ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ: ଟିମ୍ ଇଣ୍ଡିଆକୁ ୨୭୧ ରନର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

Madhusudan Das Picture
Published On

ବିଶାଖାପଟନମ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୨୭୧ ରନର ଟାର୍ଗେଟ୍ ଦେଇଛି ଦକ୍ଷିଣ ଆଫ୍ରିକା । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଦଳ ୪୭.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୦ ରନ୍ କରିଛି । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏକଦା ୩ ଓ୍ଵିକେଟ୍ ହରାଇ ୧୭୦ ରନ କରିଥିବା ଦକ୍ଷିଣ ଆଫ୍ରିକା କୁଲଦୀପ ଯାଦବଙ୍କ ମୁକାବିଲା କରି ନ ପାରି ୪୭.୫ ଓଭରରେ ଅଲଆଉଟ୍ ହୋଇଛି। 

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ଉତ୍ତେଜନା: ହିଂସା ଆଶଙ୍କାକୁ ନେଇ ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ହୋଇ ନଥିଲା । ଦଳୀୟ ସ୍କୋର ମାତ୍ର ୧ ରନ୍ ଥିବା ବେଳେ ରିକlଲଟନ୍ ଖାତା ଖୋଲିବା ପୂର୍ବରୁ ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଏହାପରେ ଅଓିନାୟକ ଟି. ବାଭୁମା ବ୍ୟାଟି କରିବାକୁ ଆସିଥିଲେ । ଅନ୍ୟତମ ଓପ୍ନର ଡି କକଙ୍କ ସହ ଭଲ ପାର୍ଓନରସିପ କରିଥିଲେ । ବାଭୁମା ୪୮ ରନ୍ କରି ଆଉଟ ହୋଇଥିବା ବେଳେ ଡି କକ୍ ୮୯ ବଲରୁ ୮ ଚୌକା ଓ ୬ ଛକା ସହାୟତାରେ ୧୦୬ ରନର ଧୂଆଁଧାର ଇଂନିସ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ୨୪, ମାର୍କରାମ ୧, ବ୍ରେଭିସ ୨୯, ଜନସନ ୧୭, ବୋଚ ୯, ମହାରାଜା ୨୦ ନିଗିଡି ୧ ଏବଂ ବାର୍ଥମ୍ୟାନ ୩ ରନ୍ କରିଥିଲେ ।

ଆହୁରି ପଢ଼ନ୍ତୁ: ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ; କୋର୍ଟରେ କାନ୍ଦି ପକାଇଲେ ଅରବିନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp