ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ: ସିରିଜ୍ କ୍ଲିନ୍‍ ସୁଇପ୍‍ ଲକ୍ଷ୍ୟରେ ଭାରତ

The Sakala Picture
Published On

ହରାରେ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ବିଜୟ ପରେ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ସିିରିଜ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଠାରେ ଚାଲିଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଜିମ୍ବାୱେ ଦଳ ଆଦୌ ଭଲ ଖେଳିପାରୁ ନାହିଁ। ଏହି ଦଳ ନିକଟରେ ନା ଅଛି ବ୍ୟାଟିଂ ଦକ୍ଷତା ନା ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବାର କ୍ଷମତା। ଘରୋଇ ଦଳର ଏପରି ଦୟନୀୟ ସ୍ଥିତି ଯୋଗୁଁ […]

ହରାରେ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ବିଜୟ ପରେ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ସିିରିଜ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଠାରେ ଚାଲିଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଜିମ୍ବାୱେ ଦଳ ଆଦୌ ଭଲ ଖେଳିପାରୁ ନାହିଁ। ଏହି ଦଳ ନିକଟରେ ନା ଅଛି ବ୍ୟାଟିଂ ଦକ୍ଷତା ନା ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବାର କ୍ଷମତା। ଘରୋଇ ଦଳର ଏପରି ଦୟନୀୟ ସ୍ଥିତି ଯୋଗୁଁ ଭାରତ ପ୍ରଥମ ଦୁଇଟି ଦିନିକିଆରେ ସହଜ ବିଜୟ ହାସଲ କରିଛି। ଏହା ମଧ୍ୟରୁ ପ୍ରଥମ ଦିନିକିଆକୁ ୧୦ ୱିକେଟରେ ଓ ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଛି। ଏହାରି ମଧ୍ୟରେ ସୋମବାର ତୃତୀୟ ଦିନିକିଆ ମ୍ୟାଚ୍‍ ଏଠାରେ ଖେଳାଯିବ। ଘରୋଇ ଦଳର ପ୍ରଦର୍ଶନ ଯାହା, ସେଥିରେ ଏହି ଦଳ ଯେ କିଛି ବିପର୍ଯ୍ୟୟ ସୃଷ୍ଟି କରିବ, ତାହା ବର୍ତ୍ତମାନ ସ୍ଥିତିରେ ଆଶା କରାଯାଉ ନାହିଁ। ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ୍‍ ଜିତି ସିରିଜ୍‍ ସୁଇପ୍‍ କରିବାକୁ ନିଶ୍ଚିତ ଚେଷ୍ଟା କରିବ। ଏହା ସହ ଅଧିନାୟକ ଲୋକେଶ ରାହୁଲ ମଧ୍ୟ କିଛି ସମୟ ବ୍ୟାଟିଂ ପ୍ରାକ୍ଟିସ୍‍ କରିବା ଲାଗି ଇନିଂସ ଓପନ କରିବାର ସମ୍ଭାବନା ରହିଛି। ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ୍‍ ଖେଳାଯିବାକୁ ଥିବାରୁ ଏହି ମ୍ୟାଚ୍‍ରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଲୋକେଶ ରାହୁଲଙ୍କ ନେତୃତ୍ୱରେ ଏହି ସିରିଜ୍‍ ଖେଳୁଥିବା ଭାରତୀୟ ଦଳ ଏଯାଏ ସେପରି କିଛି ବଡ଼ ତ୍ରୁଟି କରିନାହିଁ। ଦଳଗତ ଭାବେ ଜଣେ ବିଫଳ ହେଲେ ଅନ୍ୟ ଜଣେ ସଫଳ ହୋଇଛନ୍ତି। ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ଲୋକେଶ ରାହୁଲ ଦ୍ୱିତୀୟ ଦିନିକିଆରେ ଓପନିଂ କରିବାକୁ ଆସି ୯ଟି ବଲ୍‍ ପରେ ଆଉଟ ହୋଇଯାଇଥିଲେ। ସେ ମାତ୍ର ୫ଟି ବଲ୍‍ ଖେଳି ୧ ରନ୍‍ କରିପାରିଥିଲେ। ଦୀର୍ଘଦିନ ପରେ ଖେଳିବାକୁ ଆସିଥିବା ରାହୁଲଙ୍କ ଲାଗି ଏହା ଏକ ଦୁର୍ଘଟଣା ହୋଇପାରେ, କିନ୍ତୁ ସେ ଅଧିକ ସମୟ କ୍ରିଜ୍‍ରେ ରୁହନ୍ତୁ ତାହା ସମସ୍ତେ ଆଶା କରୁଛନ୍ତି। ଭାରତୀୟ ଦଳର ସବୁ ଫର୍ମାଟରେ ତାଙ୍କୁ ସ୍ଥାନ ମିଳୁଛି। ଅଗଷ୍ଟ ୨୮ରେ ଭାରତ ଏସିଆ କପ୍‍ ରେ ପାକିସ୍ତାନ ସହ ମୁକାବିଲା କରିବା ପୂର୍ବରୁ ମ୍ୟାଚ୍‍ ପ୍ରାକ୍ଟିସ୍‍ ପାଇବା ପାଇଁ ରାହୁଲଙ୍କ ଲାଗି ଏହା ଶେଷ ସୁଯୋଗ। ଏହାକୁ ସେ ହାତଛଡ଼ା କରିବେ ନାହିଁ ବୋଲି ଆଶା କରାଯାଉଛି। ତାଙ୍କ ବ୍ୟତୀତ ଆଉ ଜଣେ ନିୟମିତ ସୀମିତ ଓଭର ଖେଳାଳି ଇଶାନ କିସାନ ପ୍ରଥମ ସୁଯୋଗକୁ ହାତଛଡ଼ା କରିଛନ୍ତି। ସେ ଯଦି ତୃତୀୟ ମ୍ୟାଚ୍‍ରେ ସୁଯୋଗ ପାଆନ୍ତି, ତେବେ ଏଥିରୁ ଫାଇଦା ଉଠାଇବେ ବୋଲି ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଏହି ସିରିଜ୍‍ ରେ ଯେଉଁମାନେ ସୁଯୋଗ ପାଇଛନ୍ତି, ତାହାକୁ ସେମାନେ ଭଲଭାବେ ବ୍ୟବହାର କରିଛନ୍ତି। ଏମାନଙ୍କ ପରି ରାହୁଲ-କିସାନ ମଧ୍ୟ ସୁଯୋଗର ସଦ୍‍ବ୍ୟବହାର କରିବେ।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

ବୋଲିଂରେ ଭାରତୀୟମାନେ ବେଶ ପ୍ରଭାବଶାଳୀ ହୋଇଛନ୍ତି। ମହମ୍ମଦ୍‍ ସିରାଜ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ଏହି ସିରିଜ୍‍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏମାନେ ବ୍ରେକ୍‍ଥ୍ରୁ ଦେବା ସହ ପ୍ରତିପକ୍ଷ ଘରୋଇ ଦଳକୁ ଚାପରେ ରଖିବାକୁ ସମର୍ଥ ହୋଇଛନ୍ତି। ଦୀର୍ଘ ୬ ମାସ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ଚହର ପ୍ରଥମ ଦିନିକିଆରେ ଏକା ଏକା ଜିମ୍ବାୱେକୁ ହରାଇଦେଇଥିଲେ। ତାଙ୍କୁ ଦ୍ୱିତୀୟ ଦିନିକିଆରେ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍‍ ଖେଳିଥିବା ଶାର୍ଦ୍ଦୁଳ ଠାକୁର ମଧ୍ୟ ୩ଟି ୱିକେଟ ନେଇଥିଲେ। ଏଣୁ ଯିଏ ସୁଯୋଗ ପାଉଛି, ସେ ସଫଳ ହେଉଛି। ଜିମ୍ବାୱେ ଯଦି ନିଜ ପ୍ରଦର୍ଶନରେ ଉନ୍ନତ୍‍ି ଆଣେ, ତେବେ ଏହି ସିରିଜ୍‍ ରେ ଭାରତ ଲାଗି ଆହ୍ୱାନ ସୃଷ୍ଟି କରିପାରିବ। ଏମାନଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବାଂଲାଦେଶକୁ ହରାଇବାର ଶ୍ରେୟ ଧୀରେ ଧୀରେ କମିଯାଉଛି। ଦଳ ମଧ୍ୟ ବ୍ୟାଟିଂରେ ପରୀକ୍ଷଣ କରୁଛି। କିନ୍ତୁ ଗତ କିଛିବର୍ଷ ଧରି ଭଲ ଖେଳୁଥିବା ସିନ୍‍ ୱିଲିୟମ୍ସ ଏବଂ ସିକନ୍ଦର ରାଜାଙ୍କୁ ନିମ୍ନ ଭାଗରେ ଖେଳିବାକୁ ସୁଯୋଗ ଦେଉଛି। ଏମାନଙ୍କ ବ୍ୟାଟିଂ ଅର୍ଡରରେ ଉନ୍ନତି ନ ଆଣିଲେ ଭାରତ ବିପକ୍ଷରେ ଏହି ଦଳ ଏକ ଭଲ ସ୍କୋର କରିବ ବୋଲି ଆଶା କରିବା ନିରର୍ଥକ ହେବ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

22 Aug 2022 By The Sakala

ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ: ସିରିଜ୍ କ୍ଲିନ୍‍ ସୁଇପ୍‍ ଲକ୍ଷ୍ୟରେ ଭାରତ

ହରାରେ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ବିଜୟ ପରେ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ସିିରିଜ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଠାରେ ଚାଲିଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଜିମ୍ବାୱେ ଦଳ ଆଦୌ ଭଲ ଖେଳିପାରୁ ନାହିଁ। ଏହି ଦଳ ନିକଟରେ ନା ଅଛି ବ୍ୟାଟିଂ ଦକ୍ଷତା ନା ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବାର କ୍ଷମତା। ଘରୋଇ ଦଳର ଏପରି ଦୟନୀୟ ସ୍ଥିତି ଯୋଗୁଁ ଭାରତ ପ୍ରଥମ ଦୁଇଟି ଦିନିକିଆରେ ସହଜ ବିଜୟ ହାସଲ କରିଛି। ଏହା ମଧ୍ୟରୁ ପ୍ରଥମ ଦିନିକିଆକୁ ୧୦ ୱିକେଟରେ ଓ ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଛି। ଏହାରି ମଧ୍ୟରେ ସୋମବାର ତୃତୀୟ ଦିନିକିଆ ମ୍ୟାଚ୍‍ ଏଠାରେ ଖେଳାଯିବ। ଘରୋଇ ଦଳର ପ୍ରଦର୍ଶନ ଯାହା, ସେଥିରେ ଏହି ଦଳ ଯେ କିଛି ବିପର୍ଯ୍ୟୟ ସୃଷ୍ଟି କରିବ, ତାହା ବର୍ତ୍ତମାନ ସ୍ଥିତିରେ ଆଶା କରାଯାଉ ନାହିଁ। ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ୍‍ ଜିତି ସିରିଜ୍‍ ସୁଇପ୍‍ କରିବାକୁ ନିଶ୍ଚିତ ଚେଷ୍ଟା କରିବ। ଏହା ସହ ଅଧିନାୟକ ଲୋକେଶ ରାହୁଲ ମଧ୍ୟ କିଛି ସମୟ ବ୍ୟାଟିଂ ପ୍ରାକ୍ଟିସ୍‍ କରିବା ଲାଗି ଇନିଂସ ଓପନ କରିବାର ସମ୍ଭାବନା ରହିଛି। ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ୍‍ ଖେଳାଯିବାକୁ ଥିବାରୁ ଏହି ମ୍ୟାଚ୍‍ରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଲୋକେଶ ରାହୁଲଙ୍କ ନେତୃତ୍ୱରେ ଏହି ସିରିଜ୍‍ ଖେଳୁଥିବା ଭାରତୀୟ ଦଳ ଏଯାଏ ସେପରି କିଛି ବଡ଼ ତ୍ରୁଟି କରିନାହିଁ। ଦଳଗତ ଭାବେ ଜଣେ ବିଫଳ ହେଲେ ଅନ୍ୟ ଜଣେ ସଫଳ ହୋଇଛନ୍ତି। ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ଲୋକେଶ ରାହୁଲ ଦ୍ୱିତୀୟ ଦିନିକିଆରେ ଓପନିଂ କରିବାକୁ ଆସି ୯ଟି ବଲ୍‍ ପରେ ଆଉଟ ହୋଇଯାଇଥିଲେ। ସେ ମାତ୍ର ୫ଟି ବଲ୍‍ ଖେଳି ୧ ରନ୍‍ କରିପାରିଥିଲେ। ଦୀର୍ଘଦିନ ପରେ ଖେଳିବାକୁ ଆସିଥିବା ରାହୁଲଙ୍କ ଲାଗି ଏହା ଏକ ଦୁର୍ଘଟଣା ହୋଇପାରେ, କିନ୍ତୁ ସେ ଅଧିକ ସମୟ କ୍ରିଜ୍‍ରେ ରୁହନ୍ତୁ ତାହା ସମସ୍ତେ ଆଶା କରୁଛନ୍ତି। ଭାରତୀୟ ଦଳର ସବୁ ଫର୍ମାଟରେ ତାଙ୍କୁ ସ୍ଥାନ ମିଳୁଛି। ଅଗଷ୍ଟ ୨୮ରେ ଭାରତ ଏସିଆ କପ୍‍ ରେ ପାକିସ୍ତାନ ସହ ମୁକାବିଲା କରିବା ପୂର୍ବରୁ ମ୍ୟାଚ୍‍ ପ୍ରାକ୍ଟିସ୍‍ ପାଇବା ପାଇଁ ରାହୁଲଙ୍କ ଲାଗି ଏହା ଶେଷ ସୁଯୋଗ। ଏହାକୁ ସେ ହାତଛଡ଼ା କରିବେ ନାହିଁ ବୋଲି ଆଶା କରାଯାଉଛି। ତାଙ୍କ ବ୍ୟତୀତ ଆଉ ଜଣେ ନିୟମିତ ସୀମିତ ଓଭର ଖେଳାଳି ଇଶାନ କିସାନ ପ୍ରଥମ ସୁଯୋଗକୁ ହାତଛଡ଼ା କରିଛନ୍ତି। ସେ ଯଦି ତୃତୀୟ ମ୍ୟାଚ୍‍ରେ ସୁଯୋଗ ପାଆନ୍ତି, ତେବେ ଏଥିରୁ ଫାଇଦା ଉଠାଇବେ ବୋଲି ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଏହି ସିରିଜ୍‍ ରେ ଯେଉଁମାନେ ସୁଯୋଗ ପାଇଛନ୍ତି, ତାହାକୁ ସେମାନେ ଭଲଭାବେ ବ୍ୟବହାର କରିଛନ୍ତି। ଏମାନଙ୍କ ପରି ରାହୁଲ-କିସାନ ମଧ୍ୟ ସୁଯୋଗର ସଦ୍‍ବ୍ୟବହାର କରିବେ।

ବୋଲିଂରେ ଭାରତୀୟମାନେ ବେଶ ପ୍ରଭାବଶାଳୀ ହୋଇଛନ୍ତି। ମହମ୍ମଦ୍‍ ସିରାଜ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ଏହି ସିରିଜ୍‍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏମାନେ ବ୍ରେକ୍‍ଥ୍ରୁ ଦେବା ସହ ପ୍ରତିପକ୍ଷ ଘରୋଇ ଦଳକୁ ଚାପରେ ରଖିବାକୁ ସମର୍ଥ ହୋଇଛନ୍ତି। ଦୀର୍ଘ ୬ ମାସ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ଚହର ପ୍ରଥମ ଦିନିକିଆରେ ଏକା ଏକା ଜିମ୍ବାୱେକୁ ହରାଇଦେଇଥିଲେ। ତାଙ୍କୁ ଦ୍ୱିତୀୟ ଦିନିକିଆରେ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍‍ ଖେଳିଥିବା ଶାର୍ଦ୍ଦୁଳ ଠାକୁର ମଧ୍ୟ ୩ଟି ୱିକେଟ ନେଇଥିଲେ। ଏଣୁ ଯିଏ ସୁଯୋଗ ପାଉଛି, ସେ ସଫଳ ହେଉଛି। ଜିମ୍ବାୱେ ଯଦି ନିଜ ପ୍ରଦର୍ଶନରେ ଉନ୍ନତ୍‍ି ଆଣେ, ତେବେ ଏହି ସିରିଜ୍‍ ରେ ଭାରତ ଲାଗି ଆହ୍ୱାନ ସୃଷ୍ଟି କରିପାରିବ। ଏମାନଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବାଂଲାଦେଶକୁ ହରାଇବାର ଶ୍ରେୟ ଧୀରେ ଧୀରେ କମିଯାଉଛି। ଦଳ ମଧ୍ୟ ବ୍ୟାଟିଂରେ ପରୀକ୍ଷଣ କରୁଛି। କିନ୍ତୁ ଗତ କିଛିବର୍ଷ ଧରି ଭଲ ଖେଳୁଥିବା ସିନ୍‍ ୱିଲିୟମ୍ସ ଏବଂ ସିକନ୍ଦର ରାଜାଙ୍କୁ ନିମ୍ନ ଭାଗରେ ଖେଳିବାକୁ ସୁଯୋଗ ଦେଉଛି। ଏମାନଙ୍କ ବ୍ୟାଟିଂ ଅର୍ଡରରେ ଉନ୍ନତି ନ ଆଣିଲେ ଭାରତ ବିପକ୍ଷରେ ଏହି ଦଳ ଏକ ଭଲ ସ୍କୋର କରିବ ବୋଲି ଆଶା କରିବା ନିରର୍ଥକ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର