ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ : ଇଂଲଣ୍ଡକୁ ବେଶ ସୁହାଇବ ଧର୍ମଶାଳାର କୋହଲା ପାଗ

The Sakala Picture
Published On

ଧର୍ମଶାଳା : ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୭ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଏଠାରେ ପାଗ ଇଂଲଣ୍ଡ ଦଳକୁ ସୁହାଇବ ବୋଲି ଆଶା କରାଯାଉଛି। ସ୍ଥାନୀୟ ପାଣିପାଗ ଅଫିସ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌ର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖରେ ତାପମାତ୍ରା ୫ରୁ ୭ ଡିଗ୍ରି ମଧ୍ୟରେ ରହିବ। ଏଭଳି ପାଗ ଇଂଲଣ୍ଡକୁ ବେଶ […]

ଧର୍ମଶାଳା : ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୭ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଏଠାରେ ପାଗ ଇଂଲଣ୍ଡ ଦଳକୁ ସୁହାଇବ ବୋଲି ଆଶା କରାଯାଉଛି। ସ୍ଥାନୀୟ ପାଣିପାଗ ଅଫିସ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌ର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖରେ ତାପମାତ୍ରା ୫ରୁ ୭ ଡିଗ୍ରି ମଧ୍ୟରେ ରହିବ। ଏଭଳି ପାଗ ଇଂଲଣ୍ଡକୁ ବେଶ ସୁହାଇବ। ଏଣୁ ଏଠାରେ ଦଳର ପଲା ଭାରି ରହିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଏହା ପୂର୍ବରୁ ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ବିଜୟୀ ହେବା ପରେ ଇଂଲଣ୍ଡ ସିରିଜ୍‌ ହାରିଯାଇଥିଲା। ଭ୍ରମଣକାରୀ ଦଳ ପ୍ରଥମ ଟେଷ୍ଟକୁ ୨୮ ରନ୍‌ରେ ଜିତିନେବା ପରେ କ୍ରମାଗତ ୩ଟି ଟେଷ୍ଟରେ ପରାଜିତ ହୋଇଥିଲା। ଏହା ଫଳରେ ଭାରତ ଧର୍ମଶାଳାରେ ୫ମ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ୩-୧ ବ୍ୟବଧାନରେ ଆଗୁଆ ସିରିଜ୍‌ କବ୍‌ଜା କରିନେଇଥିଲା। ଏହି ସିରିଜ୍‌ ଯଦି ୨-୧ରେ କିମ୍ବା ୨-୨ରେ ରହିଥାନ୍ତା ତେବେ ଧର୍ମଶାଳାରେ ଏକ ଚମକ୍ରାର ଟେଷ୍ଟ ମୁକାବିଲା ଦେଖିବାକୁ ମିଳିଥାନ୍ତା। ଏବେ ସିରିଜ୍‌ର ଫଳାଫଳ ନିର୍ଣ୍ଣିତ ହୋଇସାରିଛି। ତଥାପି ଘରୋଇ ପରିବେଶ ଓ ଜଳବାୟୁ ପାଇଥିବା ଇଂଲଣ୍ଡ ଦଳ ଏଠାରେ ନିଶ୍ଚିତ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ସେହିପରି ଭାରତ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ରେ ପ୍ରଥମ ସ୍ଥାନ ବଜାୟ ରଖିବାଲାଗି ଏହି ମ୍ୟାଚ୍‌ ଜିତିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ। ନିକଟରେ ନ୍ୟୁଜିଲାଣ୍ଡକୁ ୱେଲିଂଟନ ଟେଷ୍ଟରେ ହରାଇବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ସାରଣୀର ପ୍ରଥମ ସ୍ଥାନରେ ରହିଛି। ଏଣୁ ସିରିଜ୍‌ର ଫଳାଫଳ ବାହାରିଯାଇଥିଲେ ମଧ୍ୟ ଏହି ମ୍ୟାଚ୍‌ଟି ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଅନୁମାନ କରାଯାଇପାରେ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଧର୍ମଶାଳା ପାଣିପାଗ ରିପୋର୍ଟ

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ହିମାଚଳ ପ୍ରଦେଶ ପାଣିପାଗ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖ ଧର୍ମଶାଳାରେ ହାଲ୍‌କା ବର୍ଷା ହେବା ସହ ପାଗ କୋହଲା ରହିବ। ମ୍ୟାଚ୍‌ ଆରମ୍ଭ ହେଲାବେଳେ ଅର୍ଥାତ ସକାଳ ବେଳା ତାପମାତ୍ରା ୫ ଡିଗ୍ରି ସେଲସିୟସ ରହିବ। ଆକାଶ ମେଘାଛନ୍ନ ରହିବା ସହ ଥଣ୍ଡା ପବନ ବହିବ। ଅବଶ୍ୟ ଅପରାହ୍ଣରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟି ୭ ଡିଗ୍ରି ସେଲସିୟସରେ ପହଞ୍ଚିବ। କିନ୍ତୁ ସନ୍ଧ୍ୟାରେ ଏହା ୪ ଡିଗ୍ରି ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କିନ୍ତୁ ଅନ୍ୟ ଦିନ ପାଗରେ ଯଥେଷ୍ଟ ଉନ୍ନତି ହେବ। ତାପମାତ୍ରା ୧୧ରୁ ୨୧ ଡିଗ୍ରି ମଧ୍ୟରେ ରହିବ। ଏଣୁ ଖେଳିବାରେ ବିଶେଷ ଅସୁବିଧା ପରିଲକ୍ଷିତ ହେବ ନାହିଁ ବୋଲି ଆଶା କରାଯାଉଛି।

ଭାରତୀୟ ପିଚ୍‌ରେ ଏଯାଏ ସ୍ପିନରଙ୍କ ଦବ୍‌ଦବା ରହିଛି। ଏପରିକି ପେସ୍‌ ବୋଲିଂ ଉପରେ ଭରସା ରଖୁଥିବା ଇଂଲଣ୍ଡ ଦଳ ଏଠାରେ ୪ଜଣ ସ୍ପିନରଙ୍କୁ ନେଇ ମୁକାବିଲା କରିବାର ନଜିର ରହିଛି। ଧର୍ମଶାଳାରେ ସ୍ପିନରଙ୍କୁ ସହାୟତା ମିଳିବା ସମ୍ଭାବନା କମ୍‌। ଏଣୁ ଇଂଲଣ୍ଡ ଦଳ ତାହାର ପେସ୍‌ ବୋଲରଙ୍କୁ ଚଳିତ ସିରିଜ୍‌ରେ ଏକତ୍ର ଖେଳାଇବାକୁ ଏଠାରେ ସୁଯୋଗ ପାଇପାରେ। ପେସ୍‌ ବୋଲିଂରେ ଭାରତ ମଧ୍ୟ ପଛରେ ନାହିଁ। ଦଳର ଉପଅଧିନାୟକ ତଥା ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଲାଗି ଦଳକୁ ଫେରିଛନ୍ତି। ମହମ୍ମଦ୍‌ ସିରାଜ ଓ ଆକାଶ ଦୀପଙ୍କ ଭଳି ବୋଲର ମଧ୍ୟ ରହିଛନ୍ତି। ଏଣୁ ପିଚ୍‌ ପେସ୍‌ ବୋଲିଂକୁ ସୁହାଇଲେ, ମୁକାବିଲା ମଧ୍ୟ ବରାବର ହେବ।

ସେହିପରି ଇଂଲଣ୍ଡର ୪୨ ବର୍ଷିୟ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କୁ ଫାଇଦା ମିଳିବ। ଏହି ଟେଷ୍ଟ ପୂର୍ବରୁ ଆଣ୍ଡରସନ ୧୮୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୯୮ଟି ୱିକେଟ ନେଇସାରିଛନ୍ତି। ଧର୍ମଶାଳା ପିଚ୍‌ ଯଦି ଫାଷ୍ଟ ବୋଲରଙ୍କୁ ସୁହାଏ, ତେବେ ଆଣ୍ଡରସନ ବିଶ୍ୱର ତୃତୀୟ ତଥା ପ୍ରଥମ ଫାଷ୍ଟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ହାସଲ କରିବେ। ଏବେ ସୁଦ୍ଧା ଦୁଇ ସ୍ପିନର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ୧୩୩ଟି ମ୍ୟାଚ୍‌ରେ ୮୦୦ ୱିକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ସେନ୍‌ ୱର୍ଣ୍ଣ। ୱର୍ଣ୍ଣ ୧୪୫ ଟେଷ୍ଟ ଖେଳି ୭୦୮ଟି ୱିକେଟ ହାସଲ କରିଛନ୍ତି। ସେହିପରି ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଯଦି ଏଠାରେ ଖେଳିବାର ସୁଯୋଗ ମିଳେ, ତେବେ ସେ ଭାରତର ୧୪ତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚ୍‌ରେ ପଦାର୍ପଣ କରିବେ। ସେହିପରି ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କୁ ସୁଯୋଗ ମିଳିଲେ ସେ ମଧ୍ୟ ୧୦୦ତମ ଟେଷ୍ଟରେ ପଦାର୍ପଣ କରିବେ।

05 Mar 2024 By The Sakala

ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ : ଇଂଲଣ୍ଡକୁ ବେଶ ସୁହାଇବ ଧର୍ମଶାଳାର କୋହଲା ପାଗ

ଧର୍ମଶାଳା : ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୭ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଏଠାରେ ପାଗ ଇଂଲଣ୍ଡ ଦଳକୁ ସୁହାଇବ ବୋଲି ଆଶା କରାଯାଉଛି। ସ୍ଥାନୀୟ ପାଣିପାଗ ଅଫିସ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌ର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖରେ ତାପମାତ୍ରା ୫ରୁ ୭ ଡିଗ୍ରି ମଧ୍ୟରେ ରହିବ। ଏଭଳି ପାଗ ଇଂଲଣ୍ଡକୁ ବେଶ ସୁହାଇବ। ଏଣୁ ଏଠାରେ ଦଳର ପଲା ଭାରି ରହିବ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ବିଜୟୀ ହେବା ପରେ ଇଂଲଣ୍ଡ ସିରିଜ୍‌ ହାରିଯାଇଥିଲା। ଭ୍ରମଣକାରୀ ଦଳ ପ୍ରଥମ ଟେଷ୍ଟକୁ ୨୮ ରନ୍‌ରେ ଜିତିନେବା ପରେ କ୍ରମାଗତ ୩ଟି ଟେଷ୍ଟରେ ପରାଜିତ ହୋଇଥିଲା। ଏହା ଫଳରେ ଭାରତ ଧର୍ମଶାଳାରେ ୫ମ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ୩-୧ ବ୍ୟବଧାନରେ ଆଗୁଆ ସିରିଜ୍‌ କବ୍‌ଜା କରିନେଇଥିଲା। ଏହି ସିରିଜ୍‌ ଯଦି ୨-୧ରେ କିମ୍ବା ୨-୨ରେ ରହିଥାନ୍ତା ତେବେ ଧର୍ମଶାଳାରେ ଏକ ଚମକ୍ରାର ଟେଷ୍ଟ ମୁକାବିଲା ଦେଖିବାକୁ ମିଳିଥାନ୍ତା। ଏବେ ସିରିଜ୍‌ର ଫଳାଫଳ ନିର୍ଣ୍ଣିତ ହୋଇସାରିଛି। ତଥାପି ଘରୋଇ ପରିବେଶ ଓ ଜଳବାୟୁ ପାଇଥିବା ଇଂଲଣ୍ଡ ଦଳ ଏଠାରେ ନିଶ୍ଚିତ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ସେହିପରି ଭାରତ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ରେ ପ୍ରଥମ ସ୍ଥାନ ବଜାୟ ରଖିବାଲାଗି ଏହି ମ୍ୟାଚ୍‌ ଜିତିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ। ନିକଟରେ ନ୍ୟୁଜିଲାଣ୍ଡକୁ ୱେଲିଂଟନ ଟେଷ୍ଟରେ ହରାଇବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ସାରଣୀର ପ୍ରଥମ ସ୍ଥାନରେ ରହିଛି। ଏଣୁ ସିରିଜ୍‌ର ଫଳାଫଳ ବାହାରିଯାଇଥିଲେ ମଧ୍ୟ ଏହି ମ୍ୟାଚ୍‌ଟି ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଅନୁମାନ କରାଯାଇପାରେ।

ଧର୍ମଶାଳା ପାଣିପାଗ ରିପୋର୍ଟ

ହିମାଚଳ ପ୍ରଦେଶ ପାଣିପାଗ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖ ଧର୍ମଶାଳାରେ ହାଲ୍‌କା ବର୍ଷା ହେବା ସହ ପାଗ କୋହଲା ରହିବ। ମ୍ୟାଚ୍‌ ଆରମ୍ଭ ହେଲାବେଳେ ଅର୍ଥାତ ସକାଳ ବେଳା ତାପମାତ୍ରା ୫ ଡିଗ୍ରି ସେଲସିୟସ ରହିବ। ଆକାଶ ମେଘାଛନ୍ନ ରହିବା ସହ ଥଣ୍ଡା ପବନ ବହିବ। ଅବଶ୍ୟ ଅପରାହ୍ଣରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟି ୭ ଡିଗ୍ରି ସେଲସିୟସରେ ପହଞ୍ଚିବ। କିନ୍ତୁ ସନ୍ଧ୍ୟାରେ ଏହା ୪ ଡିଗ୍ରି ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କିନ୍ତୁ ଅନ୍ୟ ଦିନ ପାଗରେ ଯଥେଷ୍ଟ ଉନ୍ନତି ହେବ। ତାପମାତ୍ରା ୧୧ରୁ ୨୧ ଡିଗ୍ରି ମଧ୍ୟରେ ରହିବ। ଏଣୁ ଖେଳିବାରେ ବିଶେଷ ଅସୁବିଧା ପରିଲକ୍ଷିତ ହେବ ନାହିଁ ବୋଲି ଆଶା କରାଯାଉଛି।

ଭାରତୀୟ ପିଚ୍‌ରେ ଏଯାଏ ସ୍ପିନରଙ୍କ ଦବ୍‌ଦବା ରହିଛି। ଏପରିକି ପେସ୍‌ ବୋଲିଂ ଉପରେ ଭରସା ରଖୁଥିବା ଇଂଲଣ୍ଡ ଦଳ ଏଠାରେ ୪ଜଣ ସ୍ପିନରଙ୍କୁ ନେଇ ମୁକାବିଲା କରିବାର ନଜିର ରହିଛି। ଧର୍ମଶାଳାରେ ସ୍ପିନରଙ୍କୁ ସହାୟତା ମିଳିବା ସମ୍ଭାବନା କମ୍‌। ଏଣୁ ଇଂଲଣ୍ଡ ଦଳ ତାହାର ପେସ୍‌ ବୋଲରଙ୍କୁ ଚଳିତ ସିରିଜ୍‌ରେ ଏକତ୍ର ଖେଳାଇବାକୁ ଏଠାରେ ସୁଯୋଗ ପାଇପାରେ। ପେସ୍‌ ବୋଲିଂରେ ଭାରତ ମଧ୍ୟ ପଛରେ ନାହିଁ। ଦଳର ଉପଅଧିନାୟକ ତଥା ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଲାଗି ଦଳକୁ ଫେରିଛନ୍ତି। ମହମ୍ମଦ୍‌ ସିରାଜ ଓ ଆକାଶ ଦୀପଙ୍କ ଭଳି ବୋଲର ମଧ୍ୟ ରହିଛନ୍ତି। ଏଣୁ ପିଚ୍‌ ପେସ୍‌ ବୋଲିଂକୁ ସୁହାଇଲେ, ମୁକାବିଲା ମଧ୍ୟ ବରାବର ହେବ।

ସେହିପରି ଇଂଲଣ୍ଡର ୪୨ ବର୍ଷିୟ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କୁ ଫାଇଦା ମିଳିବ। ଏହି ଟେଷ୍ଟ ପୂର୍ବରୁ ଆଣ୍ଡରସନ ୧୮୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୯୮ଟି ୱିକେଟ ନେଇସାରିଛନ୍ତି। ଧର୍ମଶାଳା ପିଚ୍‌ ଯଦି ଫାଷ୍ଟ ବୋଲରଙ୍କୁ ସୁହାଏ, ତେବେ ଆଣ୍ଡରସନ ବିଶ୍ୱର ତୃତୀୟ ତଥା ପ୍ରଥମ ଫାଷ୍ଟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ହାସଲ କରିବେ। ଏବେ ସୁଦ୍ଧା ଦୁଇ ସ୍ପିନର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ୧୩୩ଟି ମ୍ୟାଚ୍‌ରେ ୮୦୦ ୱିକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ସେନ୍‌ ୱର୍ଣ୍ଣ। ୱର୍ଣ୍ଣ ୧୪୫ ଟେଷ୍ଟ ଖେଳି ୭୦୮ଟି ୱିକେଟ ହାସଲ କରିଛନ୍ତି। ସେହିପରି ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଯଦି ଏଠାରେ ଖେଳିବାର ସୁଯୋଗ ମିଳେ, ତେବେ ସେ ଭାରତର ୧୪ତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚ୍‌ରେ ପଦାର୍ପଣ କରିବେ। ସେହିପରି ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କୁ ସୁଯୋଗ ମିଳିଲେ ସେ ମଧ୍ୟ ୧୦୦ତମ ଟେଷ୍ଟରେ ପଦାର୍ପଣ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର