ତୃତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାକୁ ୨୯୭ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ପର୍ଲ: ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ସିରିଜ୍‌ । ଆଜି ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି । ଉଭୟ ଟିମ୍‌ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି । ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହାରଇ ଭାରତ ୨୯୬ ରନ କରିଛି। ଏହି  […]

ପର୍ଲ: ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ସିରିଜ୍‌ । ଆଜି ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି । ଉଭୟ ଟିମ୍‌ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି । ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହାରଇ ଭାରତ ୨୯୬ ରନ କରିଛି। ଏହି  ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୨୯୭ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ  ରଜତ ପଟିଦାର ୧୬ ବଲରେ ୨୨ ରନ କରି ଆଉଟ ହୋଇଥିଲେ।  ସାଇ ସୁଦର୍ଶନ ୧୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସଞ୍ଜୁ ସାମସନ ଓ ଲୋକେଶ ରାହୁଲ  ସମ୍ଭାଳିଥିଲେ। ସଞ୍ଜୁ ସାମସନ ଏକ ଶତକୀୟ ଇଂନିସ ଖେଳିଥିଲେ। ସଞ୍ଜୁ ସାମସନ ୧୧୪ ବଲରେ ୧୦୮ ରନ କରି ଆଉଟ ହୋଇଥିଲେ। ଲୋକେଶ ରାହୁଲ ୩୫ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ତିଲକ ବର୍ମା ୭୭ ବଲରେ ୫୨ ରନ କରି ଆଉଟ ହୋଇଥିଲେ।  ଅକ୍ଷର ପଟେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦର ୯ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂ ୨୭ ବଲରେ ୩୮ ରନ କରି ଆଉଟ ହୋଇଥିବା ବେଳେ ଅର୍ଶଦୀପ ସିଂ  ୨ ବଲରେ ୭ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଉରାନ ହେଣ୍ଡ୍ରିକ୍ସ ୩ଟି ୱିକେଟ ନେଇଥିଲେ। ନାନ୍ଦ୍ରେ ବର୍ଗର ୨ଟି ୱିକେଟ ନେଇଥିବା ବେଳେ କେଶବ ମହାରାଜ, ଲିଜ୍ଜାଡ ୱିଲିୟମ୍ସ ଓ ୱିଆନ୍‌ ମୁଲଡର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp