ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଶ୍ରୀଲଙ୍କାକୁ ୨୧୪ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

କଲମ୍ବୋ: ଆଜି ଶ୍ରୀଲଙ୍କା ଓ ଟିମଇଣ୍ଡିଆ ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୧୩ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଶ୍ରୀଲଙ୍କାକୁ […]

କଲମ୍ବୋ: ଆଜି ଶ୍ରୀଲଙ୍କା ଓ ଟିମଇଣ୍ଡିଆ ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୧୩ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୨୧୪ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତୀୟ ଦଳ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ୨୧ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ଶୁବମାନ ଗିଲ୍‌ ୧୬ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଋଷଭ ପନ୍ତ ୨୭ ବଲରେ ୩୬ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୦ ବଲରେ ୯ ରନ କରି ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା ସୂର୍ଯ୍ୟକୁମାର ଯାଦବ  ୨୬ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ରିୟାନ ପରାଗ ୬ ବଲରେ ୭ରନ କରି ଆଉଟ ହୋଇଥିବା ବେଳେ ଋଷଭ ପନ୍ତ ୩୩ ବଲରେ ୪୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଙ୍କୁ ସିଂ ଓ ଅକ୍ଷର ପଟେଲ ସମ୍ଭାଳିଥିଲେ। ଅକ୍ଷର ପଟେଲ ୫ ବଲରେ ୧୦ ରନ କରି ଅପରାଜିତ ରହିଥିବା ବେଳ ରିଙ୍କୁ ସିଂ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଶ୍ରୀଲଙ୍କା ପକ୍ଷରୁ ମାଥିସା ପଥିରାନା ୪ ଟି ୱିକେଟ ନେଇଥିବାବେଳେ ଦିଲସାନ ମଦୁଶଙ୍କା, ଅସିଥ ଫର୍ଣ୍ଣାଣ୍ଡୋ ଓ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp