ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ, ଜିମ୍ବାଓ୍ଵେକୁ ୧୦ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ହାରାରେ : ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳା ଯାଉଥିବା ୩ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚକୁ ସହଜରେ ଜିତିନେଇଛି ଟିମ୍‌ ଇଣ୍ଡିଆ। ଜିମ୍ବାଓ୍ବେର ହାରାରେଠାରେ ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ଭାରତ। ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅବିଭାଜିତ ପ୍ରଥମ ଓ୍ଵିକେଟରେ ୧୯୨ ରନ ଯୋଡି ଭାରତକୁ ୧୦ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ଵେ […]

ହାରାରେ : ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳା ଯାଉଥିବା ୩ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚକୁ ସହଜରେ ଜିତିନେଇଛି ଟିମ୍‌ ଇଣ୍ଡିଆ। ଜିମ୍ବାଓ୍ବେର ହାରାରେଠାରେ ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ଭାରତ। ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅବିଭାଜିତ ପ୍ରଥମ ଓ୍ଵିକେଟରେ ୧୯୨ ରନ ଯୋଡି ଭାରତକୁ ୧୦ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ଵେ ୪୦.୩ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୩୧ ଓଭରରେ ବିନା ଓ୍ଵିକେଟ୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶିଖର ଧାଓ୍ଵନ ୮୧ ଏବଂ ଶୁଭମାନ ଗିଲ୍ ୮୨ ରନ କରି ଅପରାଜିତ ଅଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା


ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୪୦ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ତେବେ ଅଧିନାୟକ ଚକାଭା ୩୫ ରନ କରିଥିବାବେଳେ ବ୍ରାଡ୍ ଇଭାନ୍ସ ୩୩ ରନ ଓ ଏନଗାରଭା ୩୪ ରନ କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ଭାରତ ପକ୍ଷରୁ ଦିପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।


ଜିମ୍ବାୱେର ୧୯୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ଅଧିନାୟକ ଲୋକେଶ ରାହୁଲଙ୍କ ଭାରତୀୟ ଟିମର ଦୁଇ ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲ ପଡିଆକୁ ଓହ୍ଲାଇଥିଲେ। ଦୁହେଁ ଜିମ୍ବାୱେ ବୋଲରଙ୍କୁ ସଠିକ ଭାବେ ଖେଳି ଅତି ସହଜରେ ୧୯୦ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ। ଶିଖର ୮୧ ରନ ଓ ଶୁଭମନ ୮୨ ରନ କରି ଦଳ ପାଇଁ ୩୦.୫ ତମ ଓଭରରେ ଏକ ସହଜ ବିଜୟ ଆଣିଦେଇଥିଲେ । ଆଜିର ମ୍ୟାଚରେ ଭାରତ ପାଇଁ ୩ଟି ଓ୍ବିକେଟ ନେଇଥିବା ଦୀପକ ଚହରଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର