ଦ୍ବିତୀୟ ଦିନିକିଆ; ଇଂଲଣ୍ଡକୁ ୩୩୭ ରନର ଟାର୍ଗେଟ ଦେଲା ବିରାଟ ବାହିନୀ

The Sakala Picture
Published On

ପୁଣେ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ।  ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ମୋଟ୍‌ ୩୩୬ ରନ୍‌ କରିବାରେ ସଫଳ ହୋଇଛି। ଇଂଲଣ୍ଡ ଦଳକୁ ୩୩୭ ରନର ଟାର୍ଗେଟ ଦେଇଛି ବିରାଟ ବାହିନୀ। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧୱାନ ଓପନିଂ କରିଥିଲେ। ରୋହିତ ଶର୍ମା ୨୫ ରନ୍ ଓ ଧୱାନ ୪ ରନ କରି ଆଉଟ […]

ପୁଣେ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ।  ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ମୋଟ୍‌ ୩୩୬ ରନ୍‌ କରିବାରେ ସଫଳ ହୋଇଛି। ଇଂଲଣ୍ଡ ଦଳକୁ ୩୩୭ ରନର ଟାର୍ଗେଟ ଦେଇଛି ବିରାଟ ବାହିନୀ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧୱାନ ଓପନିଂ କରିଥିଲେ। ରୋହିତ ଶର୍ମା ୨୫ ରନ୍ ଓ ଧୱାନ ୪ ରନ କରି ଆଉଟ ହୋଇଥିଲେ। ପାରିକୁ ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲ୍ ସମ୍ଭାଳିଥିଲେ। ବିରାଟ କୋହଲି ଅର୍ଦ୍ଧଶତକ କରି ୬୬ ରନରେ ଆଉଟ ହୋଇଥିଲେ। ଏହାପରେ କେଏଲ ରାହୁଲ ତାଙ୍କ ଦିନିକିଆ କ୍ୟାରିୟରରେ ୫ମ ଶତକୀୟ ଇନିଂସ୍‌ ଖେଳିଥିଲେ। ସେ ୧୧୪ ବଲ ଖେଳି ୧୦୮ ରନ୍‌ କରି ରାହୁଲ ପ୍ୟାଭିଲିଅନ୍‌ ଫେରିଥିଲେ। ତାଙ୍କ ପରେ ପରେ ୪୦ ବଲରୁ ୭୭ ରନ୍‌ କରି ଖେଳୁଥିବା ପନ୍ତ ମଧ୍ୟ କ୍ୟାଚ୍‌ ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଏହାପରେ ପାଣ୍ଡ୍ୟା ବଦର୍ସ ଇନିଂସ୍‌ ଶେଷ ପର୍ଯ୍ଯନ୍ତ ବ୍ୟାଟିଂ କରି ୩୩୬ ରନ କରିବାର ସଫଳ ହୋଇଥିଲେ। ଯାହାଫଳରେ ଇଂଲଣ୍ଡ ଆଗରେ ୩୩୭ ରନର ବିଶାଳ ଟାର୍ଗେଟ ରଖିଛି ବିରାଟ ବାହିନୀ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନ୍ଯପକ୍ଷରେ ଇଂଲଣ୍ଡ ପକ୍ଷରୁ ଟମ୍‌ କୁରାନ ଓ ରିସି ଟୋପଲୀ ୨ଟି ଓ୍ବିକେଟ ନେଇଥିବା ବେଳେ ସାମ୍‌ କୁରାନ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର