ନ୍ୟୁଜିଲାଣ୍ଡକୁ ୩ୟ ଦିନିକିଆ ହରାଇ ସିରିଜ କ୍ଲିନ ସୁଇପ କଲା ଭାରତ

The Sakala Picture
Published On

ଇନ୍ଦୋର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଭାରତ ୩ୟ ଦିନିକିଆ ଜିତି ସିରିଜ କ୍ଲିନ ସୁଇପ କରିଛି । ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ଭରାତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୩୮୫ ରନ କରିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୮୬ ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୧. ୨ ଓଭରରେ ୧୦ ୱିକେଟ ହରାଇ ୨୯୫ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ […]

ଇନ୍ଦୋର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଭାରତ ୩ୟ ଦିନିକିଆ ଜିତି ସିରିଜ କ୍ଲିନ ସୁଇପ କରିଛି । ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ଭରାତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୩୮୫ ରନ କରିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୮୬ ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୧. ୨ ଓଭରରେ ୧୦ ୱିକେଟ ହରାଇ ୨୯୫ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ଆଜିର ମ୍ୟଚକୁ ୯୦ ରନରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନୱେ ୧୦୦ ବଲରେ ୧୩୮ ରନ କରି ଆଉଟ ହୋଇଥିଲେ। ହେନରୀ ନିକୋଲ୍ସ  ୪୦ ବଲରେ ୪୨ କରି ଆଉଟ ହୋଇଥିଲେ। ସେହିପରି ଡାରିଲ ମିଚେଲ ୩୧ ବଲରେ ୨୪ ରନ, ମାଇକେଲ ବ୍ରେସୱେଲ୍‌ ୨୨ ବଲରେ ୨୬ ରନ, ମିଚେଲ ସାଣ୍ଟନର ୨୯ ବଲରେ ୩୪ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଭାରତ ପକ୍ଷରୁ ସର୍ଦୁଲ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ୟୁଝବେନ୍ଦ୍ର ଚହଲ ୨ଟି ନେଇଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର