ପ୍ରତିଶୋଧ ନେଲା ଭାରତ; ବାଂଲାଦେଶକୁ ହରାଇ ଅଣ୍ଡର-୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତ

The Sakala Picture
Published On

ଆଣ୍ଟିଗୁଆ: ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ୨୦୨୦ ଅଣ୍ଡର-୧୯ ବିଶ୍ୱକପ ଫାଇନାଲର ପରାଜୟର ବଦଲା ନେଇଛି ଭାରତ । ଡିଫେଣ୍ଡିଂ ଚାମ୍ପିଅନ ବାଂଲାଦେଶକୁ ପାଞ୍ଚ ୱିକେଟରେ ପରାସ୍ତ କରି ଭାରତ ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ଗତ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା। ଏହି ବିଜୟରେ ଭାରତୀୟ ବୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବାଂଲାଦେଶ […]

ଆଣ୍ଟିଗୁଆ: ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ୨୦୨୦ ଅଣ୍ଡର-୧୯ ବିଶ୍ୱକପ ଫାଇନାଲର ପରାଜୟର ବଦଲା ନେଇଛି ଭାରତ । ଡିଫେଣ୍ଡିଂ ଚାମ୍ପିଅନ ବାଂଲାଦେଶକୁ ପାଞ୍ଚ ୱିକେଟରେ ପରାସ୍ତ କରି ଭାରତ ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ଗତ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଏହି ବିଜୟରେ ଭାରତୀୟ ବୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବାଂଲାଦେଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରି ମ୍ୟାନ୍ ଅଫ୍ ଦି ମ୍ୟାଚରେ ରବି କୁମାରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ କୁ ମାତ୍ର ୧୧୧ ରନରେ ଅଲ୍ଆଉଟ୍ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୫ ୱିକେଟ୍ ହରାଇ ୩୦.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। । ତେବେ ୧୧୨ ରନ୍‌ର ଟାର୍ଗେଟକୁ ଜବାବରେ ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା ଏବଂ ହର୍ଣ୍ଣୁର ସିଂ ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ଫେରିଯାଇଥିଲେ ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ତେବେ ଅଙ୍ଗ୍କ୍ରିଶ୍ ରଘୁବଂଶୀ ଏବଂ ଉପଅଧିନାୟକ ଶେଖ ରସିଦ ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ ଭାଗିଦାରୀ ଯୋଡ଼ି ଭାରତର ବିଜୟ ପଥ ପରିଷ୍କାର କରିଥିଲେ | ରଘୁବଂଶୀ ୭ଟି ଚୌକା ସାହାଯ୍ୟରେ ୬୫ ବଲରେ ୪୪ ରନ୍ ସଂଗ୍ରହ କରିଥିବାବେଳେ ରସିଦ୍ ୨୬ ରନ୍ ସଂଗ୍ରହ କରିଥିଲେ। ୩୧ତମ ଓଭରରେ ଜିତିବା ପାଇଁ ଭାରତକୁ କେବଳ ଗୋଟିଏ ରନ୍ ଆବଶ୍ୟକ ଥିବାବେଳେ ଅଧିନାୟକ ୟଶ ଧୂଲ ଏବଂ କୌଶଳ ତାମ୍ବେଙ୍କ ଯୋଡି କ୍ରିଜରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ତାମ୍ବେ ବ୍ୟାଟିଂ ଶେଷରେ ଥିବାବେଳେ ଧୂଲ ଅଣ-ଷ୍ଟ୍ରାଇକରଙ୍କ ଶେଷରେ ଠିଆ ହୋଇଥିଲେ। ଅଧିନାୟକ ରାକିବୁଲ ହାସନଙ୍କ ଓଭରରେ ଏକ ବିଶାଳ ଛକା ମାରି ତାମ୍ବେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ତାମ୍ବେ ୧୮ଟି ବଲରୁ ଗୋଟିଏ ଛକା ସହାୟତାରେ ଅପରାଜିତ ୧୧ ରନ୍ କରିଥିବାବେଳେ ଅଧିନାୟକ ଧୂଲ୍ ୨୬ଟି ବଲରୁ ୪ଟି ଚୌକା ସହାୟତାରେ ୨୦ ରନ୍ କରି ଅପରାଜିତ ରହିଥିଲେ।

30 Jan 2022 By The Sakala

ପ୍ରତିଶୋଧ ନେଲା ଭାରତ; ବାଂଲାଦେଶକୁ ହରାଇ ଅଣ୍ଡର-୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତ

ଆଣ୍ଟିଗୁଆ: ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ୨୦୨୦ ଅଣ୍ଡର-୧୯ ବିଶ୍ୱକପ ଫାଇନାଲର ପରାଜୟର ବଦଲା ନେଇଛି ଭାରତ । ଡିଫେଣ୍ଡିଂ ଚାମ୍ପିଅନ ବାଂଲାଦେଶକୁ ପାଞ୍ଚ ୱିକେଟରେ ପରାସ୍ତ କରି ଭାରତ ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ଗତ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା।

ଏହି ବିଜୟରେ ଭାରତୀୟ ବୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଫଳରେ ବାଂଲାଦେଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରି ମ୍ୟାନ୍ ଅଫ୍ ଦି ମ୍ୟାଚରେ ରବି କୁମାରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ କୁ ମାତ୍ର ୧୧୧ ରନରେ ଅଲ୍ଆଉଟ୍ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୫ ୱିକେଟ୍ ହରାଇ ୩୦.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। । ତେବେ ୧୧୨ ରନ୍‌ର ଟାର୍ଗେଟକୁ ଜବାବରେ ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା ଏବଂ ହର୍ଣ୍ଣୁର ସିଂ ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ଫେରିଯାଇଥିଲେ ।

ତେବେ ଅଙ୍ଗ୍କ୍ରିଶ୍ ରଘୁବଂଶୀ ଏବଂ ଉପଅଧିନାୟକ ଶେଖ ରସିଦ ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ ଭାଗିଦାରୀ ଯୋଡ଼ି ଭାରତର ବିଜୟ ପଥ ପରିଷ୍କାର କରିଥିଲେ | ରଘୁବଂଶୀ ୭ଟି ଚୌକା ସାହାଯ୍ୟରେ ୬୫ ବଲରେ ୪୪ ରନ୍ ସଂଗ୍ରହ କରିଥିବାବେଳେ ରସିଦ୍ ୨୬ ରନ୍ ସଂଗ୍ରହ କରିଥିଲେ। ୩୧ତମ ଓଭରରେ ଜିତିବା ପାଇଁ ଭାରତକୁ କେବଳ ଗୋଟିଏ ରନ୍ ଆବଶ୍ୟକ ଥିବାବେଳେ ଅଧିନାୟକ ୟଶ ଧୂଲ ଏବଂ କୌଶଳ ତାମ୍ବେଙ୍କ ଯୋଡି କ୍ରିଜରେ ଉପସ୍ଥିତ ଥିଲେ।

ତାମ୍ବେ ବ୍ୟାଟିଂ ଶେଷରେ ଥିବାବେଳେ ଧୂଲ ଅଣ-ଷ୍ଟ୍ରାଇକରଙ୍କ ଶେଷରେ ଠିଆ ହୋଇଥିଲେ। ଅଧିନାୟକ ରାକିବୁଲ ହାସନଙ୍କ ଓଭରରେ ଏକ ବିଶାଳ ଛକା ମାରି ତାମ୍ବେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ତାମ୍ବେ ୧୮ଟି ବଲରୁ ଗୋଟିଏ ଛକା ସହାୟତାରେ ଅପରାଜିତ ୧୧ ରନ୍ କରିଥିବାବେଳେ ଅଧିନାୟକ ଧୂଲ୍ ୨୬ଟି ବଲରୁ ୪ଟି ଚୌକା ସହାୟତାରେ ୨୦ ରନ୍ କରି ଅପରାଜିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର