ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଶୁଭମନ ଅଧିନାୟକ, ଦଳକୁ ଫେରିଲେ ଶ୍ରେୟସ

Madhusudan Das Picture
Published On

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଦଳ ଘୋଷଣା କରିଛି। ଜାନୁଆରୀ ମାସରେ ବଦୋଦରାର ବିସିଏ ଷ୍ଟାଡିୟମରେ ଏହି ସିରିଜ୍ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଯୁବ ତାରକା ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଥିବା ଶ୍ରେୟସ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଅକ୍ଟୋବରରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କର ଉପଲବ୍ଧତା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE) ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇ ନାହିଁ। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ତାଙ୍କ 'ୱାର୍କ ଲୋଡ୍' ପରିଚାଳନା ପାଇଁ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ହାର୍ଦ୍ଦିକ ବର୍ତ୍ତମାନ ଗୋଟିଏ ମ୍ୟାଚରେ ୧୦ ଓଭର ବୋଲିଂ କରିବାକୁ ଫିଟ୍ ହୋଇନଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଭାରତୀୟ ଦଳ:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟକିପର), ଶ୍ରେୟସ ଆୟର (ଉପ-ଅଧିନାୟକ)*, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୟସ୍ୱାଲ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

03 Jan 2026 By Madhusudan Das

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଶୁଭମନ ଅଧିନାୟକ, ଦଳକୁ ଫେରିଲେ ଶ୍ରେୟସ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଦଳ ଘୋଷଣା କରିଛି। ଜାନୁଆରୀ ମାସରେ ବଦୋଦରାର ବିସିଏ ଷ୍ଟାଡିୟମରେ ଏହି ସିରିଜ୍ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଯୁବ ତାରକା ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଥିବା ଶ୍ରେୟସ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଅକ୍ଟୋବରରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କର ଉପଲବ୍ଧତା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE) ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇ ନାହିଁ। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ତାଙ୍କ 'ୱାର୍କ ଲୋଡ୍' ପରିଚାଳନା ପାଇଁ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ହାର୍ଦ୍ଦିକ ବର୍ତ୍ତମାନ ଗୋଟିଏ ମ୍ୟାଚରେ ୧୦ ଓଭର ବୋଲିଂ କରିବାକୁ ଫିଟ୍ ହୋଇନଥିବା ଜଣାପଡିଛି।

ଭାରତୀୟ ଦଳ:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟକିପର), ଶ୍ରେୟସ ଆୟର (ଉପ-ଅଧିନାୟକ)*, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୟସ୍ୱାଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର