହାସଲ କରିବା ପରେ ପରେ ଦୁଇ ବ୍ୟାଟର ଅଳ୍ପ ବ୍ୟବଧାନରେ ଆଉଟ୍ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର