ଟି-୨୦ ସିରିଜ୍: ସୂର୍ଯ୍ୟକୁମାରଙ୍କ ଦମଦାର ଶତକୀୟ ଇଂନିସ, ଦକ୍ଷିଣ ଆଫ୍ରିକାକୁ ୨୦୨ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗର ନ୍ୟୁ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯଉଛି। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ଜିତି ନେଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍‌କୁ ୧-୧ରେ ବରବାର କରିବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ […]

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗର ନ୍ୟୁ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯଉଛି। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ଜିତି ନେଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍‌କୁ ୧-୧ରେ ବରବାର କରିବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ ମାର୍କରମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଭାରାତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୦୧ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ୨୦୨ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ୍‌ ୪୧ ବଲରେ ୬୦ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ୬ ବଲରେ ୧୨ ଓ ତିଳକ ବର୍ମା ଗୋଟିଏ ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପାରିକୁ ଶେଷ ପର୍ଯ୍ୟନ୍ତ ସମ୍ଭାଳି ରଖିଥିବା ସୂର୍ଯ୍ୟକୁମାର ଯାଦବ ଏକ ଶତକୀୟ ଇଂନିସ ଖେଲଇଥିଲେ। ସୂର୍ଯ୍ୟକୁମାର ୫୬ ବଲରେ ୧୦୦ରନ କରି ଆଉଟ ହୋଇଥିଲେ। ତାଙ୍କର ଏହି ଶତକୀୟ ଇଂନିସରେ ୮ଟି  ଛକା ୭ଟି ଚାରି ସାମିଲ ରହିଛି।  ରିଙ୍କୁ ସିଂହ ୧୦ ବଲରେ୧୪ ରନ କରି ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡେଜା ୨ ବଲରେ ୪ ରନ ଓ ଜିତେଶ ଶର୍ମା ୪ବଲରେ ୪ରନ କରି ରନ ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୧ ବଲରେ ୨ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାର୍ଡ ଓ୍ଵିଲିୟମ୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ତାବ୍ରେଜ ସାମସି  ଓ ନାନ୍ଦ୍ରେ ବର୍ଗର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp